ଓଡିଶା

odisha

ETV Bharat / bharat

ଆଜି ଲୋକସଭା ସଦସ୍ୟଙ୍କ ସହ ବୈଠକ କରିବେ ସୋନିଆ - ମୌସୁମୀ ଅଧିବେସନ

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଲୋକସଭା ସଦସ୍ୟଙ୍କ ସହ ଏକ ବୈଠକ ଡାକିଛନ୍ତି । ଆଜି(ରବିବାର) ଭିଡିଓ କନଫରେନ୍ସି ଜରିଆରେ ବୈଠକ ବସିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ...

ସୋନିଆ ଗାନ୍ଧୀ
ସୋନିଆ ଗାନ୍ଧୀ

By

Published : Jul 18, 2021, 8:56 AM IST

ନୂଆଦିଲ୍ଲୀ:19 ତାରିଖରେ ବସିବ ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଲୋକସଭା ସଦସ୍ୟଙ୍କ ସହ ଏକ ବୈଠକ ଡାକିଛନ୍ତି । ଆଜି(ରବିବାର) ଭିଡିଓ କନଫରେନ୍ସି ଜରିଆରେ ବୈଠକ ବସିବା ନେଇ ସୂଚନା ମିଳିଛି ।

୧୭ତମ ଲୋକସଭାର ଷଷ୍ଠ ଅଧିବେଶନ ଜୁଲାଇ ୧୯ ତାରିଖରେ ଆରମ୍ଭ ହେବ। ସଂସଦର ମୌସୁମୀ ଅଧିବେଶନରେ ୧୫ଟି ବିଲ ଉପରେ ମୋହର ବାଜିବା ନେଇ ଆଶା କରାଯାଉଛି । ଡିଏନଏ ଟେକ୍ନୋଲୋଜି ବିଲ୍, ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ରକ୍ଷଣାବେକ୍ଷଣ ଏବଂ କଲ୍ୟାଣ, ସହାୟକ ପ୍ରଜନନ ପ୍ରଯୁକ୍ତି ବିଦ୍ୟା ବିଲ୍, ଟ୍ରିବ୍ୟୁନାଲ ରିଫର୍ମସ୍ ବିଲ୍ ଏବଂ ଫ୍ୟାକ୍ଟରିଂ ରେଗୁଲେସନ୍ ସଂଶୋଧନ ବିଲ୍ ସହିତ ସରକାର 15ଟି ବିଲ୍ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

ସଂସଦରେ ମୌସୁମୀ ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ସକାଳ 11 ଟାରୁ ସନ୍ଧ୍ଯା 6 ଟା ପର୍ଯ୍ୟନ୍ତ ଏକ ଘଣ୍ଟିଆ ମଧ୍ୟାହ୍ନ ଭୋଜନ ବିରତି ସହିତ ବୈଠକ ହେବ । ତେବେ ଅଧିବେଶନରେ କଂଗ୍ରେସ କଣ ପ୍ରସ୍ତାବ ରଖିବ ସେ ନେଇ ପ୍ରସ୍ତୁତ ହେଉଛି । ସେ ନେଇ ଆଜି ଲୋକସଭା ସଦସ୍ୟଙ୍କ ସହ ଏକ ବୈଠକ ଡାକିଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ।

@ANI

ABOUT THE AUTHOR

...view details