ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମାଲୋଚନା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 79ତମ ଜନ୍ମ ଜୟନ୍ତୀ ଅବସରରେ ନୂଆଦିଲ୍ଲୀରେ ଅନୁଷ୍ଠିତ 25ତମ ରାଜୀବ ଗାନ୍ଧୀ ରାଷ୍ଟ୍ରୀୟ ସଦଭାବନା ପୁରସ୍କାର ସମାରୋହରେ ମୋଦି ସରକାଙ୍କୁ ଟାର୍ଗେଟ କରିଛନ୍ତି ସୋନିଆ ଗାନ୍ଧୀ । ଏହା ସହ ସେ କହିଛନ୍ତି ରାଜୀବ ଗାନ୍ଧୀ ତାଙ୍କ କମ ସମୟ ରାଜନୀତି କ୍ୟାରିୟରରେ ଅସଂଖ୍ୟ ଉପଲବ୍ଧି ହାସଲ କରିଛନ୍ତି ଯାହା କ୍ରୁରତାର ସହ ଶେଷ ହୋଇଛି ।
ରାଜୀବ ଗାନ୍ଧୀ ରାଷ୍ଟ୍ରୀୟ ସଦଭାବନା ପୁରସ୍କାର ସମାରୋହରରୁ କେନ୍ଦ୍ର ସରକାଙ୍କ ଉପରେ ଆକ୍ରମଣ କରିଛନ୍ତି ସୋନିଆ ଗାନ୍ଧୀ । ସେ କହିଛନ୍ତି, ''ସମ୍ପ୍ରଦାୟିକ ସଦଭାବ, ଶାନ୍ତି ଏବଂ ରାଷ୍ଟ୍ରୀୟ ଏକତାର ଆଦର୍ଶ ବର୍ତ୍ତମାନ ସମୟରେ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଛି । ଯେବେ ଘୃଣା, ସମାଜରେ ବିଭାଜନ, କଠୋରତା, ପକ୍ଷପାତ ଏବଂ କୁସଂସ୍କାରକୁ ସକ୍ରିୟ କରୁଥିବା ରାଜନୀତିକୁ ଗୁରୁତ୍ବ ଦିଆଯାଉଛି । ସେହିପରି ସରକାରଙ୍କ ସତ୍ତାର ସମର୍ଥନ ମିଳୁଛି ।''
ରାଜୀବ ଗାନ୍ଧୀ ରାଷ୍ଟ୍ରୀୟ ସଦଭାବନା ପୁରସ୍କାର ସମାରୋହର ସମ୍ବୋଧନ କରି ସୋନିଆ କହିଛନ୍ତି,''ରାଜୀବ ଗାନ୍ଧୀଙ୍କ ରାଜନୈତିକ କ୍ୟାରିଅର ଅତ୍ୟନ୍ତ କ୍ରୁରତାର ସହ ସମାପ୍ତ ହୋଇଥିଲା ମାତ୍ର ଦେଶ ସେବା ପାଇଁ ମିଳିଥିବା କମ ସମୟରେ ରାଜୀବ ଗାନ୍ଧୀଜୀ ଅସଂଖ୍ୟ ଉପଲବ୍ଧି ହାସଲ କରିଛନ୍ତି । ତାଙ୍କର ବ୍ୟକ୍ତିଗତ ଓ ରାଜନୈତିକ କ୍ୟାରିୟର ଦେଖିଲେ ଲାଗେ ସେ ଏହି ପ୍ରସଙ୍ଗରେ ସମ୍ବେଦନଶୀଳ ଥିଲେ । ଧାର୍ମିକ, ଜାତୀୟ, ଭାଷା ଏବଂ ସଂସ୍କୃତି ଓ ବିଭିନ୍ନତାର ଉତ୍ସବ ପାଳନ କରି ଭାରତର ଏକତାକୁ ମଜବୁତ କରାଯାଇପାରିବ ।''