ସିରିଡି : ସିରିଡି ସାଇ ବାବାଙ୍କୁ ୪ କିଲୋ ଓଜନର ସୁନାର ପଟି ଦାନ କରି ଚର୍ଚ୍ଚାରେ ଦକ୍ଷିଣ ଭାରତର ଜଣେ ଭକ୍ତ ପ୍ରାର୍ଥସାରଥୀ ରେଡ୍ଡୀ(Sai devotee Parthasarathy Reddy) । ଭକ୍ତ ଜଣଙ୍କର ଦୀର୍ଘ ଦିନ ଧରି ସାଇଙ୍କୁ ସୁନା ପଟି ଦାନ କରିବାର ଇଚ୍ଛା ଥିଲା । ୪ କିଲୋ ଓଜନର ସୁନାର ପଟି ପାଖାପାଖି ୨ କୋଟି ଟଙ୍କାର ହେବ ।
୨୦୦୮ ମସିହାରେ ସାଇ ବାବାଙ୍କ ସୁନାର ମୂର୍ତ୍ତୀ ଏଠାରେ ସ୍ଥାପନ କରାଯାଇଥିଲା । ଏହାସହ ବାବା ବସିଥିବା ସିଂହାସନଟି ମଧ୍ୟ ସମ୍ପୂର୍ଣ୍ଣ ସୁନାରେ ତିଆରି ହୋଇଛି । ତେବେ ବାବାଙ୍କ ମୂର୍ତ୍ତୀରେ ପାଖାପାଖି 110 କିଲୋ ସୁନା ଗହଣା ଲାଗିଛି । ଏହାକୁ ମଧ୍ୟ ଆନ୍ଧପ୍ରଦେଶର ଜଣେ ଭକ୍ତ ଆଦି ନାରାୟଣ ରେଡ୍ଡୀ (Adinarayana Reddy) ବାବାଙ୍କୁ ଦାନ କରିଥିଲେ ।