ଓଡିଶା

odisha

ETV Bharat / bharat

କୋଭିଡ୍ ସ୍ଥିତି ନେଇ କଂଗ୍ରେସ ଶାସିତ ମୁଖ୍ୟମନ୍ତ୍ରୀଙ୍କ ସହ ସୋନିଆଙ୍କ ଭର୍ଚୁଆଲ ବୈଠକ - ସୋନିଆଙ୍କ ଭର୍ଚୁଆଲ ବୈଠକ

କୋଭିଡ୍ 19 ସ୍ଥିତିକୁ ନେଇ କଂଗ୍ରେସ ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସହ କଥା ହେବେ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିବେ । ଏଥିରେ ରାଜ୍ୟଗୁଡିକରେ COVID-19ର ସ୍ଥିତି ସମୀକ୍ଷା କରାଯିବ। ଅଧିକ ପଢନ୍ତୁ...

କୋଭିଡ୍ ପରିସ୍ଥିତି ନେଇ କଂଗ୍ରେସ ଶାସିତ ମୁଖ୍ୟମନ୍ତ୍ରୀଙ୍କ ସୋନିଆଙ୍କ ଭର୍ଚୁଆଲ ବୈଠକ
କୋଭିଡ୍ ପରିସ୍ଥିତି ନେଇ କଂଗ୍ରେସ ଶାସିତ ମୁଖ୍ୟମନ୍ତ୍ରୀଙ୍କ ସୋନିଆଙ୍କ ଭର୍ଚୁଆଲ ବୈଠକ

By

Published : Apr 10, 2021, 8:19 AM IST

ନୂଆଦିଲ୍ଲୀ: ଆଜି ଭର୍ଚୁଆଲ ବୈଠକ କରିବେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଶନିବାର କୋଭିଡ୍ 19 ସ୍ଥିତିକୁ ନେଇ କଂଗ୍ରେସ ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସହ କଥା ହେବେ ସୋନିଆ । କାରଣ ଗତ କିଛିଦିନ ହେବ ଦେଶରେ କୋରୋନା ମାମାଲା ବୃଦ୍ଧି ପାଇବାରେ ଲାଗିଛି । ଯାହା ସମଗ୍ର ଦେଶବାସୀଙ୍କ ଚିନ୍ତାକୁ ବଢାଇ ଦେଇଛି।

ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିବେ। ଏଥିରେ ରାଜ୍ୟଗୁଡିକରେ COVID-19ର ସ୍ଥିତି ସମୀକ୍ଷା କରାଯିବ। କଂଗ୍ରେସ ନେତୃତ୍ୱ ମଧ୍ୟ କିପରି ଜନସାଧାରଣଙ୍କୁ ସାହାଯ୍ୟ କରିବେ ସେନେଇ ବିଭିନ୍ନ ପରାମର୍ଶ ଦିଆଯିବ। ମହାରାଷ୍ଟ୍ର, ଓଡିଶା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ୟୁପି, ଉତ୍ତରପ୍ରଦେଶ, ଛତିଶଗଡ, ବିହାର ସମେତ ଅନେକ ରାଜ୍ୟ ଟିକା ଅଭାବର ସମ୍ମୁଖୀନ ହେଉଛନ୍ତି।

ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାହାର ଦେଶକୁ ଟିକା ରପ୍ତାନି ଉପରେ ତୁରନ୍ତ ରୋକ ଲଗାଇବାକୁ ଦାବି କରିଥିଲେ। ପ୍ରଥମେ ନିଜ ଦେଶରେ ତୁରନ୍ତ ଟିକାକରଣ କରି ପରବର୍ତ୍ତୀ ସମୟରେ ଅନ୍ୟ ଦେଶକୁ ପଠାଇବାକୁ ଅନୁରୋଧ କରିବାକୁ ଟ୍ବିଟ କରିବା ପରେ ଏହି ବୈଠକ ଅନୁଷ୍ଠିତ କରାଯିବ।

ଏପ୍ରିଲ 11ରୁ 14 ପର୍ଯ୍ୟନ୍ତ ଟିକା ମହୋତ୍ସବ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କ ଆବେଦନକୁ ଦର୍ଶାଇ ସେ ଟ୍ୱିଟ କରି କହିଛନ୍ତି ଯେ, କୋଭିଡ -19 ମାମଲାରେ ବୃଦ୍ଧି ହେତୁ ଟିକା ଅଭାବ ଏକ ଗୁରୁତର ପ୍ରସଙ୍ଗ।

ABOUT THE AUTHOR

...view details