ଓଡିଶା

odisha

ETV Bharat / bharat

Delhi liquor scam: ୧୦ ଦିନିଆ ଇଡି ହେପାଜତକୁ ଗଲେ ଆନ୍ଧ୍ର ସାଂସଦଙ୍କ ପୁଅ - ମାଗୁନ୍ତ ରାଘବ

୧୦ ଦିନିଆ ଇଡି ହେପାଜତକୁ ଗଲେ ଆନ୍ଧ୍ର ସାଂସଦଙ୍କ ପୁଅ ମଗୁଣ୍ଟା ରାଘବ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ପଚରାଉଚରା କରିବ ଇଡି । ଅଧିକ ପଢନ୍ତୁ

ଇଡି ହେପାଜତକୁ ଗଲେ ଆନ୍ଧ୍ର ସାଂସଦଙ୍କ ପୁଅ
ଇଡି ହେପାଜତକୁ ଗଲେ ଆନ୍ଧ୍ର ସାଂସଦଙ୍କ ପୁଅ

By

Published : Feb 12, 2023, 8:43 AM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ୧୦ ଦିନିଆ ଇଡି ହେପାଜତକୁ ଗଲେ ଆନ୍ଧ୍ର ୱାଇଏସଆର କଂଗ୍ରେସ ପାର୍ଟିର ସାଂସଦ ମଗୁଣ୍ଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ ମଗୁଣ୍ଟା ରାଘବ । ୧୦ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ହେପାଜତକୁ ନେଇଛି । ଏହି ସମୟରେ ରାଘବଙ୍କୁ ମଦ ଦୁର୍ନୀତି ଘଟଣାରେ ଗୁଡାଇତୁଡାଇ ଅନେକ ପ୍ରଶ୍ନ କରିବ ଇଡି । ଶୁକ୍ରବାର ସନ୍ଧ୍ୟାରେ ରାଘବଙ୍କୁ ଗିରଫ କରାଯିବା ପରେ ଗତକାଲି(ଶନିବାର) ତାଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ହେପାଜତକୁ ନେବା ପାଇଁ ଇଡି ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା ।

ସିବିଆଇ ଦ୍ବାରା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କ ପୂର୍ବତନ ଚାଟାର୍ଡ ଆକାଉଣ୍ଟ ବୁଚିବାବୁ ଗୋରାଣ୍ଟଲାଙ୍କ ଗିରଫଦାରୀ ପରେ ମଗୁଣ୍ଟା ରାଘବଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଲିଙ୍କରେ ଶୁକ୍ରବାର ସନ୍ଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ତାଙ୍କୁ ଗିରଫ କରିଥିଲା । ଏହି ଘଟଣାର ତଦନ୍ତରେ ସହଯୋଗ ନକରିବା ଅଭିଯୋଗରେ ଚାଟାର୍ଡ ଆକାଉଣ୍ଟ ଗିରଫ ହୋଇଥିଲେ । ଗତ ବୁଧବାର ଦିନ ଦିଲ୍ଲୀ କୋର୍ଟ ତାଙ୍କୁ ଉଭୟ ଇଡି ଏବଂ ସିବିଆଇ ରିମାଣ୍ଡରେ ପଠାଇଥିଲେ ।

ଏହି ମାମଲାରେ ଡିସେମ୍ବର ୧୨ ତାରିଖରେ ସିବିଆଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କେ. କବିତାଙ୍କୁ ପଚରାଉଚରା କରିଥିଲା । ପ୍ରାୟ ୭ ଘଣ୍ଟା ଧରି ସିବିଆଇ ଜେରାର ସାମ୍ନା କରିଥିଲେ କବିତା । ଏହି ଦୁର୍ନୀତି ମାମଲାରେ ଜଡିତ ଥିବା ସାଉଥ୍ ଗ୍ରୁପର କବିତା ପ୍ରମୁଖ ସଦସ୍ୟ ଥିବା ତଦନ୍ତକାରୀ ଏଜେନ୍ସି ଅଭିଯୋଗ କରିଥିଲା । ତେବେ ରାଘବଙ୍କ ପୂର୍ବରୁ ଏହି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଶିରୋମଣି ଅକାଳୀ ଦଳ ବିଧାୟକ ଦୀପ ମହ୍ଲୋତ୍ରାଙ୍କ ପୁଅ ତଥା ବ୍ୟବସାୟୀ ଗୌତମ ମହ୍ଲୋତ୍ରା ମଧ୍ୟ ସିବିଆଇ ଓ ଇଡି ରିମାଣ୍ଡରେ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ: Delhi excise policy case: ଆନ୍ଧ୍ର YSR କଂଗ୍ରେସ ସାଂସଦଙ୍କ ପୁଅ ଗିରଫ

ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାର କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ପ୍ରଥମେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଅଭିଯୋଗ ଆଣିଥିଲେ । ଏହି ମାମଲାର ସିବିଆଇ ସିବିଆଇ ତଦନ୍ତ ପାଇଁ ସେ ଆବେଦନ କରିଥିଲେ । ଏହାପରେ ଏହି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଦିଲ୍ଲୀ ଓ ହାଇଦ୍ରାବାଦ ଭିତ୍ତିକ ବଡ ବଡ ବ୍ୟବସାୟୀଙ୍କ ନାଁ ଉଠିଥିଲା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା ଏବଂ ଆନ୍ଧ୍ରପ୍ରଦେଶ ସାଂସଦ ମଗୁନ୍ତ ଶ୍ରୀନିବାସଲୁ ରେଡ୍ଡୀଙ୍କ ନାଁ ରହିଥିଲା ।

ABOUT THE AUTHOR

...view details