ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ରେକର୍ଡ କରିବାରେ ଲାଗିଥିବା ଏସ.ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ବହୁଭାଷୀ ଦକ୍ଷିଣ ଭାରତୀୟ ଚଳଚିତ୍ର ‘RRR’ର ବହୁଚର୍ଚ୍ଚିତ ନାଟୁ ନାଟୁ ଗୀତ ଚର୍ଚ୍ଚାର କେନ୍ଦ୍ରରୁ ହଟୁନି । ନୂଆଦିଲ୍ଲୀରେ ଅବସ୍ଥାପିତ ଦକ୍ଷିଣ କୋରିଆର ଦୂତାବାସ ଅଧିକାରୀ ଏହି ଚଳିଚିତ୍ରର ବହୁଚର୍ଚ୍ଚିତ "Natu Natu" ଗୀତରେ ନୃତ୍ୟ ପରିବେଷଣ କରି ଏକ ଭିଡିଓ ଟ୍ବିଟ କରିଛନ୍ତି । ଦୂତାବାସ ଅଧିକାରୀଙ୍କ ସହ ନିଜେ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ଚାଙ୍ଗ-ଜାଏ-ବୁକ (Chang Jae-bok ) ମଧ୍ୟ ନୃତ୍ୟ କରିଥିବାର ଦେଖିବାକୁ ମିଳୁଛି ।
ଦୂତାବାସ ପକ୍ଷରୁ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କାରଯାଇଥିବା ଭିଡିଓକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିବା ସହ ରିଟ୍ବିଟ ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ କ୍ୟାପସନରେ ଲେଖିଛନ୍ତି ‘ଏହା ଏକ ଜୀବନ୍ତ ଏବଂ ସୁନ୍ଦର ଟିମ ଓ୍ବାର୍କ”। ଦୂତାବାସ ସେୟାର କରିଥିବା ଭିଡିଓ କ୍ଲିପର ଅବଧି ରହିଛି 53 ସେକେଣ୍ଡ୍ । ଏହି କ୍ଲିପରେ ରାଷ୍ଟ୍ରଦୂତଙ୍କ ସମେତ କୋରିଆ ଦୂତାବାସରେ କାର୍ଯ୍ୟରତ ସମସ୍ତ ମହିଳା ଓ ପୁରୁଷ ଅଧିକାରୀମାନେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ମୂଳ ଗୀତରେ ଅଭିନେତା ଜୁନିୟର ଏନଟିଆର ଏବଂ ରାମ ଚରଣଙ୍କ ଅଦ୍ଭୁତ ନୃତ୍ୟଶୈଳୀକୁ ସେମାନେ ଅନୁସରଣ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:-HCA Film Awards 2023: ବିଶ୍ବ ଦରବାରରେ ଚମକୁଛି RRR, ପୁଣି ମିଳିଲା ଏଚସିଏ ଆୱାର୍ଡ