ଲକ୍ଷ୍ନୌ: (PUBG) ପବଜି ଗେମ୍ ଆଗରେ ତୁଚ୍ଛ ହେଲା ମାଆର ମମତା । ପବଜି ଖେଳ ପାଇଁ ହତ୍ୟାକାରୀ ସାଜିଲା ପୁଅ । ଗୁଳି କରି ମାଆକୁ ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଲକ୍ଷ୍ନୌର ପିଆଇଜି (PGI area of Lucknow) ଅଞ୍ଚଳରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବାୟା କଲା Pubg: ମା’କୁ ହତ୍ୟା କରି ଘରେ 3ଦିନ ଲୁଚାଇ ରଖିଲା 16 ବର୍ଷୀୟ ପୁଅ - ପବଜି ଗେମ୍ ପାଇଁ ହତ୍ୟାକାରୀ ସାଜିଲା ପୁଅ
ପବଜି ଗେମ୍ ପାଇଁ ହତ୍ୟାକାରୀ ସାଜିଲା ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଲକ୍ଷ୍ନୌର ପିଆଇଜି (PGI area of Lucknow) ଅଞ୍ଚଳରେ । ଅଧିକ ପଢନ୍ତୁ
ସୂଚନା ଅନୁସାରେ, ୟୁପିର ୟେମୁନାପୁରମ୍(Yamunapuram)ରେ ସାଧନା ନିଜ ୧୬ ବର୍ଷର ପୁଅ ଓ ୧୦ ବର୍ଷରେ ଝିଅକୁ ନେଇ ରୁହନ୍ତି । ସାଧନାଙ୍କ ସ୍ବାମୀ କୋଲକାତାରେ ଆର୍ମି ଅଫିସର ଭାବେ କାର୍ଯ୍ୟ କରନ୍ତି । ହେଲେ ଦୀର୍ଘ ଦିନ ହେବ ସାଧନାଙ୍କ ପୁଅ ପବଜି ଗେମ ଖେଳିବାରେ ଅଭ୍ୟସ୍ତ ଥିଲେ । ଯାହାକୁ ନେଇ ମାଆ ପୁଅଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ମଧ୍ୟ ହେଉଥିଲା । ଏପରକି ଗତ କିଛି ଦିନ ତଳେ ଘରୁ ୧୦ ହଜାର ଟଙ୍କା ଚୋରି ନେଇ ପୁଅକୁ ମାଡ ମଧ୍ୟ ମାରିଥିଲେ ସାଧନା । ହେଲେ ଗତ ଶନିବାର ଦିନ ସାଧନା ଶୋଇଥିବା ବେଳେ ଘରେ ଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ମାଆକୁ ଗୁଳି କରି ହତ୍ୟା କରିଥିଲା ପୁଅ ।
ମାଆର ମୃତଦେହକୁ ଘରେ ତିନିଦିନ କାଳ ଲୁଚେଇ ରଖିଥିଲା । ଏପରିକି ସାନ ଭଉଣୀଙ୍କୁ ହତ୍ୟା ସମ୍ପର୍କରେ କାହାକୁ କିଛି ନ କହିବାକୁ ଧମକ ମଧ୍ୟ ଦେଇଥିଲା । ତେବେ ମୃତଦେହରୁ ଦୁର୍ଗନ୍ଧ ବାହାରିବାରୁ ବାପାଙ୍କୁ ଏନେଇ ଖବର ଦେଇଥିଲା ପୁଅ । ମାକୁ କେହି ଦୁବୃର୍ତ୍ତ ହତ୍ୟା କରିଥିବା ନେଇ ବାପାଙ୍କୁ କହିଥିଲା ପୁଅ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ନାବାଳକ ପୁଅକୁ ପୋଲିସ ହେପାଜତକୁ ନେଇଛି ।