ନୂଆଦିଲ୍ଲୀ: ଆଜି ୭୫ ତମ ସ୍ବାଧିନତା ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ଏନେଇ ଆଜି ଅଲ ଇଣ୍ଡିଆ କଂଗ୍ରେସ କମିଟି (AICC) ମୁଖ୍ୟାଳୟରେ ୭୫ ତମ ସ୍ୱାଧୀନତା ଦିବସ ଉତ୍ସବ ଅବସରରେ ଅଂଶଗ୍ରହଣ କରିବେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଦଳର ନେତା ରାହୁଲ ଗାନ୍ଧୀ । ସେହିପରି ଆଜି ନୂଆଦିଲ୍ଲୀର ରେଡ ଫର୍ଟରେ ଆୟୋଜିତ ହେବାକୁ ଥିବା ସ୍ବାଧିନତା ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶ ଗ୍ରହଣ କରି ଜାତୀୟ ପତାକା ଉତ୍ତୋଳନ କରିବେ । ଏନେଇ ରାଜଧାନୀ ଦିଲ୍ଲୀରେ ସୁରକ୍ଷାକୁ କଡାକଡି କରାଯାଇଛି ।
ସମଗ୍ର ଲାଲକିଲ୍ଲା ଅଞ୍ଚଳକୁ ସେନା ନିଜ କବଜାକୁ ନେଇଥିବା ସୂଚନା ଦେଇଛି ଦିଲ୍ଲୀ ପୋଲିସ । ଲାଲକିଲ୍ଲା ପରିସରରେ ଓ ବାହାରେ NSG କମାଣ୍ଡୋ, ସ୍ନାଇପର, ବମ ନିରୋଧୀ ଯବାନ, ଉଡନ୍ତା ପକ୍ଷୀ ଧରାଳି ଟିମ, ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ କମାଣ୍ଡୋ, ଉଚ୍ଚ ଅଟାଳିକକୁ ଗୁଳି ଲକ୍ଷ୍ୟଭେଦ କରିପାରୁଥିବା ଯବାନ, ବୋମା ନିଷ୍କ୍ରିୟକାରୀ ଟିମ ମୁତୟନ ହୋଇଛନ୍ତି । ଏହାବାଦ ଲାଲକିଲ୍ଲାକୁ ବାହ୍ୟ ସୁରକ୍ଷା ଯୋଗାଉଛନ୍ତି, ସିଆରପିଏଫ, ବିଏସଏଫ, ସିଆଇଏସଏଫ ଓ ଦିଲ୍ଲୀ ପୋଲିସ ।