ଓଡିଶା

odisha

ETV Bharat / bharat

Himachal assembly election: ବାପାଙ୍କ ଅନ୍ତିମ ସଂସ୍କାର ସାରି ଭୋଟ ଦେଲେ ୩ ପୁଅ - ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ

ଶେଷ ହୋଇଛି ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ । ରାଜ୍ୟର ମଣ୍ଡି ଜିଲ୍ଲାର ବହ୍ଲ ନିର୍ବାଚନ ମଣ୍ଡଳୀରେ ନିଜ ବାପାଙ୍କର ଅନ୍ତିମ ସଂସ୍କାର ସାରି ମତଦାନ କେନ୍ଦ୍ରରେ ପୁଅମାନେ ପହଞ୍ଚିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢ଼ନ୍ତୁ

ବାପାଙ୍କ ଅନ୍ତିମ ସଂସ୍କାର ସାରି ଭୋଟ ଦେଲେ ୩ ପୁଅ
ବାପାଙ୍କ ଅନ୍ତିମ ସଂସ୍କାର ସାରି ଭୋଟ ଦେଲେ ୩ ପୁଅ

By

Published : Nov 13, 2022, 8:55 AM IST

Updated : Nov 13, 2022, 9:36 AM IST

ଶିମଲା: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଆଜି ରାଜ୍ୟର ଗୋଟିଏ ପର୍ଯ୍ୟାୟରେ ସମସ୍ତ ୬୮ ଆସନ ପାଇଁ ମତଦାନ ଶେଷ ହୋଇଛି (Himachal assembly election)। ରାଜ୍ୟବ୍ୟାପୀ ମତାଧିକାର ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ ଆଜି ଗଣତନ୍ତ୍ରର ଏହି ମହାପର୍ବରେ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ନିଜ ବାପାଙ୍କର ଅନ୍ତିମ ସଂସ୍କାର ସାରି ମତଦାନ କେନ୍ଦ୍ରରେ ପୁଅମାନେ ପହଞ୍ଚିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଶକ୍ତିଶାଳୀ ଗଣତନ୍ତ୍ରର ସୌନ୍ଦର୍ଯ୍ୟତା, ବାପାଙ୍କ ଅନ୍ତିମ ସଂସ୍କାର ସାରି ଭୋଟ ଦେଲେ ୩ ପୁଅ

ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାର ବହ୍ଲ ନିର୍ବାଚନ ମଣ୍ଡଳୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ମଣିରାମଙ୍କ ବାପାଙ୍କର ଶନିବାର ସକାଳେ ମୃତ୍ୟୁ ଘଟିଥିଲା । ମଣିରାମ ନିଜର ୨ ଭାଇଙ୍କ ସହ ନିଜ ବାପାଙ୍କ ଅନ୍ତିମ ସଂସ୍କାର ସାରିବା ପରେ ଶ୍ମଶାନରୁ ଖାଲି ପାଦରେ ନିଜ ମତ ସାବ୍ୟସ୍ତ କରିବା ପାଇଁ ତିନି ଭାଇ ସିଧା ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ତେବେ ନିଜ ଏଭଳି ସମୟରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ପହଞ୍ଚିଥିବା ମଣିରାମ ଓ ଅନ୍ୟ ୨ ଭାଇଙ୍କର ଏଭଳି ନିଷ୍ପତ୍ତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ଏକ ଶକ୍ତିଶାଳୀ ଗଣତନ୍ତ୍ରର ସୌନ୍ଦର୍ଯ୍ୟର ଏକ ଉଦାହରଣ ସ୍ବରୂପ ମଣିରାମ ଓ ତାଙ୍କ ୨ ଭାଇ ସଚେତନ ମତଦାତାଙ୍କ କର୍ତ୍ତବ୍ୟ ପାଳନ କରିଥିଲେ । ହୃଦୟରେ ପିତାଙ୍କ ମୃତ୍ୟୁର ଯନ୍ତ୍ରଣା ଧରି ଶ୍ମଶାନରୁ ସିଧା ସଳଖ ମତଦାନ କେନ୍ଦ୍ରକୁ ଆସିବା ଏବଂ ଭୋଟ୍ ଦେବା ଏକ ସାଧାରଣ କଥା ନୁହେଁ । ଏଭଳି କାର୍ଯ୍ୟ କରି ଏକ ଶକ୍ତିଶାଳୀ ଗଣତନ୍ତ୍ରର ସୌନ୍ଦର୍ଯ୍ୟତା ତଥା ଦେଶର ବିକାଶ ପାଇଁ ଭୋଟ୍ କେତେ ମୂଲ୍ୟବାନ ଏକଥା ତିନି ଭାଇ ସାବ୍ୟସ୍ତ କରିଛନ୍ତି ।

Last Updated : Nov 13, 2022, 9:36 AM IST

ABOUT THE AUTHOR

...view details