ନୂଆଦିଲ୍ଲୀ:ଜମ୍ମୁକାଶ୍ମୀରର ପୁଞ୍ଚରେ ଆତଙ୍କୀ ହମଲାରେ ୫ ବୀର ଯବାନ ଶହୀଦ ହେବା ପରେ ଆତଙ୍କୀ ଦମନ ନୀତି ଆରମ୍ଭ କରିଛି ସ୍ବତନ୍ତ୍ର ଫୋର୍ସ । ଶୁକ୍ରବାର ସ୍ବତନ୍ତ୍ର ଫୋର୍ସ ଡ୍ରୋନ, ଚପର୍ ସହ ସର୍ଚ୍ଚ ଅପରେସନ ଲଞ୍ଚ କରିଛି । ସୀମାରେ ୬ରୁ ୭ ଆତଙ୍କୀଙ୍କ ଉପସ୍ଥିତି ନେଇ ଭାରତୀୟ ସେନା ବାହିନୀକୁ ଖବର ମିଳିଥିବା ବେଳେ ସେମାନଙ୍କ ନିପାତ ଲାଗି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେନା । ଏ ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜୌରି ଓ ପୁଞ୍ଚ ସେକ୍ଟରରେ ପ୍ରାୟ ୬ରୁ ୭ ଜଣ ଆତଙ୍କବାଦୀ ଉପସ୍ଥିତି ନେଇ ଗୁଇନ୍ଦା ସୂତ୍ରରୁ ସେନା ଓ ସିକ୍ୟୁରିଟି ଏଜେନ୍ସିକୁ ଖବର ମିଳିଛି । ଏହାପରେ ଆତଙ୍କୀକୁ କଡ଼ା ଜବାବ ଦେବା ଲାଗି ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଏହି ଆତଙ୍କବାଦୀ ଗୋଷ୍ଠୀ ଗତକାଲି ପୁଞ୍ଚରେ ଯବାନଙ୍କ ଉପରେ ହୋଇଥିବା ହମଲାରେ ଜଡ଼ିତ ଥିବା ଜଣାପଡ଼ିଛି । ଏହି ଖବର ମିଳିବା ପରେ ଭାରତୀୟ ସେନା ପକ୍ଷରୁ ଏକାଧିକ ଅପରେସନ ଆରମ୍ଭ କରାଯାଇଛି । ଏହି ଆତଙ୍କବାଦୀଙ୍କୁ କାବୁ କରିବା ଲାଗି ପୃଥକ ପୃଥକ ଭାବେ ଉକ୍ତ ସ୍ଥାନରେ ପହଞ୍ଚିଛି ସ୍ପେଶାଲ ଫୋର୍ସ । ଏହି କାର୍ଯ୍ୟରେ ଅତ୍ୟାଧୁନିକ ଡ୍ରୋନ ଓ କିଛି ଚପର୍କୁ ମଧ୍ୟ ନିୟୋଜିତ କରାଯାଇଛି ।
ଏହା ବି ପଢନ୍ତୁ- Poonch Terror Attack: 5 ଶହୀଦଙ୍କ ନାଁ ଜାରି କଲା ସେନା, ସର୍ଚ୍ଚ ଅପରେସନ ଜାରି