ଓଡିଶା

odisha

ETV Bharat / bharat

ସ୍କୁଲ୍‌ରେ ବୋମା ଧମକ, ଘଟଣାସ୍ଥଳରେ ପୋଲିସ - ସ୍କୁଲରେ ବୋମା ଧମକ

ଦିଲ୍ଲୀର ଏକ ସ୍କୁଲରେ ବୋମା ଥିବା ନେଇ ଇମେଲରେ ଧମକ (South Delhi school gets bomb threat via email)। ବୋମା ଡିସପୋଜାଲ ଟିମ ସହ ପହଞ୍ଚିଲା ପୋଲିସ । କୌଣସି ବିସ୍ଫୋରକ ମିଳିନଥିବା ସୂଚନା । ମେଲକୁ ଭେରିଫାଏ କରିବାରେ ଲଗିଛି ସାଇବର ସେଲ । ଅଧିକ ପଢନ୍ତୁ

ସ୍କୁଲରେ ବୋମା ଧମକ, ଘଟଣାସ୍ଥଳରେ ପୋଲିସ
ସ୍କୁଲରେ ବୋମା ଧମକ, ଘଟଣାସ୍ଥଳରେ ପୋଲିସ

By

Published : Nov 28, 2022, 4:38 PM IST

ନୂଆଦିଲ୍ଲୀ:ଦକ୍ଷିଣ ଦିଲ୍ଲୀର ଏକ ସ୍କୁଲରେ ବୋମା ଧମକ । ଇ-ମେଲ ଯୋଗେଁ କର୍ତ୍ତୃପକ୍ଷଙ୍କୁ ସ୍କୁଲ ପରିସରରେ ବୋମା ଥିବା ସୂଚନା ମିଳିବା ପରେ ହାଇଆଲର୍ଟ ଜାରି କରାଯାଇଛି (South Delhi school gets bomb threat via email)। ସୂଚନା ପାଇଁ ସ୍ଥାନୀୟ ପୋଲିସ ବୋମା ନିସ୍କ୍ରିୟକାରୀ ଟିମ ସହ ସ୍କୁଲ୍‌ରେ ପହଞ୍ଚିଛି । ସ୍କୁଲ ପରିସରରୁ ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଓ କର୍ମଚାରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି ।

ଦିଲ୍ଲୀ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ତୁରନ୍ତ ବୋମା ନିଷ୍କ୍ରିୟକାରୀ ଟିମ ଓ ଡଗ ସ୍କ୍ବାଡ ସହ ସ୍କୁଲ ପରିସରରେ ପହଞ୍ଚିଥିଲା । ସମ୍ପୂର୍ଣ୍ଣ ସ୍କୁଲକୁ ଖାଲି କରାଯାଇ ବୋମାକୁ ଠାବ କରାଯିବା ପାଇଁ ଅପରେସନ ଆରମ୍ଭ ହୋଇଥିଲା । ତେବେ ବୋମା କିମ୍ବା ଅନ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ସେଠାରୁ ଜବତ ହୋଇନାହିଁ ।

ସେହିପରି ଇ-ମେଲ ଆସିିଥିବା ମେଲ ଆଇଡିକୁ ସାଇବର ସେଲକୁ ପଠାଯାଇଛି । କେଉଁଠାରୁ ଏହି ମେଲ ଆସିଛି ତାହା ସାଇବର ତଦନ୍ତରେ ଜଣାପଡିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପୋଲିସ କହିଛି । ଆଜି ପୂର୍ବାହ୍ନରେ ସ୍କୁଲରେ ବୋମା ଥିବା ନେଇ ଏପରି ଧମକପୂର୍ଣ୍ଣ ମେଲ୍‌ ମିଳିବା ପରେ ସ୍କୁଲ ପରିସରରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ତୁରନ୍ତ ସ୍କୁଲରୁ ସମସ୍ତଙ୍କୁ ଖାଲି କରାଯିବା ସହ ପୋଲିସକୁ ସୂଚନା ଦିଆଯାଇଥିଲା ।

ABOUT THE AUTHOR

...view details