ଓଡିଶା

odisha

ETV Bharat / bharat

‘ଶ୍ୱଶୁର ଘର ସମ୍ପତ୍ତିରେ ଜ୍ୱାଇଁର ନାହିଁ ଅଧିକାର’ - ଶ୍ୱଶୁର ସମ୍ପତ୍ତିରେ ଜ୍ୱାଇଁର ନାହିଁ ଆଇନଗତ ଅଧିକାର

ଶ୍ବଶୁର ସମ୍ପତ୍ତି ଏବଂ କୋଠାବାଡ଼ିରେ ଜ୍ବାଇଁ ଆଇନଗତ ଅଧିକାର ଦାବି କରିପାରିବେ ନାହିଁ । ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେରଳ ହାଇକୋର୍ଟ । ଅଧିକ ପଢନ୍ତୁ...

ଶ୍ୱଶୁର ସମ୍ପତ୍ତିରେ ଜ୍ୱାଇଁର ନାହିଁ ଆଇନଗତ ଅଧିକାର: କେରଳ ହାଇକୋର୍ଟ
ଶ୍ୱଶୁର ସମ୍ପତ୍ତିରେ ଜ୍ୱାଇଁର ନାହିଁ ଆଇନଗତ ଅଧିକାର: କେରଳ ହାଇକୋର୍ଟ

By

Published : Oct 5, 2021, 10:53 AM IST

ଥିରୁଅନନ୍ତପୁରମ: ଶ୍ବଶୁର ସମ୍ପତ୍ତି ଏବଂ କୋଠାବାଡ଼ିରେ ଜ୍ବାଇଁ ଆଇନଗତ ଅଧିକାର ଦାବି କରିପାରିବେ ନାହିଁ । ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେରଳ ହାଇକୋର୍ଟ । ଜଷ୍ଟିସ ଏନ ଅନିଲ କୁମାର ଏକ ଆଦେଶ ଜାରି କରି କନ୍ନୁରର ତାଳିପରାମ୍ବାରେ ରହୁଥିବା ଡେଭିସ୍ ରଫେଲଙ୍କ ପିଟିସନ ଖାରଜ କରିଦେଇଛନ୍ତି। ଏଥିରେ ସେ ପାୟାନୁରର ନିମ୍ନ ଅଦାଲତଙ୍କ ଆଦେଶ ବିରୋଧରେ ଆବେଦନ କରି ନିଜ ଶ୍ବଶୁରଙ୍କ ସମ୍ପତ୍ତି ଉପରେ ନିଜର ଅଧିକାର ଥିବା ଦାବି କରିଥିଲେ। ଶ୍ବଶୁର ହେଣ୍ଡ୍ରି ଥୋମାସ ଟ୍ରାଏଲ କୋର୍ଟରେ ଏକ ମକଦ୍ଦମା ଦାୟର କରିଥିଲେ, ଯେଉଁଥିରେ ଜ୍ବାଇଁ ଡେଭିସଙ୍କୁ ତାଙ୍କ ସମ୍ପତ୍ତିରେ କବଜା ତଥା ସମ୍ପତ୍ତି ଏବଂ ଘରର ଶାନ୍ତିପୂର୍ଣ୍ଣ କବଜା ଓ ଆନନ୍ଦରେ ହସ୍ତକ୍ଷେପ ନକରିବାକୁ ସ୍ଥାୟୀ ପ୍ରତିବନ୍ଧକ ମାଗିଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ହେଣ୍ଡି ସେଣ୍ଟ ପାଲ୍ ଚର୍ଚ୍ଚ, ଥ୍ରୀଚମ୍ବରାମଙ୍କ ତରଫରୁ ଫାଦର ଜେମ୍ସ ନସରଥଙ୍କ ଦ୍ବାରା ଦିଆଯାଇଥିବା ଉପହାର ଆଧାରରେ ସମ୍ପତ୍ତି ପ୍ରାପ୍ତ କରିଥିବା ଦାବି କରିଛନ୍ତି। ସେ କହିଛନ୍ତି ଯେ ସେ ନିଜେ ନିଜ ଟଙ୍କାରେ ପକ୍କା ଘର ନିର୍ମାଣ କରିଛନ୍ତି ଏବଂ ପରିବାର ସହିତ ଏଠାରେ ରହୁଛନ୍ତି। ସେ ଯୁକ୍ତି କରିଛନ୍ତି ଯେ, ତାଙ୍କ ସମ୍ପତ୍ତିରେ ତାଙ୍କ ଜ୍ବାଇଁର କୌଣସି ଅଧିକାର ନାହିଁ।

ଅପରପକ୍ଷେ ଜ୍ବାଇଁ ଯୁକ୍ତି କରିଛନ୍ତି ଯେ, ସମ୍ପତ୍ତିର ମାଲିକାନା ସନ୍ଦେହଜନକ, କାରଣ ଚର୍ଚ୍ଚର ଅଧିକାରୀଙ୍କ ଦ୍ବାରା ଉପହାର ସଦୃଶ୍ୟ ଏହା ପରିବାରକୁ ଦିଆଯାଇଥିଲା | ସେ ହେଣ୍ଡ୍ରିଙ୍କ ଏକମାତ୍ର ଝିଅକୁ ବିବାହ କରିଥିଲେ ଏବଂ ବିବାହ ପରେ ତାଙ୍କୁ ପରିବାରର ସଦସ୍ୟ ଭାବରେ ଗ୍ରହଣ କରାଯାଇଥିଲା। ଏନେଇ ସେ କହିଛନ୍ତି ଯେ, ସେଥିପାଇଁ ସେ ଘରେ ରହିବାର ତାଙ୍କର ଅଧିକାର ଅଛି। ନିମ୍ନ ଅଦାଲତ କହିଥିଲେ ଯେ, ଜ୍ବାଇଁର ସମ୍ପତ୍ତିରେ କୌଣସି ଅଧିକାର ନାହିଁ। ଉଭୟ ପକ୍ଷର ଶୁଣାଣି ପରେ ହାଇକୋର୍ଟ କହିଛନ୍ତି ଯେ, ଜ୍ବାଇଁକୁ ପରିବାର ସଦସ୍ୟ ରୂପେ ଗ୍ରହଣ କରିବା ମୁସ୍କିଲ।

ABOUT THE AUTHOR

...view details