ଓଡିଶା

odisha

ଯୋଧପୁରରେ ବାଜିଲା ସ୍ପେନ ଯୋଡିଙ୍କ ସାହାନାଇ, ଭାରତ ବୁଲିବାକୁ ଆସି ନେଲେ ସାତଫେରା

By ETV Bharat Odisha Team

Published : Oct 9, 2023, 3:57 PM IST

ରାଜସ୍ଥାନର ଯୋଧପୁରର ପାବଟାରେ ଭାରତୀୟ ପରମ୍ପରାରେ ବିବାହ କଲେ ସ୍ପେନ ଯୋଡି । ଏହି ଦମ୍ପତିଙ୍କର ବିବାହ ଉତ୍ସବରେ ସେମାନଙ୍କର ୮ଜଣ ସାଙ୍ଗ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

spanish couple ties knot
spanish couple ties knot

ଜୟପୁର: ଘର ସ୍ପେନରେ ହେଲେ ବିବାହ କଲେ ଭାରତରେ । ବାଜା ବଜାଇ ବାଣ ଫୁଟାଇ ଭାରତୀୟ ପରମ୍ପରାରେ ପରସ୍ପରର ହାତ ଧରିଛନ୍ତି ସ୍ପେନ ଯୋଡି । ରାଜସ୍ଥାନର ଯୋଧପୁରର ପାବଟା ସ୍ଥିତ କିଚେନ ଗାର୍ଡେନ ରେସ୍ତୋରାଁରେ ସ୍ପେନ ଯୋଡି ଫିଲିପ ଓ ଭିକ୍ଟୋରିଆ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ଦମ୍ପତିଙ୍କର ବିବାହ ଉତ୍ସବରେ ୮ଜଣ ସାଙ୍ଗ ମଧ୍ୟ ଯୋଗ ଦେଇଥିଲେ । ତେବେ ଏମାନେ ଗତ ଦୁଇ ବର୍ଷ ଧରି ଲିଭ ଇନରେ ରହୁଥିଲେ ।

ସୂଚନା ମୁତାବକ, ସ୍ପେନର ବାସିନ୍ଦା ଫିଲିପ ଏବଂ ଭିକ୍ଟୋରିଆ 6 ମାସ ପୂର୍ବରୁ ଭାରତ ଆସିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା । ଏହା ପରେ ନିକଟରେ ପୁଣିଥରେ ଫିଲିପ ଏବଂ ଭିକ୍ଟୋରିଆ ଭାରତ ଆସିଥିଲେ । ସେହି ସମୟରେ ଭାରତର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଭାରତୀୟ ସଂସ୍କୃତି ଓ ପରମ୍ପରା ଦ୍ବାର ପ୍ରଭାବିତ ହୋଇଥିଲେ । ତେଣୁ ଉଭୟ ଭାରତୀୟ ସଂସ୍କୃତି ଅନୁଯାୟୀ ବିବାହ କରିବାକୁ ଚାହୁଁଥିବା ନେଇତାଙ୍କ ସହିତ ଥିବା ଗାଇଡ ଉଦୟ ସିଂଙ୍କୁ କହିଥିଲେ ।

ଏନେଇ ଉଦୟ ସିଂ ପଣ୍ଡିତ ବିକାଶ ଭାୟାଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ଉଭୟଙ୍କ ବିବାହ ପାବଟାର କିଚେନ୍ ଗାର୍ଡେନ୍ ରେସ୍ତୋରାଁରେ ଭାରତୀୟ ସଂସ୍କୃତି ଅନୁଯାୟୀ ସମ୍ପନ୍ନ ହୋଇଛି । ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା । ଏହି ବିବାହରେ ସେମାନଙ୍କର 8 ଜଣ ସାଙ୍ଗ ମଧ୍ୟ ଯୋଗ ଦେଇଥିଲେ । ତେବେ ଉଦୟ ସିଂ କହିଛନ୍ତି ଯେ, ବର୍ତ୍ତମାନ ପିତୃପକ୍ଷ ଚାଲିଛି, ଏହି ସମୟରେ ଶୁଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ନାହିଁ । କିନ୍ତୁ ଉଭୟଙ୍କ ଭିସା ସରିଯିବ । ଏଭଳି ପରିସ୍ଥିତିରେ ଭଗବାନଙ୍କୁ କ୍ଷମା ମାଗିବା ପରେ ବିବାହ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ଆଗ୍ରାରେ 40 ତମ ବିବାହ ବାର୍ଷିକ ପାଳନ କଲେ ଇଟାଲୀ ଦମ୍ପତି

ପ୍ରକାଶ ଥାଉକି, ସେହିପରି ଗତ ଡିସେମ୍ବର ମାସରେ ଆଗ୍ରା ଠାରେ ହିନ୍ଦୁ ରୀତିନୀତି ଅନୁଯାୟୀ ଇଟାଲୀର ଜଣେ ଦମ୍ପତି ସେମାନଙ୍କର 40 ତମ ବିବାହ ବାର୍ଷିକ କଲେ ପାଳନ । ଏହି ଅବସରରେ ଇଟାଲୀ ଦମ୍ପତି ଦ୍ବିତୀୟ ଥର ଆଗ୍ରାର ଅନେକ ଲୋକ ଏହି ସମାରୋହରେ ଯୋଗ ଦେଇଥିଲେ । ବିଦେଶୀ ଦମ୍ପତି ମୌରୋ ଏବଂ ଷ୍ଟେଫାନିଆ ତାଜମହଲ ନିକଟ ଏକ ରିସୋର୍ଟରେ ନିଜର ବିବାହ ବାର୍ଷିକୀରେ ପୁଣିଥରେ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details