ଲକ୍ଷ୍ନୌ: ପାରିବାରିକ କଳହର କରୁଣ ପରିଣତି। ଶ୍ବଶୁର ଘର ଗାଁରେ ଜ୍ବାଇଁକୁ ହତ୍ୟା। ରାସ୍ତା ମଝିରେ ଇଟାରେ ପିଟି ପିଟି ଜ୍ବାଇଁକୁ ନିର୍ମମ ଭାବରେ ହତ୍ୟା କଲେ ଶ୍ବଶୁର ଘର ଲୋକ। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା 5 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ 2 ଜଣଙ୍କୁ ଗିରଫ କରାଯାଇଛି। ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ ।
ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ବିଞ୍ଜୋର ଜିଲ୍ଲାର ସରାଇ ଇମ୍ମା ଗାଁରେ ରହୁଥିବା ଆସିଫ ଉର୍ଫ ବାଜା ଏବଂ ତାଙ୍କ ପତ୍ନୀଙ୍କ ସହ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା। ଏହି କାରଣରୁ ଆସିଫଙ୍କ ପତ୍ନୀ ଯାଇ ନିଜ ବାପାଘର ଦୁଧାଲି ଗାଁରେ ରହୁଥିଲେ। ଏହାସହ ଆସିଫଙ୍କ ବିରୁଦ୍ଧରେ କିରତପୁର ଥାନାରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ମାମଲା ଥାନାରେ ବିଚାରଧିନ ଥିଲା। ସେପଟେ ପତ୍ନୀକୁ ନେବା ପାଇଁ ଶ୍ବଶୁର ଘର ଲୋକ ଆସିଫଙ୍କୁ ଦୁଧଲିକୁ ଡାକିଥିଲେ। ତେବେ ଆସିଫ ତାଙ୍କ ପତ୍ନୀକୁ ଆଣିବା ପାଇଁ ଯେତେବେଳେ ତାଙ୍କ ଶ୍ବଶୁର ଘର ଗାଁରେ ପହଞ୍ଚି ଥିଲେ ସେତେବେଳେ ତାଙ୍କ ଶଳା ଏବଂ ଗାଁର ମୁଖିଆ ମିଶି ଆସିଫଙ୍କୁ ମାରପିିଟ କରିଥିଲେ। ତେବେ ଏତିକିରେ ସେମାନଙ୍କ ରାଗ କମିନଥିଲା। ପାଖରେ ଥିବା ଏକ ଇଟା ଆଣି ଆସିଫଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଆସିଫଙ୍କ ମୃତ୍ୟୁ ହୋଇଥିଲା।
ଏହା ମଧ୍ୟ ପଢ଼ନ୍ତୁ.....ଜ୍ବାଇଁଙ୍କୁ ପିଟିପିଟି ହତ୍ୟା କଲେ ଶ୍ବଶୂର ଘର ଲୋକେ, ୪ ଗିରଫ