ବେଙ୍ଗାଲୁରୁ: ମଦ ଆଗରେ ତୁଚ୍ଛ ହେଲା ମାଆର ମମତା । ମଦ ପିଇବାକୁ ପଇସା ନଦେବାରୁ ବାପା ସହ ମିଶି ମାଆକୁ ହତ୍ୟା କଲା ପୁଅ । କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲା ଅନ୍ତର୍ଗତ କୁଜାଲ୍ଲି ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସାମାନ୍ୟ ଟଙ୍କା ପାଇଁ ପୁଅ ନିଜ ଜନ୍ମକଲା ମାଆକୁ ପିଟି ପିଟି ହତ୍ୟା କରିଛି (Son kills mother with father after she refuses to give money) । ମୃତକ ୬୪ ବର୍ଷୀୟା ଗୀତା ଭଟ୍ଟ । ଗତ ମଙ୍ଗଳବାର ଦିନ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଗତକାଲି ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି । ଏହାସହିତ ପୋଲିସ ପତ୍ନୀହନ୍ତା ସ୍ବାମୀ ଓ ଅଭିଯୁକ୍ତ ପୁଅକୁ ଗିରଫ କରିଛି ।
ସୂଚନା ମୁତାବକ, ବାପା ବିଶ୍ବେଶ୍ବର ଭଟ୍ଟ ଓ ପୁଅ ମଧୁକର ଭଟ୍ଟ ସବୁବେଳେ ମଦ ପିଇ ଆସି ଘରେ ମାଆ ଗୀତାଙ୍କ ସହ ଝଗଡା କରୁଥିଲେ । ଗତ ମଙ୍ଗଳବାର ଦିନ ବାପପୁଅ ପ୍ରଚୁର ମଦ୍ୟପାନ କରିଥିଲେ । ଏହାପରେ ପୁଣି ଘରକୁ ଆସି ମଦ ପାଇଁ ଗୀତାଙ୍କୁ ଟଙ୍କା ମାଗିଥିଲେ । ହେଲେ ମହିଳା ତାଙ୍କୁ ଟଙ୍କା ଦେଇନଥିଲେ । ଏଥିରେ ରାଗି ଯାଇ ବାପାପୁଅ ମିଶି ଏକ ଲାଠିରେ ମାଆକୁ ପିଟି ପିଟି ହତ୍ୟା କରିଥିଲେ((Son kills mother) ।