ଓଡିଶା

odisha

ETV Bharat / bharat

Sidhu Moosewala Murder Case: ଚର୍ଚ୍ଚାରେ ଏହି 2 ଗ୍ୟାଙ୍ଗଷ୍ଟାରଙ୍କ ନାଁ - Sidhu Moosewala Murder Case

ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ଦିନ ବିତିବାରେ ଲାଗିଛି । ଏ ନେଇ ଚର୍ଚ୍ଚାରେ ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ନାମ । ଅଧିକ ପଢନ୍ତୁ

Sidhu Moosewala Murder Case
Sidhu Moosewala Murder Case

By

Published : Jun 9, 2022, 3:50 PM IST

ଚଣ୍ଡିଗଡ:ଭାରତୀୟ ସେନାରେ ଅଧିକାଂଶ ସେନା ହରିୟାଣାରୁ ଭର୍ତ୍ତି ହୋଇଥାନ୍ତି । ଏହାର ଏକ ବଡ କାରଣ ରହିଛି । ଯୁବକମାନେ ସେମାନଙ୍କୁ ଗୁରୁଜନଙ୍କଠୁ ପ୍ରେରଣା ପାଇଥାନ୍ତି । ପ୍ରେରଣା ପାଇଁ ସେନାରେ ଭର୍ତ୍ତି ହେବାକୁ ମନ ବଳାଇଥାନ୍ତି । ହରିୟାଣାର ଯୁବକଙ୍କ ହୃଦୟରେ ସେନା ରହିଥାଏ । ସୋନିପଥର ଗଡି ସିସାନାର ପ୍ରିୟବ୍ରତ ଏହାକୁ ପାଥେୟ କରି ସେନାରେ ଭର୍ତ୍ତି ହୋଇଥିଲେ ।

ଭାରତୀୟ ସେନାରେ ଭର୍ତ୍ତି ହେବା ପୂର୍ବରୁ ପ୍ରିୟବ୍ରତ କୁସ୍ତି କରୁଥିଲେ । ରାଜ୍ୟ ସ୍ତରରେ ଅନେକ ପଦକ ଜିତିଥିଲେ ତେଣୁ ପ୍ରିୟବ୍ରତ କ୍ରୀଡା କୋଟାରୁ ଭାରତୀୟ ସେନାରେ ଯୋଗ ଦେଇଥିଲେ। ପ୍ରିୟବ୍ରତଙ୍କୁ ମହାରାଷ୍ଟ୍ରର ପୁଣେରେ ପୋଷ୍ଟ କରାଯାଇଥିଲା ଏବଂ ସେଠାରୁ ଦଶମ ପାଠ ପଢିଥିଲେ । ପ୍ରିୟବ୍ରତ ତିନି ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ସେନା ଚାକିରି ଛାଡି ଗାଁକୁ ଆସିଥିଲେ। ଗାଁକୁ ଆସିବା ପରେ ପ୍ରିୟବ୍ରତ ଖରାପ ସଙ୍ଗତରେ ପଡିଥିଲେ । ଏହିଠୁ ଆରମ୍ଭ ହୋଇଥିଲା ପ୍ରିୟବ୍ରତଙ୍କ ଗ୍ୟାଙ୍ଗଷ୍ଟର ହେବାର ଯାତ୍ରା ।

ଏମିତି ଆରମ୍ଭ ହେଲା ପ୍ରିୟବ୍ରତଙ୍କ ଗ୍ୟାଙ୍ଗଷ୍ଟାର ଯାତ୍ରା...

ଗାଁକୁ ଆସିବା ପରେ ପ୍ରିୟବ୍ରତ ତାଙ୍କ ସାଙ୍ଗ ମନଜିତ ଏବଂ ମୋନୁ ଡାଗର ନାମକ ଦୁଇ ଜଣଙ୍କ ସହ ମିଶି ଅପରାଧିକ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ଜୁଲାଇ 2015 ରେ ପ୍ରିୟବ୍ରତ, ମନଜିତ ଏବଂ ମୋନୁ ଡାଗର ମଦ୍ୟପାନ କରିବା ପରେ ଗାଁର ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ଏହା ପରେ ତିନିଜଣ ମୃତଦେହକୁ ପଶ୍ଚିମ ଯମୁନା ଲିଙ୍କ କେନାଲରେ ଫିଙ୍ଗି ଦେଇଥିଲେ। ଏହି ହତ୍ୟା ମାମଲାରେ ସୋନିପଥ ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ସହ ଜେଲକୁ ପଠାଇ ଦେଇଥିଲା ।

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ରାମକରଣ ସହ ହାତ ମିଶାଇବା....

କିଛି ଦିନ ଜେଲରେ ରହିବା ପରେ ପ୍ରିୟବ୍ରତ ଜାମିନରେ ଆସିଥିଲେ। ଜାମିନରୁ ବାହାରିବା ପରେ ପ୍ରିୟବ୍ରତ ସୋନିପଥର କୁଖ୍ୟାତ ଗ୍ୟାଙ୍ଗଷ୍ଟର ରାମକାରଣଙ୍କ ସହ ହାତ ମିଳାଇ ଅନେକ ଘଟଣା ଘଟାଇଥିଲା । ପ୍ରିୟବ୍ରତ ତାଙ୍କ ସହଯୋଗୀମାନଙ୍କ ସହ 18 ମାର୍ଚ୍ଚ 2021 ରେ ଗ୍ୟାଙ୍ଗଷ୍ଟର ଅଜୟ ଓରଫ ବିଟୁ ବାରୋଣାଙ୍କ ପିତାଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ପ୍ରିୟବ୍ରତ ଏବେ ବି ଫେରାର ଅଛି । କିନ୍ତୁ ସିଦ୍ଧୁ ମୁସେୱାଲା ହତ୍ୟା ମାମଲା ପରେ ଏହାର ନାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି ।

ସିଦ୍ଧୁ ମୁସେୱାଲା ହତ୍ୟା ସହ ସଂମ୍ପୃକ୍ତି...

ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର 4 ଦିନ ପୂର୍ବରୁ ଅର୍ଥାତ୍ 25 ମଇରେ ବୋଲୋରରେ ଫତେହାବାଦର ରତିୟା ଚୁଙ୍ଗିରେ ଯାଉଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି । ସେହି ସମାନ ବୋଲେରୋ କାର ହାନ୍ସପୁର ଅଭିମୁଖେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । କୁହାଯାଉଛି ଯେ ଏହା ସେହି ବୋଲେରୋ ଥିଲା ଯାହାକି ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପୂର୍ବରୁ ତିନିରୁ ଚାରି ଦିନ ପୂର୍ବରୁ ରେକି ପାଇଁ ବ୍ୟବହୃତ ହୋଇଥିଲା । ଏମିତିକା ବୋଲେରୋ ସିଦ୍ଧୁ ମୁସେୱାଲା ଗାଡିକୁ ପିଛା କରୁଥିଲା । ମିଳିଥିବା ଫୁଟେଜରୁ କୁଖ୍ୟାତ ଅପରାଧୀ ପ୍ରିୟବ୍ରତ ଓ ଅନ୍ୟଜଣଙ୍କ ଅଙ୍କିତ ଜାଟି ବୋଲି ଜଣାପଡିଛି । ପୋଲିସ ଏବେ ଯାଏଁ ସେମାନଙ୍କୁ ଗିରଫ କରିନାହିଁ । ଏ ନେଇ ପୋଲିସ କୌଣସି ପ୍ରତିକ୍ରିୟା ରଖିନାହିଁ ।

ପ୍ରିୟବ୍ରତ ଦଶମ ପର୍ଯ୍ୟନ୍ତ ଅଧ୍ୟୟନ ପାଠ ପଢିଛି । ତାଙ୍କୁ କ୍ରୀଡା କୋଟାରୁ ସେନାରେ ନିଯୁକ୍ତି ଦିଆଯାଇଥିଲା। ତିନି ବର୍ଷ ସେନାରେ କାମ କରିବା ପରେ ସେ ଚାକିରି ଛାଡି ଘରକୁ ଫେରିଥିଲେ । ଏହାପରେ ସେ ଅପରାଧ ଘଟାଇବାରେ ଲିପ୍ତ ଥିଲେ । ପରିବାର ସଦସ୍ୟମାନେ ତାଙ୍କୁ ଅନେକ ଥର ମନାଇବା ପାଇଁ ଚେଷ୍ଟା କରିଥିଲେ ହେଲେ କିଛି ସୁଫଳ ମିଳି ନଥିଲା । ଏହା ପରେ ପ୍ରିୟବ୍ରତ ଘରୁ ପଳାଇ ଯାଇଥିଲେ। ବର୍ତ୍ତମାନ ଦୁଇ ବର୍ଷରୁ ଅଧିକ ସମୟ ଅତିବାହିତ କରିଛି ସେ ଘରକୁ ଆସି ନାହାଁନ୍ତି କିମ୍ବା ତାଙ୍କ ସହ ପରିବାରର କୌଣସି ଯୋଗାଯୋଗ ନାହିଁ ।

ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ନେଇ ଯେବେଠୁ ପ୍ରିୟବ୍ରତଙ୍କ ନାମ ଆସିଛି ପୋଲିସ ଗାଁରେ ଡେରା ପକାଉଛି । ମାତ୍ର ପୋଲିସ ହାତ ଖାଲି ଅଛି । ପ୍ରିୟବ୍ରତଙ୍କ ନାମରେ 25 ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ।

ABOUT THE AUTHOR

...view details