ଓଡିଶା

odisha

ETV Bharat / bharat

ସୁପ୍ରିମକୋର୍ଟର ଅଧା କର୍ମଚାରୀ କୋରୋନା ପଜିଟିଭ; ଆଜିଠୁ ପୁଣି ଭର୍ଚୁଆଲ ଶୁଣାଣି

ଦେଶରେ ପୁଣି ବିଗୁଡିଛି କୋରୋନା ସ୍ଥିତି । ସୁପ୍ରିମକୋର୍ଟର 50 ପ୍ରତିଶତ କର୍ମଚାରୀ କୋରୋନା ପଜିଟିଭ । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟର ଅଧା କର୍ମଚାରୀ କୋରୋନା ପଜିଟିଭ
ସୁପ୍ରିମକୋର୍ଟର ଅଧା କର୍ମଚାରୀ କୋରୋନା ପଜିଟିଭ

By

Published : Apr 12, 2021, 9:51 AM IST

ନୂଆଦିଲ୍ଲୀ: କୋରୋନା କବଳରେ ସୁପ୍ରିମକୋର୍ଟର 50 ପ୍ରତିଶତ କର୍ମଚାରୀ । ଆଜି ଠାରୁ ଘରେ ବସି ମାମଲାର ଶୁଣାଣି କରିବେ ବିଚାରପତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ମାମଲାର କରାଯିବ ବିଚାର । ସେହିପରି ସଂକ୍ରମଣକୁ ଦେଖି ଆଜି 10.30 ରେ ବସିବାକୁ ଥିବା ବେଞ୍ଚ 11.30ରେ ବସିବ । 11ଟା ପରିବର୍ତ୍ତେ 12 ରେ ବେଞ୍ଚ ବସିବା ନେଇ ସୂଚନା ।

ସେପଟେ, କର୍ମଚାରୀ କୋରୋନା ଆକ୍ରାନ୍ତ ବାହାରିବା ପରେ ସୁପ୍ରିମକୋର୍ଟର ସମ୍ପୂର୍ଣ୍ଣ ପରିସର, କୋର୍ଟ ରୁମକୁ ସାନିଟାଇଜ କରାଯିବ । ଦେଶରେ କୋରୋନାର ଦ୍ବିତୀୟ ଲହରୀ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି । ଗତ ସପ୍ତାହ ମଧ୍ୟରେ ଦେଶରେ 10 ଲକ୍ଷ ନୂତନ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଗତ ରବିବାର ଦେଢ ଲକ୍ଷରୁ ଅଧିକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରବିବାର ଗୋଟିଏ ଦିନରେ 839 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପାଞ୍ଚ ମାସ ମଧ୍ୟରେ ଏହା ସର୍ବାଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 69 ହଜାର 275ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details