ଓଡିଶା

odisha

ଆସନ୍ତାକାଲି କୋଭିଡ୍ ସ୍ଥିତି ସମୀକ୍ଷା କରିବେ ସୋନିଆ ଗାନ୍ଧୀ

By

Published : May 6, 2021, 1:15 PM IST

ଦେଶରେ କୋରୋନାର ଦ୍ବିତୀୟ ଲହରୀ ମାଡି ଚାଲିଛି । ସଂକ୍ରମଣ ଚେନରେ ବ୍ରେକ ଲାଗିବାର ନାଁ ଧରୁନି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କୋଭିଡ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପଡିଛି । ଯାହାକୁ ନେଇ ଆସନ୍ତାକାଲି କୋଭିଡ ସ୍ଥିତି ସମୀକ୍ଷା କରିବେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ...

ଆସନ୍ତାକାଲି କୋଭିଡ୍ ସ୍ଥିତି ସମୀକ୍ଷା କରିବେ ସୋନିଆ ଗାନ୍ଧୀ
ଆସନ୍ତାକାଲି କୋଭିଡ୍ ସ୍ଥିତି ସମୀକ୍ଷା କରିବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ କୋରୋନାର ଦ୍ବିତୀୟ ଲହରୀ ମାଡି ଚାଲିଛି । ସଂକ୍ରମଣ ଚେନରେ ବ୍ରେକ ଲାଗିବାର ନାଁ ଧରୁନି । ଏପଟେ, ସଂକ୍ରମଣ ବୃଦ୍ଧି ସାଙ୍ଗକୁ ହସ୍ପିଟାଲଗୁଡିକରେ ଶଯ୍ୟା ଓ ଅକ୍ସିଜେନ ଅଭାବରୁ କୋଭିଡ ରୋଗୀଙ୍କ ଜୀବନ ଚାଲିଯାଉଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କୋଭିଡ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପଡିଛି । ଯାହାକୁ ନେଇ ଆସନ୍ତାକାଲି କୋଭିଡ ସ୍ଥିତି ସମୀକ୍ଷା କରିବେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ।



ଦେଶର ବର୍ତ୍ତମାନର ସ୍ଥିତିକୁ ନେଇ କଂଗ୍ରେସ ବାରମ୍ବାର କେନ୍ଦ୍ର ସରକାରଙ୍କ ରଣନୀତିକୁ ବିଫଳ କହିଆସିଛି । କୋଭିଡ ସଂକ୍ରମଣ ରୋକିବାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ନେତା ରାହୁଲ ଗାନ୍ଧୀ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରିବାକୁ କହିଛନ୍ତି । ଆସନ୍ତାକାଲି ସୋନିଆ ଗାନ୍ଧୀ ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କ ସହ ଦେଶରେ ମହାମାରୀର ସ୍ଥିତି ନେଇ ଆଲୋଚନା କରିବେ । ଭିଡିଓ କନଫେରନ୍ସିଂ ଜରିଆରେ ବୈଠକ ବସିବ । ଦେଶରେ ବର୍ଦ୍ଧିତ ସଂକ୍ରମଣ, ହସ୍ପିଟାଲରେ ଶଯ୍ୟା ଓ ଅକ୍ସିଜେନ ଅଭାବ ନେଇ ଆଲୋଚନା କରିବେ ।



ସୂଚନାଯୋଗ୍ୟ, ଗତ 24 ଘଣ୍ଟା ମଧ୍ୟରେ 4 ଲକ୍ଷ 12 ହଜାର 262 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 3 ହଜାର 980 ଜଣଙ୍କର ମୁଣ୍ତ ନେଇଛି କିଲର ଭାଇରସ । ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 10 ଲକ୍ଷ 77 ହଜାର 410କୁ ବୃଦ୍ଧି ହୋଇଛି । ଏହାସହ ମୃତ୍ୟୁ ସଂଖ୍ୟା 2 ଲକ୍ଷ 30 ହଜାର 168କୁ ଛୁଇଁଛି । ସକ୍ରିୟ ମାମଲା 35 ଲକ୍ଷ 66 ହଜାର 398 ରେ ପହଞ୍ଚିଛି ।

@ANI

ABOUT THE AUTHOR

...view details