ଓଡିଶା

odisha

ETV Bharat / bharat

ଗଙ୍ଗାଘାଟ ଆସୁଛନ୍ତି କି ? ଜାଣି ରଖନ୍ତୁ ସ୍ବତନ୍ତ୍ର କୋର୍ଡର ଅର୍ଥ

ଭାରତର ଏକ ପ୍ରାଚୀନ ସହର ବାରଣାସୀ । ଏଟାରେ ଗଙ୍ଗା ଘାଟକୁ ଆସୁଥିବା ଗ୍ରାହକଙ୍କୁ ଡଙ୍ଗାରେ ନେବା ପାଇଁ ସ୍ବତନ୍ତ୍ର କୋର୍ଡ ଓ୍ବାର୍ଡର ବ୍ୟବହାର କରନ୍ତି ନାବିକ ମାନେ । ଜାଣନ୍ତୁ କଣ ରହିଛି ଏହି କୋର୍ଡର ରହସ୍ୟ । ଅଧିକ ପଢନ୍ତୁ

ଗଙ୍ଗା ଘାଟରେ ପର୍ଯ୍ୟଟକଙ୍କ ପାଇଁ ବ୍ୟବହାର ହୁଏ ସ୍ବତନ୍ତ୍ର କୋର୍ଡ ଓ୍ବାର୍ଡ, ଜାଣନ୍ତୁ ଏହା କଣ ?
ଗଙ୍ଗା ଘାଟରେ ପର୍ଯ୍ୟଟଗଙ୍ଗା ଘାଟରେ ପର୍ଯ୍ୟଟକଙ୍କ ପାଇଁ ବ୍ୟବହାର ହୁଏ ସ୍ବତନ୍ତ୍ର କୋର୍ଡ ଓ୍ବାର୍ଡ, ଜାଣନ୍ତୁ ଏହା କଣ ?କଙ୍କ ପାଇଁ ବ୍ୟବହାର ହୁଏ ସ୍ବତନ୍ତ୍ର କୋର୍ଡ ଓ୍ବାର୍ଡ, ଜାଣନ୍ତୁ ଏହା କଣ ?

By

Published : Apr 23, 2022, 1:34 PM IST

ଲକ୍ଷ୍ନୌ/ବାରଣାସୀ: ଭାରତର ଏକ ପ୍ରାଚୀନ ସହର ହେଉଛି ଉତ୍ତରପ୍ରଦେଶର ବାରଣାସୀ । ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ କାଶୀ ବିଶ୍ୱନାଥ ଏଠାରେ ବିରାଜମାନ । ଧର୍ମ ଏବଂ ଆଧ୍ୟାତ୍ମିକତା ବ୍ୟତୀତ ବାରଣାସୀ ଏହାର ସାଂସ୍କୃତିକ ପରମ୍ପରା ଏବଂ ବିବିଧ ଭାଷା ପାଇଁ ମଧ୍ୟ ଜଣାଶୁଣା । ବାରାଣାସୀରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଭୋଜପୁରୀ ବ୍ୟତୀତ ଅନେକ ଭାଷା କୁହନ୍ତି ଯେଉଁମାନେ ଦେଶର ବିଭିନ୍ନ ସ୍ଥାନରୁ ଆସିଥାନ୍ତି । ତେବେ ପେଟ ପୋଷିବା ପାଇଁ ବାରାଣାସୀର ଗଙ୍ଗା କୂଳରେ ନାବିକ ମାୱନେ ସ୍ୱତନ୍ତ୍ର କୋଡ୍ ଓ୍ବାର୍ଡକ ବ୍ୟବହାର କରନ୍ତି । ଯାହା ସମସ୍ତେ ବୁଝିବା ଅସମ୍ଭବ । କେବଳ ଏଠାରେ ଡଙ୍ଗା ଚଳାଉଥିବା ନାବିକମାନେ ହିଁ ଏହି ଭାଷାକୁ ବୁଝିପାରନ୍ତି।

ଗଙ୍ଗା ଘାଟରେ ପର୍ଯ୍ୟଟକଙ୍କ ପାଇଁ ବ୍ୟବହାର ହୁଏ ସ୍ବତନ୍ତ୍ର କୋର୍ଡ ଓ୍ବାର୍ଡ, ଜାଣନ୍ତୁ ଏହା କଣ ?

ଆପଣ ଭାବୁଥିବେ ବାରାଣାସୀ ଘାଟରେ କୋର୍ଡ ଓ୍ବାର୍ଡ କ’ଣ ? କିନ୍ତୁ ଗଙ୍ଗା ଘାଟର ନାବିକମାନେ ଗ୍ରାହକଙ୍କୁ ଡଙ୍ଗାରେ ନେବା ପାଇଁ ସ୍ୱତନ୍ତ୍ର କୋଡର ବ୍ୟବହାର କରନ୍ତି । ଆଜି ଆମେ ଆପଣଙ୍କୁ ବାରାଣାସୀର ଏହି କୋଡ୍ ଶବ୍ଦଗୁଡ଼ିକ ବିଷୟରେ କହିବାକୁ ଯାଉଛୁ । ଏହାର ରହସ୍ୟ ଜାଣିବା ପାଇଁ ଆମ ରିପୋର୍ଟର ପହଞ୍ଚିଥିଲେ ବାରାଣାସୀର ଦଶାଶ୍ବମେଧ ଘାଟରେ ।

ସକାଳ ପ୍ରାୟ ୧୦ଟା , ଆମ ରିପୋର୍ଟର ପହଞ୍ଚିଥିଲେ ବାରାଣାସୀର ଦଶାଶ୍ବମେଧ ଘାଟରେ । ଏହି ଘାଟକୁ ବନାରସର ମୁଖ୍ୟ ଘାଟ ଭାବରେ ବିବେଚନା କରାଯାଏ । ଏହି ଘାଟରେ ପର୍ଯ୍ୟଟକଙ୍କ ଭିଡ ଲାଗେ । ଘାଟର ପାହାଚକୁ ଓହ୍ଲାଇବା ପରେ ପର୍ଯ୍ୟଟକଙ୍କୁ ଦେଖି କୋର୍ଡ ଓ୍ବାର୍ଡ ବ୍ୟବହାର କରନ୍ତି ଏଠାରେ ଥିବା ନାବିକମାନେ । ତେବେ ଏହି ଆଜିର ନୁହେଁ ବର୍ଷ ବର୍ଷ ବର୍ଷ ଧରି ଏହା ଚାଲି ଆସୁଛି ।

କୋର୍ଡ ଓ୍ବାର୍ଡର ରହସ୍ୟ

ଦଶାଶ୍ବମେଧ ଘାଟରେ ଥିବା ସମସ୍ତ ଲୋକେ ନାବିକ ସମ୍ପ୍ରଦାୟର । ପରିବାର ଭରଣପୋଷଣ ପାଇଁ ସେମାନେ ଏଠାରେ ଡଙ୍ଗା ଚଳାଇଥାନ୍ତି । ତେବେ ଏଠାରେ ପର୍ଯ୍ୟଟକଙ୍କୁ ନାବହିକ ମାନେ ନିଜ କୋର୍ଡ ମାଧ୍ୟମରେ ଡଙ୍ଗାରେ ନେଇଥାନ୍ତି । ନାବିକଙ୍କ ମଧ୍ୟରେ ପର୍ଯ୍ୟଟକଙ୍କୁ ନେଇ ନିଜ ନିଜ ମଧ୍ୟରେ ଝଗଡା ନେବା ପାଇଁ ଏକ ସ୍ବତନ୍ତ୍ର କୋର୍ଡ ଏଠାରେ ପ୍ରଚଳିତ ହୋଇ ଆସୁଛି । ବାରାଣାସୀରେ ନାବିକମାନେ ଏହି କୋଡ୍ ପଦ୍ଧତି ଆଧାରରେ ଡଙ୍ଗା ସାହାଯ୍ୟରେ ପରିବହନ କରନ୍ତି । କେବଳ ନାବିକମାନେ ହିଁ ଏହି କୋର୍ଡକୁ ହିଁ ବୁଝିପାରନ୍ତି ।

କିଭଳି ଗ୍ରାହକଙ୍କୁ ନେବାକୁ କୋର୍ଡ ଓ୍ବାର୍ଡର ବ୍ୟବହାର କରାଯାଏ

ନାବିକ ସମାଜରେ ଅଧିକ ଲୋକ ଏଠାରେ ରହୁଥିବା ବେଳେ ଗ୍ରାହକଙ୍କୁ ନେଇ କିଭଳି ଝଗଡା ନହେବ ସେଥି ପାଇଁ କୋର୍ଡ ଓ୍ବାର୍ଡର ବ୍ୟବହାର କରାଯାଉଛି । ଯଦ୍ବାରା କେହି ଗ୍ରାହକ ନପାଇ ନିରାଶ ହେବେ ନାହିଁ । ଯିଏ ଯେଉଁ ଗ୍ରାହକୁ ଚାହିଁବ ସେ କୋର୍ଡ ଓ୍ବାର୍ଡ ବ୍ୟବହାର କରି ଡଙ୍ଗାରେ ନେଇ ପାରିବ । ଏକ ଛତା ତଳେ ବସି ନାବିକ ମାନେ କୋର୍ଡ ଓ୍ବାର୍ଡର ବ୍ୟବହାର କରିଥାନ୍ତି । ପର୍ଯ୍ୟଟକଙ୍କ ଡ୍ରେସର ରଙ୍ଗ, ଶରୀର ଦେଖି ଏହି କୋର୍ଡ ବ୍ୟବହାର କରିଥାନ୍ତି ନାବିକ ମାନେ । ଭିଡ ଭିତରେ ପର୍ଯ୍ୟଟକଙ୍କୁ ଦେଖି ଡ୍ରେସର ରଙ୍ଗ ବା ଶରୀର କିଛି ଅଙ୍ଗଭଙ୍ଗୀକୁ ଦେଖି ନାବିକ ମାନେ କୋର୍ଡର ବ୍ୟବହାର କରି ଗ୍ରାହକ ବାଛିଥାନ୍ତି। ଏହାପରେ ନିଜ ପସନ୍ଦର ଗ୍ରାହକୁ ଡଙ୍ଗାରେ ନେଇଯାଇଥାନ୍ତି ।

କେମିତି ହୁଏ ମୂଲ୍ୟ ନିର୍ଦ୍ଧାରଣ ?

କୋଡ୍ ୱାର୍ଡ କେବଳ ଗ୍ରାହକଙ୍କୁ ବାଛିବା ପାଇଁ ନୁହେଁ ବରଂ ଅଧିକ ରୋଜଗାର କରିବା ପାଇଁ କୋଡ୍ ୱାର୍ଡ ମଧ୍ୟ ବ୍ୟବହୃତ ହୁଏ । ଏଠାରେ 100 ଟଙ୍କା ପାଇଁ ଏକ ଟଙ୍କା, 500 ଟଙ୍କା ପାଇଁ 5 ଟଙ୍କା, 1000 ଟଙ୍କା ପାଇଁ 10 ଟଙ୍କା ଭଳି କୋଡ୍ ବ୍ୟବହାର କରାଯାଏ । ଏଥିସହିତ ନାବିକ ଜଣଙ୍କ କହିଛନ୍ତି ଯେ ଯଦି ଆମେ ଗ୍ରାହକଙ୍କୁ 1000 ଟଙ୍କା ଭଡା କହୁ ତେବେ ଆମେ ପରସ୍ପର ସହ କଥା ମଧ୍ୟ ହେଉ। ଯାହାଦ୍ୱାରା କାହାର କିଛି କ୍ଷତି ହେବ ନାହିଁ । ଏହି କୋଡର ବ୍ୟବହାର ଦୀର୍ଘ ବର୍ଷ ଧରି ଚାଲିଆସିଛି । ତେଣୁ ଆଜି ପର୍ଯ୍ୟନ୍ତ ନାବିକମାନେ କୌଣସି ବିବାଦ ବିନା ଏଠାରେ ବ୍ୟବସାୟ କରୁଥିବା ଜଣାପଡିଛି ।

ABOUT THE AUTHOR

...view details