ଓଡିଶା

odisha

ETV Bharat / bharat

ଦ୍ବିତୀୟ ଥର କୋରୋନା ସଂକ୍ରମିତ ହେଲେ ସୋନିଆ - କୋରୋନା ସଂକ୍ରମିତ ହେଲେ ସୋନିଆ ଗାନ୍ଧୀ

ଦ୍ବିତୀୟ ଥର ପାଇଁ କୋରୋନା ପଜିଟିଭ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଟ୍ବିଟ କରି ସୂଚନା ଦେଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଅଧିକ ପଢନ୍ତୁ

ଦ୍ବିତୀୟ ଥର କୋରୋନା ସଂକ୍ରମିତ ହେଲେ ସୋନିଆ
ଦ୍ବିତୀୟ ଥର କୋରୋନା ସଂକ୍ରମିତ ହେଲେ ସୋନିଆ

By

Published : Aug 13, 2022, 1:47 PM IST

ନୂଆଦିଲ୍ଲୀ: କୋରୋନାରେ ସଂକ୍ରମିତ(Covid-19 ) ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଦ୍ବିତୀୟ ଥର ପାଇଁ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଟ୍ବିଟ କରି ସୂଚନା ଦେଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଜୟରାମ ରମେଶ ଟ୍ବିଟ କରି କହିଛନ୍ତି ଯେ, ''କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି କୋରୋନା ସଂକ୍ରମିତ ହୋଇଛନ୍ତି, ସରକାରଙ୍କ ଦ୍ବାରା ଜାରି ହୋଇଥିବା କୋରୋନା ପ୍ରୋଟକଲ ଅନୁଯାୟୀ ସେ ଆଇସୋଲେସନରେ ଅଛନ୍ତି'' ।

ଏହା ପୂର୍ବରୁ ଜୁନ୍ ୨ରେ କୋରୋନା ସଂକ୍ରମିତ ହୋଇଥିଲେ ସୋନିଆ ଗାନ୍ଧୀ । ଯେଉଁଥି ପାଇଁ ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡିରେ ସେ ହାଜର ହୋଇପାରିନଥିଲେ । ସୁସ୍ଥ ହେବାପରେ ଇଡି ପଚରା ଉଚୁରା କରିଥିଲା । ଅଗଷ୍ଟ ୧୦ରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ ।

ABOUT THE AUTHOR

...view details