ଓଡିଶା

odisha

ପ୍ରସିଦ୍ଧ ଉଦ୍ଭାବକ ସୋନମ ୱାଙ୍ଗଚୁକଙ୍କୁ ଉପେନ୍ଦ୍ର ନାଥ ବ୍ରହ୍ମା ସୋଲଜର ଅଫ୍‌ ହ୍ୟୁମାନିଟି ଆୱାର୍ଡ

By ETV Bharat Odisha Team

Published : Dec 25, 2023, 6:31 AM IST

Sonam Wangchuk Received Special Award : ରମନ ମାଗାସେସ ପୁରସ୍କାରପ୍ରାପ୍ତ ସୋନମ ୱାଙ୍ଗଚୁକଙ୍କୁ ଉପେନ୍ଦ୍ର ନାଥ ବ୍ରହ୍ମା ସୋଲଜର ଅଫ ହ୍ୟୁମାନିଟି ଆୱାର୍ଡ । ପ୍ରସିଦ୍ଧ ବଲିଉଡ ଫିଲ୍ମ 'ଥ୍ରୀ ଇଡିୟଟସ' ତାଙ୍କର ବାସ୍ତବିକ ଜୀବନ ଉପରେ ଆଧାରିତ । ଅଧିକ ପଢ଼ନ୍ତୁ

ପ୍ରସିଦ୍ଧ ଉଦ୍ଭାବକ ସୋନମ ୱାଙ୍ଗଚୁକଙ୍କୁ ଉପେନ୍ଦ୍ର ନାଥ ବ୍ରହ୍ମା ସୋଲଜର ଅଫ ହ୍ୟୁମାନିଟି ଆୱାର୍ଡ
ପ୍ରସିଦ୍ଧ ଉଦ୍ଭାବକ ସୋନମ ୱାଙ୍ଗଚୁକଙ୍କୁ ଉପେନ୍ଦ୍ର ନାଥ ବ୍ରହ୍ମା ସୋଲଜର ଅଫ ହ୍ୟୁମାନିଟି ଆୱାର୍ଡ

ହାଇଦ୍ରାବାଦ:ରମନ ମାଗାସେସ୍‌ ପୁରସ୍କାରପ୍ରାପ୍ତ ଇଞ୍ଜିନିୟର ଏବଂ ଉଦ୍ଭାବକ ସୋନମ ୱାଙ୍ଗଚୁକଙ୍କୁ ଗତ ଶନିବାର ଦିନ ୨୦ ତମ ଉପେନ୍ଦ୍ର ନାଥ ବ୍ରହ୍ମା ସୋଲଜର ଅଫ୍‌ ହ୍ୟୁମାନିଟି ଆୱାର୍ଡ ୨୦୨୩ ମିଳିଛି । ସୋନମ ୱାଙ୍ଗଚୁକ୍‌ ଆସାମର କୋକରାଝର ଜିଲାଲାରେ ଆୟୋଜିତ ଏକ ସମାରୋହରେ ସମ୍ମାନିତ କରାଯାଇଛି । ଏହି ସମାରୋହ ଉପେନ୍ଦ୍ର ନାଥ ବ୍ରହ୍ମା ଟ୍ରଷ୍ଟ ଏବଂ ଅଲ ବୋଡୋ ଷ୍ଟୁଡେଣ୍ଟ ୟୁନିୟନ (ଏବିଏସୟୁ) ତରଫରୁ ଆୟୋଜିତ କରାଯାଇଥିଲା ।

ବିଟିଆରର ମୁଖ୍ୟ କାର୍ଯ୍ୟକାରୀ ସଦସ୍ୟ ପ୍ରମୋଦ ବୋରା, କ୍ୟାବିନେଟ୍‌ ମନ୍ତ୍ରୀ ଉରଖାଓ ଗ୍ବାରା ବ୍ରହ୍ମା, ଦି ଆସାମ ଟ୍ରିବ୍ୟୁନର କାର୍ଯ୍ୟକାରୀ ସଂପାଦକ ପ୍ରଶାନ୍ତ ଜ୍ୟୋତି ବରୁଆ, ବୋଡୋ ସାହିତ୍ୟ ସଭାର ଅଧ୍ୟକ୍ଷ ଡ. ସୁରଥ ନାରଜାରୀ, ଏବିଏସୟୁର ଅଧ୍ୟକ୍ଷ ଦେପେନ ବୋରା ଏବଂ ୟୁଏନବି ଟ୍ରଷ୍ଟର ଡ. ସୁବଂଗ ବସୁମତାରୀ ଆଦି ଅତିଥି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ ...ବିଶ୍ବ ଭାରତୀର ଗବେଷକ ଆବିଷ୍କାର କଲେ ଟାଗୋର, କୃଷି କ୍ଷେତ୍ରରେ ଆଣିବ ପରିବର୍ତ୍ତନ !

ବିଜେତା ସୋନମ ୱାଙ୍ଗଚୁକ କହିଛନ୍ତି, "ଆମ ବିଶ୍ବରେ ଆଦିବାସୀ ଲୋକଙ୍କ ଭୂମିକା ଅତି ଗୁରୁତ୍ବ ପୂର୍ଣ୍ଣ ଅଟେ, ଯେଉଁମାନେ ନିଜ ପରମ୍ପରା ଓ ସଂସ୍କୃତିକୁ ଏ ଯାଏଁ ଜୀବିତ ରଖିଛନ୍ତି । ଏହି ପୁରସ୍କାର ତାଙ୍କ ପାଇଁ ବଡ଼ କଥା, କାରଣ ଗୋଟେ ଜନଜାତିକୁ ଅନ୍ୟ ଜନଜାତିଠାରୁ ସମ୍ମାନ ମିଳୁଛି । ସୋନମ ୱାଙ୍ଗଚୁକଙ୍କୁ ଶିକ୍ଷା କ୍ଷେତ୍ରରେ ଉନ୍ନୟନ ମୂଳକ କାମ ପାଇଁ ପ୍ରଶସ୍ତିପତ୍ର ସହିତ ୨ ଲକ୍ଷ ଟଙ୍କାର ଚେକ୍‌ ମଧ୍ୟ ପ୍ରଦାନ କରାଯାଇଛି । ଏହି ପୁରସ୍କାର ପ୍ରତିବର୍ଷ ୟୁଏନ୍‌ ବ୍ରହ୍ମା ଟ୍ରଷ୍ଟ ତରଫରୁ ମିଳିଥାଏ ।"

ସୋନମ ୱାଙ୍ଗଚୁକ୍‌ କହିଛନ୍ତି ଯେ, ଆସାମର ବୋଡୋଲ୍ୟାଣ୍ଡ ଅଞ୍ଚଳ ହେଉ କି ତାଙ୍କର ନିଜସ୍ବ ମୂଳ ଲଦାଖ ଲୋକଙ୍କ ପାରମ୍ପରିକ ସଂସ୍କୃତିର ଦେଶର ସମ୍ପତ୍ତିରେ ଯୋଗଦାନ କରିବାର କ୍ଷମତା ରହିଛି । ସୂଚନାଯୋଗ୍ୟ ଯେ, ସୋନମ ୱାଙ୍ଗଚୁକ ଏକାଧାରରେ ଜଣେ ଇଞ୍ଜିନିୟର, ବୈଜ୍ଞାନିକ ଏବଂ ଶିକ୍ଷାବିତ ଅଟନ୍ତି । ସେ ଲଦ୍ଦାଖର ଛାତ୍ର ଶୈକ୍ଷିକ ଏବଂ ସାଂସ୍କୃତିକ ଆନ୍ଦୋଳନର ସଂସ୍ଥାପକ ଓ ନିର୍ଦ୍ଦେଶକ ଅଟନ୍ତି । ଯାହାର ସ୍ଥାପନା ୧୯୮୮ରେ କିଛି ଛାତ୍ରମାନେ ମିଳିତ ଭାବେ କରିଥିଲେ । ପ୍ରସିଦ୍ଧ ବଲିଉଡ ଫିଲ୍ମ 'ଥ୍ରୀ ଇଡିୟଟସ' ତାଙ୍କର ବାସ୍ତବିକ ଜୀବନ ଉପରେ ଆଧାରିତ ଯେଉଁଥିରେ ସୁପରଷ୍ଟାର ଅମୀର ଖାନ ତାଙ୍କ ଭୂମିକାରେ ଅଭିନୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details