ଓଡିଶା

odisha

By

Published : Apr 24, 2021, 9:01 PM IST

ETV Bharat / bharat

କୋଭିଡ ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ଅର୍ଥ ଦେଲେ ସୋନିଆ

କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ତଥା ସାଂସଦ ସୋନିଆ ଗାନ୍ଧୀ ନିଜ ସଂସଦ ପାଣ୍ଠିରୁ 1 କୋଟି 77 ଲକ୍ଷ ଟଙ୍କା ପ୍ରଦନ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ....

କୋଭିଡ ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ଅର୍ଥ ପ୍ରଦାନ କଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି
କୋଭିଡ ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ଅର୍ଥ ପ୍ରଦାନ କଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି

ହାଇଦ୍ରାବାଦ:କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ତଥା ସାଂସଦ ସୋନିଆ ଗାନ୍ଧୀ ନିଜ ସଂସଦ ପାଣ୍ଠିରୁ 1 କୋଟି 77 ଲକ୍ଷ ଟଙ୍କା ପ୍ରଦନ କରିଥିବା ଜଣାପଡିଛି । ତାଙ୍କ ଲୋକସଭା କ୍ଷେତ୍ର ରାୟବରେଲିର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟକୁ ଏକ ଚିଠି ଲେଖି ତାଙ୍କ ସାଂସଦ ପାଣ୍ଠିରୁ 1 କୋଟି 77 ଲକ୍ଷ ଟଙ୍କା କୋଭିଡ ମୁକାବିଲା ଦିଗରେ ଖର୍ଚ୍ଚ କରାଯିବା ପାଇଁ ଚିଠି ଲେଖିଛନ୍ତି ।

କୋଭିଡ ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ଅର୍ଥ ପ୍ରଦାନ କଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି

ସୋନିଆ କହିଛନ୍ତି ବର୍ତ୍ତମାନର କୋଭିଡ -19 ମହାମାରୀରେ ରାୟବରେଲି ନିର୍ବାଚନମଣ୍ଡଳୀ ଲୋକଙ୍କୁ ସହାୟତା ଦେବା ପାଇଁ ମୋର ସାଂସଦ ପାଣ୍ଠିରେ ଥିବା ଅବଶିଷ୍ଟ 1 କୋଟି 77 ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛି । ଯାହା ରାୟବରେଲିର ଜନତାଙ୍କୁ କିଛି ମାତ୍ରାରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମୀ ପ୍ରଦାନ କରି ପାରିବ ବୋଲି ସେ ଆଶା ରଖିଥିବା କହିଛନ୍ତି । ନିକଟରେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ନୂତନ କୋଭିଡ -19 ଟୀକାକରଣ ନୀତିକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଯେତେବେଳେ ସମଗ୍ର ଦେଶ ମାରାତ୍ମକ ଭୂତାଣୁର ଦ୍ବିତୀୟ ଲହରର ଚାପ ସହିତ ମୁକାବିଲା କରୁଛି ସେତେବେଳେ ଏହା ଆସିଥାଏ । ବର୍ତ୍ତମାନ ଭାରତ 3.46 ଲକ୍ଷରୁ ଅଧିକ ମାମଲା ରିପୋର୍ଟ କରିଛି ଏବଂ ଗତ 24 ଘଣ୍ଟା ମଧ୍ୟରେ 2,624 ଜଣଙ୍କର ମୃତ୍ୟୁ ଘଟିଛି । ଏହା କ୍ରମାଗତ ତୃତୀୟ ଦିନ ପାଇଁ 3 ଲକ୍ଷରୁ ଅଧିକ ମାମଲା ରୁଜୁ ହୋଇଛି । ଯାହା ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିବା ସହ ସମସ୍ତଙ୍କ ଚିନ୍ତା ବଢାଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details