ଓଡିଶା

odisha

ETV Bharat / bharat

Rajasthan crisis: ଚିନ୍ତାରେ ସୋନିଆ, କରିବେ ପୁନଃ ସମୀକ୍ଷା - ରାଜସ୍ଥାନ ସଙ୍କଟ

ଚିନ୍ତାରେ ସୋନିଆ । ରାଜସ୍ଥାନ କଂଗ୍ରେସରେ ଦେଖାଯାଇଥିବା ରାଜନୈତିକ ସଙ୍କଟ ନେଇ ଚିନ୍ତାରେ ସୋନିଆ(Sonia gandhi upset over Rajasthan rebellion) । ରାଜସ୍ଥାନରେ ନୂତନ ମୁଖ୍ୟମନ୍ତ୍ରୀ ତଥା ଦଳର ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ କରିପାରନ୍ତି ପୁନଃ ସମୀକ୍ଷା । ଅଧିକ ପଢନ୍ତୁ

Etv BharatRajasthan crisis: ଚିନ୍ତାରେ ସୋନିଆ, କରିବେ ପୁନଃ ସମୀକ୍ଷା
Etv BharatRajasthan crisis: ଚିନ୍ତାରେ ସୋନିଆ, କରିବେ ପୁନଃ ସମୀକ୍ଷା

By

Published : Sep 27, 2022, 4:35 PM IST

Updated : Sep 27, 2022, 4:50 PM IST

ନୂଆଦିଲ୍ଲୀ:କଂଗ୍ରସ ହାଇକମାଣ୍ଡ ନିର୍ବାଚନ ପୂର୍ବର ରାଜସ୍ଥାନ କଂଗ୍ରେସରେ ଦେଖାଯାଇଥିବା ରାଜନୈତିକ ସଙ୍କଟ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମସ୍ୟା ବଢିବାରେ ଲାଗିଛି (Sonia gandhi upset over Rajasthan rebellion)। ରାଜସ୍ଥାନରେ ନୂତନ ମୁଖ୍ୟମନ୍ତ୍ରୀ ତଥା ଦଳର ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ପୁନଃ ସମୀକ୍ଷା କରିବେ । ନାମ ଗୋପନ ରଖିବା ସର୍ତ୍ତରେ AICC ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ରାଜସ୍ଥାନରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ଓ ଅଶୋକ ଗେହଲୋଟ୍ କ୍ୟାମ୍ପର ପ୍ରତିକ୍ରିୟାକୁ ନେଇ ସୋନିଆ ପୁର୍ନବିଚାର କରିବେ । ଦଳର ସର୍ବୋଚ୍ଚ ତଥା ହାଇକମାଣ୍ଡ ପଦ ପାଇଁ ଗେହଲୋଟଙ୍କ ପ୍ରାର୍ଥୀତ୍ୱକୁ ନେଇ ପୁନର୍ବିଚାର କରିପାରନ୍ତି ସୋନିଆ ।

ସୂଚନା ଅନୁସାରେ ରାଜସ୍ଥାନ କଂଗ୍ରେସରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ସୋନିଆ ଗାନ୍ଧୀ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ରାଜସ୍ଥାନ ପାଇଁ ଦଳର ପ୍ରଭାରୀ ଦାୟିତ୍ୱରେ ଥିବା ଅଜୟ ମାକେନଙ୍କୁ ଦିଲ୍ଲୀକୁ ଡାକିଛନ୍ତି । ଉଭୟ ସ୍ଥିତି ନେଇ ସୋନିଆଙ୍କୁ ଅବଗତ କରିବେ । ଏହା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିପାରନ୍ତି ସୋନିଆ । ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରିବା ପାଇଁ ଦଳ ଇଚ୍ଛା ପ୍ରକାଶ କରିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କ୍ୟାମ୍ପର 90ରୁ ଅଧିକ ବିଧାୟକ ଇସ୍ତଫା ଦେବାକୁ ଧମକ ଦେବା ପରେ ଦଳରେ ବିଦ୍ରୋହ ଆରମ୍ଭ ହୋଇଥିଲା ।

ତେବେ ବର୍ତ୍ତମାନ ପରିସ୍ଥିତିରେ ସଚିନଙ୍କ ମୁଖ୍ୟମନ୍ତ୍ରୀତ୍ବ ସହ କଂଗ୍ରେସ ହାଇକମାଣ୍ଡ ପାଇଁ ଅଶୋକ ଗେହେଲଟଙ୍କ ପ୍ରାର୍ଥୀତ୍ବକୁ ମଧ୍ୟ ପୁର୍ନବାର ସମୀକ୍ଷା କରିବେ ବର୍ତ୍ତମାନର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏହାରି ମଧ୍ୟରେ ଦଳର ସର୍ବୋଚ୍ଚ ସାଙ୍ଗଠନିକ ପଦବୀ ନିର୍ବାଚନ ନିମନ୍ତେ ତାରିଖ ସ୍ଥିର କାରାଯାଇଛି । ଏପରି ସ୍ଥିତିରେ ଦଳ କେମିତି ଡ୍ୟାମେଜ କଣ୍ଟ୍ରୋଲ କରିବା ସହ କିପରି ଦଳର ହାଇକମାଣ୍ଡ ନିର୍ବାଚନ କାର୍ଯ୍ୟ ଶେଷ କରୁଛି ତାକୁ ସମସ୍ତଙ୍କ ଅପେକ୍ଷା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 27, 2022, 4:50 PM IST

ABOUT THE AUTHOR

...view details