ପାନାଜୀ:ଗୋଆ କଂଗ୍ରେସରେ ବିଦ୍ରୋହ ଆଶଙ୍କା । ଶାସନାଧିନ ଭାରତୀୟ ଜନତା ପାର୍ଟି ଷଡଯନ୍ତ୍ରରେ ପ୍ରାୟ 5 କଂଗ୍ରେସ ବିଧାୟକ ଦଳ ଛାଡି ବିଜେପି ଆଡକୁ ମୁହାଁଇ ପାରନ୍ତି ବୋଲି ଚର୍ଚ୍ଚା ଦେଖିବାକୁ ମିଳିବା ପରେ ଦଳର ହାଇକମାଣ୍ଡ ସାନିଆ ଗାନ୍ଧୀ ଆକ୍ସନ ମୋଡକୁ ଆସିଛନ୍ତି । ଦଳର ବରିଷ୍ଠ ନେତା ତଥା ସାଂସଦ ମୁକୁଲ ୱାସନିକଙ୍କୁ ଗୋଆକୁ ପଠାଇଛନ୍ତି ହାଇକମାଣ୍ଡ । ସେଠାରେ ଦଳୀୟ ବିଧାୟକଙ୍କ ସହ ସାକ୍ଷାତ କରି ଆଲୋଚନା କରିବେ ମୁକୁଲ ।
ଏନେଇ ଦଳର ବରିଷ୍ଠ ନେତା କେ.ସି ବେଣୁଗୋପାଲ ସୂଚନା ଦେଇ କହିଛନ୍ତି, ଗୋଆରେ ଘଟୁଥିବା ରାଜନୈତିକ କ୍ରମବିକାଶଃ ଉପରେ ନଜର ରଖିବା ପାଇଁ ମୁକୁଲ ୱାସନିକଙ୍କୁ ଗୋଆ ପଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଗୋଆରେ ବିରୋଧୀ ଦଳ ନେତା ଥିବା ବିଧାୟକ ମିଚେଲ ଲୋବୋଙ୍କୁ ମଧ୍ୟ ବିରୋଧୀ ଦଳ ନେତା ପଦରୁ ଅପସାରଣ କରିଯାରିଛି । ମିଚେଲଙ୍କ ବିରୋଧରେ ବିଜେପି ସହ ସମ୍ପର୍କରେ ଥିବା ଅଭିଯୋଗ ଆସିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଦଳ ।