ନୂଆଦିଲ୍ଲୀ:କୋଭିଡ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସୋନିଆଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ପରେ ତାଙ୍କୁ ଡିସଚାର୍ଜ ହସ୍ପିଟାଲ କର୍ତ୍ତୃପକ୍ଷ ଡିସଚାର୍ଜ କରିଥିବା ଦଳର ବରିଷ୍ଠ ନେତା ଜୟରାମ ରମେଶ ସୂଚନା ଦେଇଛନ୍ତି ।
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ - ସୋନିଆଙ୍କ ସ୍ବାସ୍ଥ୍ୟବସ୍ଥା
ହସ୍ପିଟାଲରୁ ଡିସଚାର୍ଜ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ
ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହେବା ପାଇଁ ସମନ ପାଇଥିଲେ ସୋନିଆ । ଚଳିତ ମାସ 8 ତାରିଖରେ ତାଙ୍କୁ ଜେରା ପାଇଁ ଡକାଯାଇଥିଲା । ତାହା ପୂର୍ବରୁ ସେ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ପ୍ରଥମେ ଗୃହ ସଙ୍ଗରୋଧ ପରେ ଜଟିଳତା ପ୍ରକାଶ ପାଇବାରୁ ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ