ହାଇଦ୍ରାବାଦ:ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi admitted in hospital) । ତାଙ୍କଠାରେ କୌଣସି ସ୍ବାସ୍ଥ୍ୟଗତ ଜଟିଳତା ପ୍ରକାଶ ପାଇନଥିବା ବେଳେ ସେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।
ଏହାପୂର୍ବରୁ ଗତବର୍ଷ ଜୁନରେ ସୋନିଆ କୋଭିଡରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାପରେ ଜୁନ୍ 12ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେ ଏହି କାରଣ ପାଇଁ ନ୍ୟାସନାଲ ହେରାଲ୍ଡ ମାମଲାରେ ସମନ ପାଇଥିଲେ ସୁଦ୍ଧା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇପାରି ନଥିଲେ । ତାଙ୍କୁ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଅତିରିକ୍ତ ସମୟ ମଧ୍ୟ ପ୍ରଦାନ କରାଯାଇଥିଲା ।