ଓଡିଶା

odisha

ETV Bharat / bharat

ହରିଦ୍ବାର କୁମ୍ଭମେଳାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ତିବେନ୍ଦ୍ର ସିଂ ରାଓ୍ବତ - କୁମ୍ଭ ମେଳା ପାଇଁ ସ୍ବତନ୍ତ୍ର କୋଭିଡ ଅଧିକାରୀ ନିଯୁକ୍ତ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ 2021 ହରିଦ୍ୱାର କୁମ୍ବ ମେଳା ପାଇଁ ପ୍ରସ୍ତୁତିର ସମୀକ୍ଷା କରି ସ୍ବତନ୍ତ୍ର କୋଭିଡ ଅଧିକାରୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ହରିଦ୍ବାର କୁମ୍ଭ ମେଳାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ତିବେନ୍ଦ୍ର ସିଂ ରାଓ୍ବତ
ହରିଦ୍ବାର କୁମ୍ଭ ମେଳାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ତିବେନ୍ଦ୍ର ସିଂ ରାଓ୍ବତ

By

Published : Dec 12, 2020, 10:46 PM IST

ଡେରାଡୁନ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତିବେନ୍ଦ୍ର ସିଂ ରାଓ୍ବତ ଶନିବାର ହରିଦ୍ବାର କୁମ୍ଭ ମେଳା 2021 ପାଇଁ ଏକ ସ୍ବତନ୍ତ୍ର କୋଭିଡ ଅଧିକାରୀ ନିଯୁକ୍ତ କରିବାକୁ କହିଛନ୍ତି । ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରି ରାଓ୍ବତ ଯଥାକ୍ରମେ ଦୁଇ କୋଟି ଓ ପାଞ୍ଚ କୋଟି ମୂଲ୍ୟର ଏକ କାର୍ଯ୍ୟକୁ ମଞ୍ଜୁର କରିବାକୁ କୁମ୍ଭ ମେଳା ଅଧିକାରୀ ଏବଂ ଗରଓ୍ବାଲ କମିଶନରଙ୍କୁ ଅନୁମତି ଦେଇଛନ୍ତି ।

କୁମ୍ଭ ମେଳା ସହ ଜଡିତ ଗରଓ୍ବାଲ କମିଶନରଙ୍କୁ ଏହି କାର୍ଯ୍ୟରେ ସହାୟତା କରିବାକୁ ଅଭିଜ୍ଞ ଇଞ୍ଜିନିୟର ଏବଂ ବରିଷ୍ଠ ଆର୍ଥିକ ଅଧିକାରୀଙ୍କ ଏକ କମିଟି ଗଠନ କରାଯିବା ଉଚିତ ବୋଲି ରାଓ୍ବତ ପ୍ରକାଶ କରଛନ୍ତି । ଏହାସହ କାର୍ଯ୍ୟ ସମାପ୍ତ ହେବା ପରେ ବିବାଦକୁ ଏଡାଇବା ପାଇଁ କାର୍ଯ୍ୟର ଗୁଣ ଏବଂ ବ୍ୟବସ୍ଥା ଉପରେ କୌଣସି ଆପୋଷ ବୁଝାମଣା ହେବା ଉଚିତ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହାସହ ଜାନୁଆରୀ 31 ପୂର୍ବରୁ ମେଳା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ମେଳା ଅଞ୍ଚଳରେ 437 କୋଟି ଟଙ୍କାର 124 ଟି ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡିଛି ।

କୋରୋନାକୁ ଦୃଷ୍ଟିରେ ରଖି ମେଳା ଅଞ୍ଚଳର ସମସ୍ତ ଦୋକାନୀଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ନିର୍ଦ୍ଦେଶ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details