ଲକ୍ଷ୍ନୌ:ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବାକୁ ଯାଉଛି ବିଜେପି । ଦଳ ମୋଟ ୪୦୩ ଆସନରୁ ୨୫୫ଟି ସିଟ୍ ହାତେଇଛି । ଏହାରି ମଧ୍ୟରେ ରାଜ୍ୟର ବଦାୟୁଁରୁ ଆସିଛି ଏକ ରୋମାଞ୍ଚକର ଘଟଣା । ନିର୍ବାଚନ ଫଳାଫଳକୁ ନେଇ ଏକ ଏକର ଜମିକୁ ସର୍ତ୍ତରେ ଲଗାଇଥିଲା ସପା(ସମାଜବାଦୀ ପାର୍ଟି) । ନିର୍ବାଚନ ହାରିବା ପରେ ଏହି ସର୍ତ୍ତ ପୂରଣ ମୁତାବକ ଏହି ଜମି ଦେବାକୁ ଯାଉଛି ଅଖିଳେଶଙ୍କ ସମର୍ଥକ ଦଳ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି ।
ସର୍ତ୍ତ ମୁତାବକ ସପା ଦଳ ଉତ୍ତରପ୍ରଦେଶରେ ସରକାର ନ ଗଠନ କରିପାରିଲେ ସପା ସମର୍ଥକ ଶେର ଅଲ୍ଲୀ ଏକ ଏକର ଜମି ଏବେ ବିଜେପି ସମର୍ଥକ ବିଜୟ ସିଂଙ୍କୁ ଦେବାକୁ ଯାଉଛନ୍ତି । ଏହି ସର୍ତ୍ତ କରିବା ସମୟରେ ପୁରା ଗାଁ ସାକ୍ଷୀ ରହିଥିଲା । ଶେଖୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଯାଉଛି ବଦାୟୁଁ ଅଞ୍ଚଳ। ମିଳିଥିବା ସୂଚନା ଅନୁସାରେ କକରାଲା ପୌରପାଳିକା ଅନ୍ତର୍ଗତ ବିରିୟାଣ୍ଡି ଗାଁରେ ଦୁଇ ଚାଷୀଙ୍କ ମଧ୍ୟରେ ରାଜନୈତିକ ଭବିଷ୍ୟବାଣୀକୁ ନେଇ ବିବାଦ ଲାଗି ରହିଥିଲା ।