ଓଡିଶା

odisha

ETV Bharat / bharat

ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ; ଜାଣନ୍ତୁ, କଣ କହିଲେ ସୋନିଆ ? - କଂଗ୍ରେସ ପରାଜୟ

ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ନିରାଶଜନକ ଆଖ୍ୟା ଦେଇ ଏଥରୁ ଶିକ୍ଷା ନେବାର ଆବଶ୍ୟକତା ଥିବା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ...

ନିର୍ବାଚନରେ କଂଗ୍ରେସର ନିରାଶଜନକ ପ୍ରଦର୍ଶନ; ଜାଣନ୍ତୁ, କଣ କହିଲେ ସୋନିଆ ?
ନିର୍ବାଚନରେ କଂଗ୍ରେସର ନିରାଶଜନକ ପ୍ରଦର୍ଶନ; ଜାଣନ୍ତୁ, କଣ କହିଲେ ସୋନିଆ ?

By

Published : May 7, 2021, 5:18 PM IST

ନୂଆଦିଲ୍ଲୀ:ଦେଶର 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଘୋଷଣା ହୋଇ ସାରିଛି ବିଧାନସଭା ନିର୍ବାଚନ ଫଳାଫଳ । ଏହି ନିର୍ବାଚନରେ ନିଜର ଅସ୍ତିତ୍ବ ବଞ୍ଚାଇବାରେ ବିଫଳ ହୋଇଛି କଂଗ୍ରେସ । ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ନୈରାଶ୍ୟଜନକ ଆଖ୍ୟା ଦେଇ ଏଥରୁ ଶିକ୍ଷା ନେବାର ଆବଶ୍ୟକତା ଥିବା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ।

ମହାମାରୀ କୋରୋନାର ସ୍ଥିତି ଉପରେ ଚର୍ଚ୍ଚା କରିବାକୁ ଡକାଯାଇଥିବା ଦଳୀୟ ସାଂସଦଙ୍କ ଡିଜିଟାଲ ବୈଠକରେ ସୋନିଆ ଗାନ୍ଧୀ କହିଛନ୍ତି, ଖୁବ ଶିଘ୍ର କଂଗ୍ରେସ କାର୍ଯ୍ୟକାରିଣୀ(CWC) ବୈଠକ ହେବ । ଏଥିରେ ଆସାମ, କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରୀ ନିର୍ବାଚନ ଫଳାଫଳର ସମୀକ୍ଷା କରାଯିବ ।

ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳରେ ବିଜୟ ପାଇଁ ମମତା ବାନାର୍ଜୀ, ଏମକେ ଷ୍ଟାଲିନ ଓ ବାମଦଳକୁ ଶୁଭେଚ୍ଛା ଜଣାଇଛନ୍ତି ସୋନିଆ । କଂଗ୍ରେସର ନିର୍ବାଚନରେ ​​ପରାଜୟ ସମ୍ପର୍କରେ ସେ କହିଛନ୍ତି ଯେ ସବୁଠାରୁ ଦୁର୍ଭାଗ୍ୟର ବିଷୟ ହେଉଛି କି ସମସ୍ତ ରାଜ୍ୟରେ ଆମର ପ୍ରଦର୍ଶନ ନିରାଶଜନକ ଓ ଏହା ଅପ୍ରତ୍ୟାଶିତ ।

ସୋନିଆ କହିଛନ୍ତି, ନିର୍ବାଚନ ଫଳାଫଳକୁ ସମୀକ୍ଷା କରିବା ପାଇଁ ଖୁବ୍ ଶୀଘ୍ର ଏକ ବୈଠକ ହେବ । ହେଲେ ଏହା କହିବା ଆବଶ୍ୟକ ଯେ ଏକ ଦଳ ଭାବରେ ଆମକୁ ସମସ୍ତ ନମ୍ରତା ଏବଂ ସଚ୍ଚୋଟତା ସହିତ ଏହି ଝଟକାରୁ ଶିକ୍ଷା ନେବାକୁ ପଡିବ ।

ABOUT THE AUTHOR

...view details