ଓଡିଶା

odisha

ETV Bharat / bharat

INSPIRATION ! ବାପାଙ୍କ ସ୍ବପ୍ନ ପୂରଣ କରିବାକୁ ମାଟି ଚିରିଦେଲା ପୁଅ

ସ୍ତ୍ରୀଙ୍କ ମୃତ୍ୟୁ ପରେ ପାହାଡ ଚିରି ଦେଇଥିଲେ ପଦ୍ମଶ୍ରୀ ଦଶରଥ ମାଝି । ଆଉ ଆଜି ବାପାଙ୍କ ପ୍ରତିଶୃତି ପୂରଣ ପାଇଁ ସବୁ ସୁଖ ଭୁଲି ଦିନରାତି ଏକ କରି ପୋଖରୀ ଖୋଳିଲା ପୁଅ .. ଦେଖନ୍ତୁ ଏହି ବାପ-ପୁଅ ସମ୍ପର୍କର ଏହି ପ୍ରେରଣାଦାୟୀ କାହାଣୀ ..

INSPIRATION !  ବାପାଙ୍କ ସ୍ବପ୍ନ ପୂରଣ କରିବାକୁ ମାଟି ଚିରିଦେଲା  ପୁଅ
INSPIRATION ! ବାପାଙ୍କ ସ୍ବପ୍ନ ପୂରଣ କରିବାକୁ ମାଟି ଚିରିଦେଲା ପୁଅ

By

Published : Jun 16, 2021, 3:40 PM IST

ଧାନବାଦ: ‘ମାଉଣ୍ଟେନ ମ୍ୟାନ୍‌’ ଦଶରଥ ମାଝିଙ୍କ କାହାଣୀ ତ ଆପଣଙ୍କର ମନେ ଥିବ । ସେହି ପାହାଡ ମଣିଷ , ଯାହାଙ୍କ ସ୍ତ୍ରୀ ପ୍ରସବ ପୀଡା ଯୋଗୁଁ ପାର କରିପାରିନଥିଲେ ସୁଉଚ୍ଚ ଦୁର୍ଗମ ପର୍ବତ , ଆଉ ତଳକୁ ଖସି ହରାଇଥିଲେ ଜୀବନ । ଏହି ଦୁଃଖ ଯେପରି ଆଉ କାହା ଭାଗ୍ୟରେ ନ ଆସୁ , ସେଥିପାଇଁ କୁରାଢି-ହାତୁଡି ନେଇ ପୂରା ପାହାଡ ଫଟାଇ ରାସ୍ତା କରିଦେଇଥିଲେ ପଦ୍ମଶ୍ରୀ ଦଶରଥ ମାଝି .. କିଛି ଏଭଳି ସମାନ କାହାଣୀ ରହିଛି ଧନବାଦର ଫାଗୁ ମହତୋଙ୍କ । ବାପାଙ୍କ ଇଚ୍ଛା ପୂରଣ ପାଇଁ ସେ ଏକ ବାଡି ଓ କୋଦାଳ ସାହାଯ୍ୟରେ ଧରିତ୍ରୀର ଛାତି ଚିରି ବୁହାଇଛନ୍ତି ଜଳଧାରା ।

INSPIRATION ! ବାପାଙ୍କ ସ୍ବପ୍ନ ପୂରଣ କରିବାକୁ ମାଟି ଚିରିଦେଲା ପୁଅ

ଝାଡଖଣ୍ଡର ଜିଲ୍ଲା ଧାନବାଦ, ପଞ୍ଚାୟତ ବାଘମାରା, ଗାଁ ପାତାମହୁଲ । ବହୁ ବର୍ଷ ତଳେ ଆରମ୍ଭ ହୋଇଥିଲା ଏଇ କାହାଣୀ । ସେହି ସମୟରେ ଫାଗୁଙ୍କ ବାପା ଭରତ ନିଜ ଭାଇଙ୍କ ସହ ଯୌଥ ପରିବାରରେ ରହୁଥିଲେ । ଆଉ ମାଛ ଚାଷ କରି ପରିବାର ଭରଣପୋଷଣ କରୁଥିଲେ । ଦିନେ ମାଛ ଭାଗ ବାଣ୍ଟୁଥିଲା ବେଳେ ଉପୁଜିଥିଲା ବିବାଦ। ଏହା ପରେ ଭାଇମାନେ ଭରତଙ୍କୁ ପୋଖରୀ ଦେବାକୁ ମନା କରିଦେଲେ .. ଏସବୁକୁ ମାନିବା ସହ ଭରତ ଭାଇମାନଙ୍କୁ କହିଥିଲେ କି ତୁମେ 2ଟି ଯାକ ପୋଖରୀ ରଖିଦିଅ, ମୋ ପୁଅ ପାଇଁ ମୁଁ ପୋଖରୀ ଖୋଳିବି, ସେଥିରେ ମୋ ପୁଅ ମାଛ ଚାଷ କରିବ ।

ବିବାଦ ପରେ ପ୍ରାୟ 10 ବର୍ଷ କାଳ ଭରତ ପୋଖରୀ ଖୋଳିଲେ । କିନ୍ତୁ ପୋଖରୀ ହୋଇପାରିଲାନି । ବାପାଙ୍କ ମୃତ୍ୟୁ ପରେ ପୁଅ ଫାଗୁ ନେଲେ ପୋଖରୀ ଖୋଳା ଦାୟିତ୍ବ । ନା ଦିନ ନା ରାତି .. ସବୁ ଏକ କରି କରିଲେ କଠିନ ପରିଶ୍ରମ । ଆଉ ତାହାର ଫଳ ଆପଣଙ୍କ ସାମ୍ନାରେ ।

ଫାଗୁ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ଫେରିବା ପରେ ରାତିରେ ବି ପୋଖରୀ ଖୋଲୁଥିଲେ । 15 ଦିନ ଡ୍ୟୁଟି କରୁଥିଲେ । 15 ଦିନ ଖନନ । ଶେଷରେ ଚାକିରୀ ବି ଛାଡିଦେଲେ । ଆଉ ଦିନ ରାତି ପୋଖରୀ ଖନନରେ ଲାଗିଗଲେ। ଫାଗୁ କୁହନ୍ତି କି ମରିବା ଆଗରୁ ବାପା କହିଥିଲେ କି ପିତୃ ସମ୍ପତ୍ତି ସବୁବେଳେ ବଞ୍ଚାଇରଖିବୁ ।

ଫାଗୁ ମାଛ ଓ ବତକ ପାଳନ ସହ କ୍ଷେତରେ ପୋଖରୀ ଜଳ ସେଞ୍ଚନ ନେଇ କୁହନ୍ତି । ପତ୍ନୀ କୁହନ୍ତି କି ଫାଗୁଙ୍କୁ ପୋଖରୀ ଖୋଳିବା ନିଶା ଏଭଳି ଚଢିଥିଲା କି । କେବେ ରାତି 3 ଟାରେ ଉଠି ଚାଲିଯାଆନ୍ତି ତ ପୁଣି କେବେ ଶୁଅନ୍ତିନି ।

ଗାଁର ମନୋହର ମହତୋ କୁହନ୍ତି କି , ଯେବେଠୁ ଜାଣିବାର ହେଲିଣି , ସେବେଠାରୁ ତାଙ୍କୁ ମାଟି ଖୋଲିବାର ଦେଖିଛି । କେବେ ବି ସେ ପୋଖରୀ ଖୋଳିବାକୁ ଚାଲିଯାଉଥିଲେ । ବର୍ଷା-ଖରାକୁ ଖାତିର ନ କରି ସେ ଧୀରେ ଧୀରେ ଏତେ ବଡ ପୋଖରୀ ଖୋଳିଦେଲେ ।

ମୋ ନିଶା ଓ ପରିଶ୍ରମଣର ଫଳ ନିଶ୍ଚୟ ମିଳିବ । ଏହି ଖୋଲା ପଡିଆରେ ଜଳର ଧାରା ବୋହିବ । ସତରେ କେବେ ବୃଥା ଯାଏନି କଠିନ ପରିଶ୍ରମ । ନିଶ୍ଚୟ ମିଳେ ସଫଳତା ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details