ହାଇଦ୍ରାବାଦ: ଓଡିଆଙ୍କ ମନ ଜିଣିଲେ କୋଲକାତା ଦାଦା । ପୂର୍ବତନ ଭାରତୀୟ କ୍ରିକେଟର ତଥା BCCI ସଭାପତି ସୌରଭ ଗାଙ୍ଗୁଲିଙ୍କ ମିଠା କଥା ଓଡିଆଙ୍କ ହୃଦୟ କିଣିନେଇଛି । ପଶ୍ଚିମ ବଙ୍ଗର ଏକ ଟିଭି ପ୍ରୋଗ୍ରାମରେ ସୌରଭ ଗାଙ୍ଗୁଲି ଯୋଗଦେଇ ରସଗୋଲା ଓଡିଶାର କହିବା ବେଶ୍ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଦାଦାଙ୍କ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।
ଓଡିଆଙ୍କ ମନ ଜିଣିଲେ କୋଲକାତା ଦାଦା, କହିଲେ ରସଗୋଲା ଓଡିଶାର - ରସଗୋଲା ଓଡିଶାର କହିଲେ ସୌରଭ ଗାଙ୍ଗୁଲି
ପୂର୍ବତନ ଭାରତୀୟ କ୍ରିକେଟର ତଥା BCCI ସଭାପତି ସୌରଭ ଗାଙ୍ଗୁଲିଙ୍କ ମିଠା କଥା ଓଡିଆଙ୍କ ହୃଦୟ କିଣିନେଇଛି । ରସଗୋଲା ପାଇଁ ଓଡିଶା ପକ୍ଷରୁ ବ୍ୟାଟିଂ କଲେ ଦାଦା । ଅଧିକ ପଢନ୍ତୁ
ପଡିଆରେ ଦିନେ ଛକା, ଚୌକା ମାରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିବା କୋଲକାତା ଦାଦା ଏଥର ସ୍ବତନ୍ତ୍ର ଭାବେ ଓଡିଆଙ୍କ ମନ କିଣି ନେଇଛନ୍ତି । Zee Bangla ର ଲୋକପ୍ରିୟ କାର୍ଯ୍ୟକ୍ରମ ଦାଦାଗିରିରେ ରସଗୋଲା ଖାଇବାରେ ନିଜକୁ ରୋକିପାରି ନ ଥିଲେ ଦାଦା । କାର୍ଯ୍ୟକ୍ରମକୁ ହୋଷ୍ଟ କରିବା ସମୟରେ ଦାଦା କହିଛନ୍ତି ଯେ, ''ଦେଶର ଅନେକ ଲୋକେ ରସଗୋଲା କୋଲକାତାର ଏକ ସ୍ବାଦିଷ୍ଟ ବ୍ୟଞ୍ଜନ ବୋଲି କହିଥାନ୍ତି । ସତ୍ୟତା ଏହା ଯେ ରସଗୋଲା ଓଡିଶାର । ଜଗନ୍ନାଥ ମନ୍ଦିର ପରମ୍ପରା ଅନୁସାରେ ଏହା ପ୍ରମାଣିତ ହୋଇଛି ।''
ଗାଙ୍ଗୁଲି ଆହୁରି ମଧ୍ୟ କହିଛନ୍ତି ଯେ, ''ଖେଳ ସମୟରେ ଯେତେବେଳେ ମୁଁ କଟକ ଯାଉଥିଲି, ସେତେବେଳେ ବିଭିନ୍ନ ସ୍ବାଦିଷ୍ଟ ମିଠା ଖାଇଥାଏ, କଟକର ସ୍ବାଦିଷ୍ଟ ମିଠା ପରି ଅନ୍ୟ କେଉଁଠାରେ ମିଳିନଥାଏ ।'' ଗାଙ୍ଗୁଲିଙ୍କ ଏହି ମିଠା ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ନେଟିଜେନ୍ସ ଗାଙ୍ଗୁଲିଙ୍କୁ ଧନ୍ୟବାଦ୍ ଦେବା ସହ ପ୍ରଶଂସା ମଧ୍ୟ କରୁଛନ୍ତି ।