ଓଡିଶା

odisha

ETV Bharat / bharat

ରଘୁନାଥ ମହାପାତ୍ରଙ୍କ ସ୍ତ୍ରୀଙ୍କୁ ଚିଠି ଲେଖି ଶୋକ ଜଣାଇଲେ ସୋନିଆ ଗାନ୍ଧୀ - ରଘୁନାଥ ମହାପାତ୍ର

ରଘୁନାଥଙ୍କ ସ୍ତ୍ରୀଙ୍କୁ ଶୋକବାର୍ତ୍ତା ପଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏହି ଦୁଃଖଦ ପରିସ୍ଥିତି ପାଇଁ ଗଭୀର ଆବେଗ ପ୍ରକାଶ କରିବା ସହ ପରିବାରର ଦୁଃଖ ଓ ଯନ୍ତ୍ରଣାକୁ ହୃଦୟରେ ଅନୁଭବ କରିଛନ୍ତି ବୋଲି ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ସୋନିଆ । ଅଧିକ ପଢନ୍ତୁ...

ରଘୁନାଥ ମହାପାତ୍ରଙ୍କ ସ୍ତ୍ରୀଙ୍କୁ ଚିଠି ଲେଖି ଶୋକ ଜଣାଇଲେ ସୋନିଆ ଗାନ୍ଧୀ
ରଘୁନାଥ ମହାପାତ୍ରଙ୍କ ସ୍ତ୍ରୀଙ୍କୁ ଚିଠି ଲେଖି ଶୋକ ଜଣାଇଲେ ସୋନିଆ ଗାନ୍ଧୀ

By

Published : May 24, 2021, 5:44 PM IST

ଭୁବନେଶ୍ବର: ଦୁଃଖ ଦରିଆରେ ଏବେ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରିବାର । ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ କ୍ରିୟ ନ ସରୁଣୁ ଦୁଇ ପୁଅଙ୍କ ଦେହାନ୍ତ ହୋଇଯାଇଛି । ତେବେ ଏନେଇ ରଘୁନାଥଙ୍କ ସ୍ତ୍ରୀଙ୍କୁ ଶୋକବାର୍ତ୍ତା ପଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

ରଘୁନାଥ ମହାପାତ୍ରଙ୍କ ସ୍ତ୍ରୀଙ୍କୁ ଚିଠି ଲେଖି ଶୋକ ଜଣାଇଲେ ସୋନିଆ ଗାନ୍ଧୀ

ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ବର୍ଗତଃ ସାଂସଦ ଓ ସ୍ଥପତି ରଘୁନାଥ ମହାପାତ୍ରଙ୍କ ନାତି ସ୍ମିତେଶ ମହାପାତ୍ରଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଶୋକବାର୍ତ୍ତା ସମ୍ପର୍କରେ ଜଣାଇ ସମବେଦନା ଜ୍ଞାପନ କରିଛନ୍ତି । ଏହାସହ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ରଙ୍କ ହାତରେ ଭୁବନେଶ୍ବର ସ୍ଥିତ ବାସଭବନକୁ ଶୋକବାର୍ତ୍ତା ପତ୍ରଟିକୁ ପଠାଇ ଦେଇଛନ୍ତି ।

ରଘୁନାଥ ମହାପାତ୍ରଙ୍କ ସ୍ତ୍ରୀଙ୍କୁ ଚିଠି ଲେଖି ଶୋକ ଜଣାଇଲେ ସୋନିଆ ଗାନ୍ଧୀ


ଓଡ଼ିଶାର ସଂସ୍କୃତି, କଳା ଓ ଭାସ୍କର୍ଯ୍ୟକୁ ସାରା ବିଶ୍ବ ଦରବାରରେ ଅଧିକ ଆଦୃତି ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓ ଏହି କ୍ଷେତ୍ରରେ ଆଜୀବନ ପ୍ରଚେଷ୍ଟା ଜାରି ରଖିଥିବା ଖ୍ୟାତନାମା ସ୍ଥପତି ସ୍ବର୍ଗତ ରଘୁନାଥ ମହାପାତ୍ର ଏବଂ ତାଙ୍କର ଦୁଇ ପୁଅ ପ୍ରଶାନ୍ତ ଓ ଯଶୋବନ୍ତଙ୍କର କୋରୋନା ଜନିତ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରିଛନ୍ତି ସୋନିଆ ଗାନ୍ଧୀ । କଂଗ୍ରେସ ଅଧ୍ୟକ୍ଷା ରଘୁନାଥ ମହାପାତ୍ରଙ୍କ ସହଧର୍ମିଣୀ ରଜନୀ ମହାପାତ୍ରଙ୍କ ନିକଟଙ୍କୁ ଶୋକବାର୍ତ୍ତା ଲେଖାଥିବା ଚିଠି ପଠାଇଛନ୍ତି ।

ଏହି ଦୁଃଖଦ ପରିସ୍ଥିତି ପାଇଁ ଗଭୀର ଆବେଗ ପ୍ରକାଶ କରିବା ସହ ପରିବାରର ଦୁଃଖ ଓ ଯନ୍ତ୍ରଣାକୁ ହୃଦୟରେ ଅନୁଭବ କରିଛନ୍ତି ବୋଲି ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ସୋନିଆ । ସେ କହିଛନ୍ତି ରଜନୀ ମହାପାତ୍ରଙ୍କର ସ୍ଵାମୀ ଓ ଦୁଇ ସନ୍ତାନ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ପାରଦର୍ଶିତା ଓ ସୁନାମ ଅର୍ଜନ କରିଥିଲେ । ଭବିଷ୍ୟତରେ ସମାଜକୁ ସେମାନେ ଅନେକ କିଛି ଅବଦାନ ଦେବାର ମଧ୍ୟ ଥିଲା । ଏଭଳି ଦୁଃଖଦ ସମୟରେ ସମବେଦନା ଜ୍ଞାପନ କରିବା ପାଇଁ ଆମ ପାଖରେ ଶବ୍ଦ ନାହିଁ । କିନ୍ତୁ ଏହି ଅପୁରଣୀୟ କ୍ଷତିକୁ ସହ୍ୟ କରିବାକୁ ଇଶ୍ବର ତାଙ୍କର ପରିବାରକୁ ସାହାସ ଓ ଶକ୍ତି ଦେବାକୁ ଗାନ୍ଧୀ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details