ଓଡିଶା

odisha

ETV Bharat / bharat

ତାତିରୁ ମିଳିବ ମୁକ୍ତି, ଆଣ୍ଡାମାନ ଛୁଇଁଲା ମୌସୁମୀ - ଆଣ୍ଡାମାନ ଛୁଇଁଲା ମୌସୁମୀ

ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ । ପ୍ରଭାବରେ ବର୍ଷା ଆରମ୍ଭ । ଆଗାମୀ ଦୁଇ ଦିନ ମଧ୍ୟରେ ତାମିଲନାଡୁ ଓ ଲାକ୍ଷାଦ୍ବୀପରେ ମଧ୍ୟ ଆରମ୍ଭ ହେବ ବର୍ଷା । ପାଣିପାଗ ବିଭାଗର ସୂଚନା ଅନୁସାରେ ଅନୁକୂଳ ପାଗ ପାଇଁ ସାମାନ୍ୟ ସହଳ ଛୁଇଁବ କେରଳ ଉପକୂଳ । ଅଧିକ ପଢନ୍ତୁ

ଆଣ୍ଡାମାନ ଛୁଇଁଲା ମୋସୁମୀ
ଆଣ୍ଡାମାନ ଛୁଇଁଲା ମୋସୁମୀ

By

Published : May 16, 2022, 7:01 PM IST

ନୂଆଦିଲ୍ଲୀ:ଆଣ୍ଡାମାନ ନିକୋବର ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜି (ସୋମବାର) ଦକ୍ଷିଣ ପଶ୍ଚିମ ବାୟୁ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ପ୍ରବେଶ କରିଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଫଳରେ ସେଠାରେ ବର୍ଷା ଆରମ୍ଭ ହୋଇଛି ।

ବର୍ତ୍ତମାନ ପାଣିପାଗ ଅନୁକୂଳ ରହିିଛି । ଆଗାମୀ 2ରୁ 3 ଦିନ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରୀୟ କ୍ଷେତ୍ରରେ ମୌସୁମୀ ବାୟୁ ସକ୍ରିୟ ହେବ । ସେହିପରି ମୌସୁମୀ ପ୍ରଭାବରେ ଦକ୍ଷିଣ ତାମିଲନାଡୁ ଉପକୂଳ ଓ ଲାକ୍ଷାଦ୍ବୀପ ଉପକୂଳ ଅଞ୍ଚଳରେ ଏକ ଘୂର୍ଣ୍ଣି ବଳୟ କ୍ଷେତ୍ର ମଧ୍ୟ ସୃଷ୍ଟି ହୋଇଛି । ଫଳରେ ସେଠାରେ ଆଗାମୀ ଦୁଇ ଦିନ ମଧ୍ୟରେ ବର୍ଷା ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ସେହିପରି ମଧ୍ୟ କର୍ଣ୍ଣାଟକ ଓ କେରଳରେ ଆଗାମୀ 5ଦିନ ମଧ୍ୟରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ଆକଳନ ପ୍ରକାଶ ପାଇଛି ।

ତେବେ ଗତ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ବାଭାବିକ ସମୟର ସାମାନ୍ୟ ପୂର୍ବ ଅର୍ଥାତ ମେ 27ରେ କେରଳ ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗ ସୂଚନା ଦେଇଥିଲା । ତେବେ ପ୍ରତିବର୍ଷ ଏହି ମୌସୁମୀ ବାୟୁ ଜୁନ ପ୍ରଥମ ସପ୍ତାହରେ କେରଳ ଉପକୂଳରେ ପ୍ରବେଶ କରୁଥିବା ବେଳେ ଚଳିତ ଥର ବାତ୍ୟା ଅସାନୀ ପ୍ରଭାବରେ ସୃଷ୍ଟି ହୋଇଥିବା ଅନୁକୂଳ ପାଗ ପାଇଁ ମୌସୁମୀ ସାମାନ୍ୟ ସହଳ କେରଳ ଉପକୂଳ ଛୁଇଁବା ନେଇ ପୂର୍ବାକଳନ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details