ଓଡିଶା

odisha

ETV Bharat / bharat

Karnataka Result: 'ଦକ୍ଷିଣ ଭାରତ ହୋଇଛି ବିଜେପି ମୁକ୍ତ' - ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ

କର୍ଣ୍ଣାଟକରେ ବିଜେପି ପରାଜୟ ବରଣ କରିବା ପରେ ପ୍ରତିକ୍ରିୟା ରଖିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଦକ୍ଷିଣ ଭାରତ ବିଜେପି ମୁକ୍ତ ହୋଇଛି । ଦୁର୍ନୀତିକାରୀଙ୍କ ମୁଣ୍ଡ ଉପରେ ବଜରଙ୍ଗ ବଲ୍ଲୀଙ୍କ ଗଦା ପଡିଛି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 13, 2023, 7:03 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୂର୍ଣ୍ଣ ବହୁମତ ସହିତ ସରକାର ଗଢିବାକୁ ଯାଉଛି କଂଗ୍ରେସ । ଦକ୍ଷିଣ ଭାରତରେ ଶାସନ କ୍ଷମତାକୁ ହାତକୁ ନେବା ଲାଗି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଦଳ ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ରହିଥିଲା । ମାତ୍ର ଏଠାରେ ପରାଜୟ ବରଣ କରିଛି ଦଳ । ଏହି ହାର ଦକ୍ଷିଣ ଭାରତ ଦ୍ବାର ବିଜେପି ପାଇଁ ବନ୍ଦ କରିଛି ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ଫଳ ଆସିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ବିଜେପିକୁ କଟାକ୍ଷ କରିଛନ୍ତି । କର୍ଣ୍ଣାଟକ ନିର୍ବାଚନ ପରାଜୟ ସହିତ 'ଦକ୍ଷିଣ ଭାରତ ବିଜେପି ମୁକ୍ତ' ହୋଇଛି ବୋଲି ସେ କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଭୂପେଶ କହିଛନ୍ତି, "ପ୍ରଥମେ ଆମେ ହିମାଚଳ ପ୍ରଦେଶ ଜିତିଲୁ ଓ ଏହାପରେ କର୍ଣ୍ଣାଟକ । ହିମାଳୟଠାରୁ ଉପକୂଳ ପର୍ଯ୍ୟନ୍ତ କଂଗ୍ରେସର ବିଜୟ ହୋଇଛି । ସେମାନେ (ବିଜେପି) କଂଗ୍ରେସ ମୁକ୍ତ ଭାରତ ନାରା ଲଗାଉଥିଲେ, ହେଲେ ଏବେ ଦକ୍ଷିଣ ଭାରତ ହିଁ ବିଜେପି ମୁକ୍ତ ହୋଇଯାଇଛି । ଆମେ ଯାହା ଆଶା କରିଥିଲୁ ଫଳାଫଳ ମଧ୍ୟ ସେୟା ଆସିଛି । ବିଜେପି ନିର୍ବାଚନ ଜିତିବା ଲାଗି ସମସ୍ତ ଉଦ୍ୟମ କରିଥିଲା । ଫ୍ରଣ୍ଟଫୁଟରେ ନିଜେ ପ୍ରଧାନମନ୍ତ୍ରୀ ରହିଥିଲେ । ଏହା ସତ୍ତ୍ବେ ଦଳ ପରାଜୟ ବରଣ କରିଛି । ତେବେ ଏହା ପ୍ରଧାନମନ୍ତ୍ରୀଙ୍କ ପାଇଁ ବଡ଼ ହାର ହୋଇଛି । ଏହା ସ୍ପଷ୍ଟ କରିଛି ଯେ ମୋଦିଙ୍କ ଯାଦୁର ପରିସମାପ୍ତି ଘଟିଛି ।"

ଏହା ବି ପଢନ୍ତୁ- Karnataka Election Results: ଦୁର୍ବଳ କଂଗ୍ରେସଠୁ କେମିତି ହାରିଲା ଶକ୍ତିଶାଳୀ ବିଜେପି ?

ବଜରଙ୍ଗ ବଲ୍ଲୀ ବିବାଦ ଉପରେ ମଧ୍ୟ ଭୂପେଶ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ସେ କହିଛନ୍ତି, "ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି ଯେ ବଜରଙ୍ଗ ବଲ୍ଲୀ କାହା ସହିତ ଅଛନ୍ତି । ବଜରଙ୍ଗ ବଲ୍ଲୀଙ୍କ ଗଦା ଦୁର୍ନୀତି କରୁଥିବା ବ୍ୟକ୍ତିଙ୍କ ମୁଣ୍ଡ ଉପରେ ପଡ଼ିଛି । ଏହି ହାର କର୍ଣ୍ଣାଟକରେ ବିଜେପିର ଯୁଗ ଶେଷ କରିଛି ।" ଛତିଶଗଡ଼ ନିର୍ବାଚନକୁ ନେଇ ଭୂପେଶ କହିଛନ୍ତି ଯେ ରାଜ୍ୟରେ ବିଜେପି ସହିତ ଚାଷୀ, ଆଦିବାସୀ, ଯୁବଗୋଷ୍ଠୀ କି ପଛୁଆ ବର୍ଗ ନାହାନ୍ତି । ଏହାସହ ଛତିଶଗଡ଼ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉକୁ ସେ ନିନ୍ଦା କରିଛନ୍ତି । ଇଡି ବିଜେପି ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି ।

ସେପଟେ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟା ରଖିଛନ୍ତି । ଆଗାମୀ ଦିନରେ ବିଜେପି ଅନ୍ୟ ରାଜ୍ୟଗୁଡ଼ିକରେ ଉଚିତ ଶିକ୍ଷା ପାଇବ ବୋଲି ସେ କହିଛନ୍ତି । ଆଗକୁ ହେବାକୁ ଥିବା ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନରେ ଲୋକେ ବିଜେପିକୁ ପୁଣି ପରାଜୟର ସ୍ବାଦ ଚଖାଇବେ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details