ଓଡିଶା

odisha

ETV Bharat / bharat

ଆଜି ଧରାପୃଷ୍ଠରେ ଜନ୍ମ ନେବେ କୃଷ୍ଣ ଭଗବାନ, ଝଲସୁଛି ଜନ୍ମଭୂମି ମଥୁରା - ଜନ୍ମାଷ୍ଟମୀ

ଭଗବାନ କୃଷ୍ଣଙ୍କ ଜନ୍ମତ୍ସୋବ ପାଇଁ କଷ୍ଣ ଜନ୍ମଭୂମି ମଥୁରା ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି । ମଥୁରା ଏବଂ ବୃନ୍ଦାବନର ମନ୍ଦିରରେ ସ୍ବତନ୍ତ୍ର ସାଜସଜା ହୋଇଛି । ଅଧିକ ପଢନ୍ତୁ

Special decoration in Shri Krishna Janmabhoomi
ଝଲସୁଛି ଜନ୍ମଭୂମି ମଥୁରା

By ETV Bharat Odisha Team

Published : Sep 6, 2023, 11:51 AM IST

ଝଲସୁଛି ଜନ୍ମଭୂମି ମଥୁରା

ଲକ୍ଷ୍ନୌ/ମଥୁରା:ପ୍ରଭୁ ଶ୍ରୀକୃଷ୍ଣଙ୍କ ମାନବୀୟ ଲୀଳାର ପର୍ବ ଜନ୍ମାଷ୍ଟମୀ । ଯେବେ ଧରାପୃଷ୍ଠରେ ପାପୀଙ୍କର ପ୍ରାର୍ଦୁଭାବ ବଢିଥାଏ ସେବେ ଭଗବାନ ସ୍ବୟଂ ଧରାପୃଷ୍ଠରେ ଅବତରଣ କରିଥାନ୍ତି । ଦ୍ବାପର ଯୁଗର ଶେଷ ଭାଗରେ ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିଥିଲେ । ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାପୃଷ୍ଠରେ ଧରାବତରଣ କରିବେ ଭଗବାନ ଶ୍ରୀକୃଷ୍ଣ । ଏନେଇ ସବୁଠି ଆନନ୍ଦ ଉଲ୍ଲାସ । କୃଷ୍ଣ ଜନ୍ମୋତ୍ସବ ନେଇ ସବୁଠି ସ୍ବତନ୍ତ୍ର ସମାରୋହ ସାଜସଜା ହୋଇଛି । ଏନେଇ କୃଷ୍ଣ ଜନ୍ମଭୂମି ମଥୁରାରେ ମଧ୍ୟ ସ୍ବତନ୍ତ୍ର ସାଜସଜା ହୋଇଛି ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ମଥୁରା । ନବବଧୂ ପରି ସଜେଇ ହୋଇଛି ନନ୍ଦଲାଲାଙ୍କ ନଗରୀ ମଥୁରା ।

କୃଷ୍ଣ ଜନ୍ମଭୂମିକୁ ଶ୍ରଦ୍ଧାଳୁଙ୍କ ଆଗମନ: ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମଙ୍ଗଳାବାର ବିଳମ୍ବିତ ରାତି ଯାଏ ମନ୍ଦିର ପରିସର ସହିତ କୃଷ୍ଣ ଭଗବାନଙ୍କ ନଗରୀ ନବବଧୂ ପରି ସଜେଇ ହୋଇଛି । ସହର ସ୍ଥାନ ସ୍ଥାନରେ ସାଜସଜା ହୋଇଛି । ମନ୍ଦିର ପ୍ରାଙ୍ଗଣକୁ ରଙ୍ଗୀର ଆଲୋକରେ ସଜା ଯାଇଛି । ଲୀଳା ମଞ୍ଚ ସହିତ ଭକ୍ତ ଏବଂ ମନ୍ଦିର ପ୍ରାଙ୍ଗଣ ଲାଇଟ ସହିତ ଲେଜର ଲାଇଟରେ ଝଲସି ଉଠିଛି । ଆଜି ମଧ୍ୟ ରାତ୍ରୀରୁ ଭଗବାନ କୃଷ୍ଣଙ୍କ ଜନ୍ମତ୍ସୋବ ପାଳନ ହେବ । ନଟଖଟ ନନ୍ଦଲାଲ କହ୍ନେୟାଙ୍କ ଜନ୍ମତ୍ସୋବ ପାଳନ ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ କୃଷ୍ଣ ଜନ୍ମଭୂମିରେ ପହଞ୍ଚିଛନ୍ତି ।

ପ୍ରଶାସନର ପ୍ରସ୍ତୁତି ଶେଷ:ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମଥୁରା ଓ ବୃନ୍ଦାବନକୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି । ସୁୁରୁଖୁରୁରେ କୃଷ୍ଣ ଜନ୍ମୋତ୍ସବ ପାଳନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଗ୍ରାରୁ ଆଲିଗଡ ଜୋନ ଯାଏ ପୋଲିସ ବଳୟ ମୁତୟନ ହୋଇଛନ୍ତି । ମନ୍ଦିର ସୁରକ୍ଷା ସହିତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ ବଳ ଓ ଆରଏଏଫ ପିଏସି ଯବାନ ନିୟୋଜିତ ହୋଇଛନ୍ତି ।

ଏହା ବି ପଢନ୍ତୁ...ଆଜି ପବିତ୍ର ଜନ୍ମାଷ୍ଟମୀ, ଧରାପୃଷ୍ଠରେ ଜନ୍ମ ନେବେ ଶ୍ରୀହରି

ଜନ୍ମଭୂମିରେ ହେବ ଭଜନ କୀର୍ତ୍ତନ:ଅଧର୍ମର ବିନାଶ କରି ଧର୍ମ ସ୍ଥାପନା ପାଇଁ ଆଜି ଧରାପୃଷ୍ଠରେ ଜନ୍ମ ନେବେ ଭଗବାନ କୃଷ୍ଣ । ଏନେଇ କୃଷ୍ଣ ଜନ୍ମଭୂମି ମନ୍ଦିର ପରିସରରେ ସକାଳୁ ଅନେକ କାର୍ଯ୍ୟକ୍ରମ ହୋଇଛି । ସାଧୁ ସନ୍ଥ ଶ୍ରଦ୍ଧାଳୁ ଭକ୍ତିରେ ବିଭୋର ହୋଇ କୃଷ୍ଣ ଭଗବାନଙ୍କ ଜନ୍ମତ୍ସୋବ ମନାଇବେ । ମନ୍ଦିର ପ୍ରଶାସନଙ୍କ ସୂଚନା ଅନୁସାରେ ଆଜି ମଧ୍ୟରାତ୍ରୀରେ ଭଗବାନ କୃଷ୍ଣଙ୍କ ଜନ୍ମୋତ୍ସବ ବଡ ସମାରୋହରେ ପାଳିତ ହେବ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୃଷ୍ଣ ଜନ୍ମଭୂମିରେ ସ୍ବତନ୍ତ୍ର ସାଜସଜା କରାଯାଇଛି ।

ମନ୍ଦିର ପରିସର ଓ ସହରର ସମସ୍ତ ସ୍ଥାନରେ ରାଧା କୃଷ୍ଣଙ୍କ ଭଜନ କୀର୍ତ୍ତନ ସହ କଳାକାରଙ୍କ ରାସଲୀଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ନଗନ ନିଗମ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବିତରଣ ବ୍ୟବସ୍ଥା କରାଯାଇଛି । ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ ସେ ନେଇ ବ୍ୟାପକ ପ୍ରସ୍ତୁତି କରିଯାଇଛି । ମନ୍ଦିର ପରିସରରେ ଭଜନ କୀର୍ତ୍ତନରେ କମ୍ପି ଉଠିବ । କୃଷ୍ଣ ପ୍ରେମରେ ଭିଜିବେ ଭକ୍ତ । ପବିତ୍ର ଦିନରେ ପ୍ରଭୁଙ୍କ ସ୍ବାଗତ ଲାଗି ମନ୍ଦିର ଗୁଡିକ ସଜେଇ ହୋଇଛି । ଭକ୍ତମାନେ ବ୍ରତ ଓ ଉପବାସ କରିଛନ୍ତି । କୃଷ୍ଣ ପ୍ରେମରେ ନିଜକୁ ହଜେଇ ଦେବେ ଭକ୍ତ । କୃଷ୍ଣମୟ ହେବ ଜଗତ । କୃଷ୍ଣନାମରେ ଗଞ୍ଜରିତ ହେବ ଗଗନ ପବନ ।

ABOUT THE AUTHOR

...view details