ହାଇଦ୍ରାବାଦ: ମାଆ ଠାରୁ ସାମାନ୍ୟ ସ୍ମାର୍ଟଫୋନ ହେଲା ମୂଲ୍ୟବାନ । ଫୋନ କିଣିବାକୁ ଟଙ୍କା ନ ମିଳିବାରୁ ଜନ୍ମଦାତ୍ରୀକୁ ହତ୍ୟା କରିବାକୁ ପଛାଇଲାନି ପୁଅ । ଆଉ ଅତି ନିର୍ମମ ଭାବେ ହତ୍ୟା କରିଥିବାର ନିନ୍ଦନୀୟ ଘଟଣା ଘଟିଛି ତେଲେଙ୍ଗାନାର ଜୋଗୁଲମ୍ବା ଗଡୱାଲ ଜିଲ୍ଲାରେ । ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଚାରିଆଡେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।
ପୁରା ଘଟଣା ଥିଲା ଏମିତି
ଜୋଗୁଲମ୍ବା ଗଡୱାଲର ଜିଲ୍ଲାର ଉଣ୍ଡାଭଲ୍ଲୀ ମଣ୍ଡଳ ଶେରିପଲ୍ଲୀ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ମହିଳା ହେଉଛନ୍ତି ଲକ୍ଷ୍ମୀ । ଲକ୍ଷ୍ମୀ ଓ ଭେଙ୍କଟେଶ୍ବରାଲୁଙ୍କ ୨ଟି ପୁଅ । ବଡ ପୁଅ ମହେଶ ଓ ସାନ ପୁଅ ସାଲେମାନ । ତାଙ୍କ ପିତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ବେଳେ ସେ ଘରେ ରୁହନ୍ତି । ଲକ୍ଷ୍ମୀ ଚାଷଜମିରେ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ସେପଟେ ବଡ଼ ପୁଅ ମହେଶ ଶ୍ରମିକ କାମ କରିଥାଏ । ମହେଶ ନିଜ ମାଆକୁ ଏକ ଫୋନ କିଣିବା ପାଇଁ ଟଙ୍କା ମାଗିଥିଲା । ହେଲେ ଆର୍ଥିକ ସମସ୍ୟା ଯୋଗୁଁ ଲକ୍ଷ୍ମୀ ଫୋନଟିଏ କିଣିପାରିନଥିଲେ ।