ଓଡିଶା

odisha

ETV Bharat / bharat

ଆଜି ପୁଣି EDରେ ହାଜର ହେବେ ସୋନିଆ - ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆଙ୍କୁ ଜେରା

ଦ୍ବିତୀୟ ଦିନରେ ସୋନିଆଙ୍କୁ 55ଟି ପ୍ରଶ୍ନ କଲା ED । ଆଜି ମଧ୍ୟ ହାଜର ପାଇଁ ସମନ । କେନ୍ଦ୍ର ବିରୋଧରେ ରାଜଧାନୀ ରାଜରାସ୍ତାରେ ଗର୍ଜିଲା କଂଗ୍ରେସ । ଅଧିକ ପଢନ୍ତୁ

ଆଜି ସରିଲା ଜେରା, କାଲି ପୁଣି ଇଡିରେ ହାଜର ହେବେ ସୋନିଆ
ଆଜି ସରିଲା ଜେରା, କାଲି ପୁଣି ଇଡିରେ ହାଜର ହେବେ ସୋନିଆ

By

Published : Jul 26, 2022, 8:31 PM IST

Updated : Jul 27, 2022, 7:04 AM IST

ନୂଆଦିଲ୍ଲୀ:ନ୍ୟାସନାଲ ହେରାଲ୍ଡ ଆର୍ଥିକ ହେରଫେର ମାମଲାରେ ମଙ୍ଗଳବାର ଦ୍ବିତୀୟ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାର ସମ୍ମୁଖୀନ ହୋଇଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଜି(ବୁଧବାର) ମଧ୍ୟ ସୋନିଆଙ୍କୁ ହାଜର ହୋଇ ଜେରାର ସମ୍ମଖୀନ ହେବାକୁ ପଡିବ । ସୋନିଆଙ୍କୁ ଜେରା ବେଳେ ଗତକାଲି ଦିଲ୍ଲୀରେ କଂଗ୍ରେସ କର୍ମକର୍ତ୍ତାମାନେ ବିଜେପି ଓ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ ମଧ୍ୟ କରିଥିଲେ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୋନିଆଙ୍କୁ ଦ୍ବିତୀୟ ଦିନରେ ପ୍ରାୟ 55 ଟି ପ୍ରଶ୍ନ କରିଛି ତଦନ୍ତକାରୀ ସଂସ୍ଥା । ସମାନ ପ୍ରଶ୍ନ ମଧ୍ୟ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ କରାଯାଇଥିଲା । ତେବେ ଗତ କିଛି ଦିନ ତଳେ କୋଭିଡରୁ ସୁସ୍ଥ ହୋଇ ଫେରିଥିବା ସୋନିଆଙ୍କୁ ମାରାଥନ ଜେରା ବେଳେ, ଇଡି ଏକ ଡାକ୍ତରୀ ଟିମ ଓ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟାଳୟ ପରିସରରେ ପ୍ରସ୍ତୁତ ରଖୁଥିବା ସୂଚନା ମିଳିଛି ।

ଅନ୍ୟପଟେ ସୋନିଆଙ୍କ ଜେରା ବେଳେ ଦିଲ୍ଲୀର ରାଜରାସ୍ତାରେ ବିଜେପି ସରକାର ବିରୋଧରେ ଗର୍ଜିଛି କଂଗ୍ରେସ । ବହୁ ଦଳୀୟ କର୍ମକର୍ତ୍ତାଙ୍କୁ ପୋଲିସ ଅଟକ ରଖିବା ପରେ ଛାଡି ଦେଇଛି । ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ‘‘ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଇଡି, ସିବିଆଇ ପରି ସାମ୍ବିଧାନିକ ସଂସ୍ଥାର ଦୁରୁପଯୋଗ କରୁଛି । କଂଗ୍ରେସ, ଦରଦାମ, ମୁଦ୍ରାସ୍ଫିତି ଓ GST ବୃଦ୍ଧି ପରି ସାଧାରଣ ନାଗରିକଙ୍କ ପ୍ରସଙ୍ଗ ପାଇଁ ଲଢୁଥିବା ବେଳେ ବିଜେପି ସରକାରୀ କ୍ଷମତାର ଅପବ୍ୟବହାର କରି ଦମନ କରିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ଏପରି କରି କଂଗ୍ରେସକୁ ଦମନ କରାଯାଇପାରିବ ନାହିଁ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2022, 7:04 AM IST

ABOUT THE AUTHOR

...view details