ଓଡିଶା

odisha

ETV Bharat / bharat

ସୋନିଆ ଗାନ୍ଧୀ ଡକାଇଲେ ଉଚ୍ଚସ୍ତରୀୟ ବୈଠକ - କଂଗ୍ରେସର ଉଚ୍ଚସ୍ତରୀୟ ବୈଠକ

କଂଗ୍ରେସ ଡକାଇଲା ଉଚ୍ଚସ୍ତରୀୟ ବୈଠକ । ଆଜି (ଶନିବାର) ସୋନିଆ ଗାନ୍ଧୀ ନିଜ ବାସଭବନରେ ଏହି ବୈଠକ ଡାକିଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

sonia gandhi called urgent meeting with congress leaders
ସୋନିଆ ଗାନ୍ଧୀ ଡକାଇଲେ ଉଚ୍ଚସ୍ତରୀୟ ବୈଠକ, ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା

By

Published : Apr 16, 2022, 1:49 PM IST

ନୂଆଦିଲ୍ଲୀ:କଂଗ୍ରେସ ଡକାଇଲା ଉଚ୍ଚସ୍ତରୀୟ ବୈଠକ । ଆଜି (ଶନିବାର) ସୋନିଆ ଗାନ୍ଧୀ ନିଜ ବାସଭବନରେ ଏହି ବୈଠକ ଡାକିଥିବା ସୂଚନା ମିଳିଛି । ବୈଠକରେ ବରିଷ୍ଠ ନେତାମାନେ ସାମିଲ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ରାଜନୈତିକ ସ୍ଥିତି ସହିତ ଆଗାମୀ ବିଧାନସଭା ନିର୍ବାଚନ ଉପରେ ବୈଠକରେ ଆଲୋଚନା କରାଯିବ। ବୈଠକରେ ସୋନିଆ ଗାନ୍ଧୀ ଯୋଗ ଦେଇ ନଥିବାବେଳେ ପ୍ରଶାନ୍ତ କିଶୋରଙ୍କୁ ଡକାଯାଇଛି । ତେବେ ରାହୁଲ ଗାନ୍ଧୀ ଉପସ୍ଥିତ ରହିଛନ୍ତି । ଅନ୍ୟପଟେ ମଲ୍ଲିକାର୍ଜୁନ ଖଡଗେ, ଏ.କେ ଆଣ୍ଟୋନି, ଅମ୍ବିକା ସୋନି, ଜୟରାମ ରମେଶ, ମୁକୁଲ ବାସନିକ, ଦିଗବିଜୟ ସିଂ ଏବଂ ଅଜୟ ମାକେନଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ଯୋଗ ଦେଇଛନ୍ତି।

ଦେଖିବାକୁ ଗଲେ କଂଗ୍ରେସର ପ୍ରଦର୍ଶନ ଧିରେଧିରେ ମଳିନ ପଡ଼ିବାକୁ ଲାଗିଲାଣି । ଚଳିତ ବର୍ଷ 5 ରାଜ୍ୟର ବିଧାନସଭା ନିର୍ବାଚନର କଂଗ୍ରେସର ନୈରାଶ୍ୟ ଜନକ ପ୍ରଦର୍ଶନ ଦଳକୁ ସଙ୍କଟ ଦିଗରେ ନେଇଯାଇଛି । କୁହାଯାଉଛି ଯେ ଦଳକୁ ଅକ୍ଷୁର୍ଣ୍ଣ ଏବଂ ପୁନଃ ମଜବୁତ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଆକଳନ କରାଯାଉଛି। ଅନ୍ୟପଟେ 2024 ଲୋକସଭା ନିର୍ବାଚନ ପାଇଁ ଦଳ ଏବେଠୁ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ଜୋର ଧରିଛି।

ABOUT THE AUTHOR

...view details