ଓଡିଶା

odisha

ETV Bharat / bharat

ଦକ୍ଷିଣ ଭାରତରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌, ଚେନ୍ନାଇରୁ ଟ୍ରାଏଲ ରନ୍‌ ସଫଳ - ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରାଏଲ ରନ୍‌ ସଫଳ

ମହୀଶୂର ରେଳ ଷ୍ଟେସନରେ ପହଞ୍ଚିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ । ଦକ୍ଷିଣ ଭାରତରେ ପ୍ରଥମ ଥର ପାଇଁ ଏହି ଟ୍ରେନ୍‌ ଚଳାଚଳ ଆରମ୍ଭ କରିବ । ଅଧିକ ପଢ଼ନ୍ତୁ

South Indias first Vande Bharat train to operate between Chennai to Mysore
ଦକ୍ଷିଣ ଭାରତରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌, ଚେନ୍ନାଇରୁ ଟ୍ରାଏଲ ରନ୍‌ ସଫଳ

By

Published : Nov 7, 2022, 9:01 PM IST

ବେଙ୍ଗାଲୁରୁ: ମହୀଶୂର ରେଳ ଷ୍ଟେସନରେ ପହଞ୍ଚିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ । ଦକ୍ଷିଣ ଭାରତରେ ପ୍ରଥମ ଥର ପାଇଁ ଏହି ଟ୍ରେନ୍‌ ଚଳାଚଳ ଆରମ୍ଭ କରିବ । ଏହି ହାଇ ସ୍ପିଡ୍‌ ଟ୍ରେନ୍‌ ସୋମବାର ମହୀଶୂର ରେଳ ଷ୍ଟେସନରେ ପହଞ୍ଚିଥିଲା । ଚେନ୍ନାଇରୁ ଏହି ଟ୍ରେନ୍‌ରେ ଟ୍ରାଏଲ ରନ୍‌ କରାଯାଇଛି ।

ତାମିଲନାଡ଼ୁ ରାଜଧାନୀ ଚେନ୍ନାଇରୁ ଏହି ହାଇ ସ୍ପିଡ୍‌ ଟ୍ରେନ୍‌ ସକାଳ ୬ଟାରୁ ଛାଡ଼ିଥିଲା । ଏହାପରେ ୬ ଘଣ୍ଟାରେ ୫୦୪ କିମି ଅତିକ୍ରମ କରିଥିଲା । ନଭେମ୍ବର ୧୧ ତାରିଖରୁ ଏହି ଟ୍ରେନ୍‌ ଦକ୍ଷିଣ ଭାରତରେ ଚଳାଚଳ ଆରମ୍ଭ କରିବ । ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଚେନ୍ନାଇ-ବେଙ୍ଗାଲୁରୁ-ମହୀଶୂର ବନ୍ଦେ ଭାରତ ଏକ୍ସପ୍ରେସ୍‌ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ରହିବ । ଟ୍ରେନ୍‌ର ବେଗକୁ ନେଇ ଏହାର ବଗିଗୁଡ଼ିକୁ ସ୍ବତନ୍ତ୍ର ଭାବରେ ବିକଶିତ କରାଯାଇଛି । ପ୍ରତ୍ୟେକ କମ୍ପାର୍ଟମେଣ୍ଟରେ ଅଟୋମେଟେଡ ଡୋର୍‌ ରହିଛି । ପ୍ରତ୍ୟେକ ବଗିରେ ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲାଗିଛି ।

ତେବେ ଏହି ଟ୍ରେନରେ 16ଟି ବଗି ରହିଛି । ଯେଉଁଥିରେ 14ଟି ଚେୟାର କାର ଏବଂ 2ଟି ଏକଜିକ୍ୟୁଟିଭ କ୍ଲାସ ରହିଛି । ପ୍ରତିଟି ଚେୟାର କାରରେ 78ଟି ସିଟ୍ ରହିଛି । ତେବେ ଏହି ଟ୍ରେନରେ ପ୍ରାୟ 1100 ଯାତ୍ରୀ ଏକକାଳୀନ ଯାତ୍ରା କରିପାରିବେ । ତେବେ ଏହି ଟ୍ରେନ ପାଇଁ ଯାତ୍ରୀ ଆଗୁଆ ବୁକିଂ ସାରିଥିବା ବେଳେ ଏହି ଏକ୍ସପ୍ରେସ ଅକ୍ଟୋବର 5ରୁ ନିୟମିତ ସେବା ଯୋଗାଇବ । ଚେନ୍ନାଇରୁ ଏହି ଟ୍ରେନ୍‌ରେ ଟ୍ରାଏଲ ରନ୍‌ କରାଯାଇଛି ।

ABOUT THE AUTHOR

...view details