ଓଡିଶା

odisha

ETV Bharat / bharat

ପୁଅ କାନ୍ଧରେ ମାଆର ମୃତଦେହ, ମନେ ପକାଇଲା ଦାନମାଝୀ କଥା - ମାଆର ମୃତଦେହ ବୋହିଲା ପୁଅ

ମାଆର ମୃତଦେହକୁ କାନ୍ଧରେ ବୋହିଛି ପୁଅ ( Son carries mothers body) । ଏପରି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ରାଜ୍ୟ ଜଲପାଇଗୁଡିରେ ଯାହା ଓଡିଶାର ଦାନମାଝୀ ଘଟଣା ପୁନରାବୃତ୍ତି କରିଛି । ଅଧିକ ପଢନ୍ତୁ

ମାଆର ମୃତଦେହକୁ କାନ୍ଧରେ ବୋହିଛି ପୁଅ
Son carries mothers deadbody

By

Published : Jan 6, 2023, 8:41 AM IST

କୋଲକାତା:ପଶ୍ଚିମ ବଙ୍ଗରେ ଦାନମାଝୀ ଘଟଣାର ପୁନରାବୃତ୍ତି । କୋଲକାତାରେ ବହୁ ଚର୍ଚ୍ଚିତ ଦାନମାଝୀ ଘଟଣା ଦେଖିବାକୁ ମିଳିଛି । କୋଲକାତାର ଜଲପାଇଗୁଡିରେ ମାଆର ମୃତଦେହକୁ କାନ୍ଧରେ ବୋହିଛି ପୁଅ ( Son carries mothers body) । ଏହାସହିତ ମହିଳାଙ୍କ ସ୍ବାମୀ ମଧ୍ୟ ପୁଅ ସହିତ ସ୍ତ୍ରୀର ମୃତଦେହ ବୋହିଥିବା ଦେଖିବାକୁ ମିଳିଛି । 3 ହଜାର ଟଙ୍କା ଗାଡି ଭଡା ଦେଇ ନପାରିବାରୁ ମାଆର ମୃତଦେହକୁ କାନ୍ଧରେ ବୋହି ଘରକୁ ନେଉଥିବା ଚିତ୍ର ଦେଖିବାକୁ ମିଳିଛି ।

ମାଲ ଡିଭିଜନ କାନ୍ତି ବ୍ଲକ ନିବାସୀ ରାମପ୍ରସାଦ ଦେୱାନ ଜଣେ ଦିନ ମଜୁରିଆ । ତାଙ୍କ ପତ୍ନୀ ଲକ୍ଷ୍ମୀରାଣୀ ଦେୱାନ ଅସୁସ୍ଥ ଥିଲେ । ଚିକିତ୍ସା ପାଇଁ ସେ ତାଙ୍କୁ ଜଲପାଇଗୁଡି ସୁପର ସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ନିଶ୍ବାସ ପ୍ରଶ୍ବାସ ନେବାରେ ଲକ୍ଷ୍ମୀରାଣୀ ଦେୱାନଙ୍କ ସମସ୍ୟା ଦେଖିବାକୁ ମିଳିଥିଲା । ହସ୍ପିଟାଲରେ ଭର୍ତ୍ତି କରିବାକୁ ସେ ଘରୋଇ ଆମ୍ବୁଲାନ୍ସ ଗାଡି ଠିକ କରିବାକୁ ଯାଇଥିଲେ । ଗାଡି ଭଡା 3 ହଜାର ନେବାକୁ କହିଥିଲା । ରାମପ୍ରସାଦ ଦେୱାନ ଏତେ ଟଙ୍କା ଦେବାକୁ ସକ୍ଷମ ନଥିଲେ । ଏହା ପରେ ରାମପ୍ରସାଦଙ୍କ ପୁଅ ଓ ସେ ମିଶି ମାଆଙ୍କୁ କାନ୍ଧରେ ବୋହିଥିଲେ ।

ଏହା ବି ପଢନ୍ତୁ...3ଜଣଙ୍କ ଉପରେ କାର ମଡାଇଦେଲେ ମଦ୍ୟପ ଡାକ୍ତର: ଜଣେ ମୃତ, ଗର୍ଭବତୀ ଗୁରୁତର

ଏହି ଘଟଣା ସାମ୍ନାକୁ ଆସିବା ପରେ ଗ୍ରୀନ୍ ଜଲପାଇଗୁଡୀ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ସେମାନେ ରାମପ୍ରସାଦ ଦେୱାନଙ୍କୁ ସାହାଯ୍ୟ କରିଥିଲେ । ମହିଳାଙ୍କୁ ଗାଡିରେ ଡାକ୍ତରଖାନା ନେଇଥିଲେ । ଏହି ରାଜ୍ୟ ସ୍ବାସ୍ଥ୍ୟବିଭାଗର ବ୍ୟବସ୍ଥାକୁ ପଦାରେ ପକାଇଛି । ସ୍ବେଚ୍ଛାସେବୀ ସଂଗଠନ ସେକ୍ରେଟେରୀ ଅଙ୍କୁର ଦାସ କହିଛନ୍ତି ରୋଗୀଙ୍କୁ ଘରକୁ ନେବାକୁ ସରକାରଙ୍କର କୌଣସି ବ୍ୟବସ୍ଥା ନାହିଁ । ପ୍ରାଇଭେଟ ଆମ୍ବୁଲାନ୍ସ ଅଧିକ ଟଙ୍କା ଦାବି କରୁଛନ୍ତି । ଫଳରେ ଗରିବ ଲୋକଟି ଅସୁବିଧାରେ ସମ୍ମୁଖୀନ ହେଉଛି ।

ଏହା ବି ପଢନ୍ତୁ...ମହଙ୍ଗା ପଡିଲା ପୋଲିସକୁ ଦୁର୍ବ୍ୟବହାର, କଂଗ୍ରେସ ନେତା ଗିରଫ

ଏ ଘଟଣାକୁ ନେଇ ଜଲପାଇଗୁଡି ଘରୋଇ ଆମ୍ବୁଲାନ୍ସ ଡ୍ରାଇଭର ଆସୋସିଏସନ ସଭାପତି ଦିଲୀପ ଦାସ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ମୃତକଙ୍କ ପରିବାର ଆମ ପାଖକୁ ଆସିଥିଲେ ଆମେ କହିଥିବା ଗାଡି ଭଡା ସେ ଦେଇ ନଥିଲେ । ଯଦି ସେ ଆମକୁ କହିଥାନ୍ତେ ଆମ ପାଖରେ ଟଙ୍କା ନାହିଁ ତେବେ ଆମେ ତାଙ୍କୁ ମାଗଣା ସେବା ଯୋଗାଇ ଦେଇଥାନ୍ତୁ । ଆମେ ଅନେକ ରୋଗୀଙ୍କ ମାଗଣା ସେବା ଯୋଗାଇଛୁ । ସ୍ବେଚ୍ଛାସେବୀ ସଂଗଠନ ଆମ ବିରୁଦ୍ଧରେ ଷଡଯନ୍ତ୍ର କରୁଛି ବୋଲି କହିଛନ୍ତି ଡ୍ରାଇଭର ଆସୋସିଏସନ ସଭାପତି । ଜଲପାଇଗୁଡି ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ଏମଏସଭିପି ଡାକ୍ତର କଲ୍ୟାଣ ଖାନ ଏହି ଘଟଣାକୁ ଅମାନବୀୟ ବୋଲି କହିଛନ୍ତି । ଏହା କିପରି ଘଟିଲା ତାହାର ଅନୁସନ୍ଧାନ କରାଯିବ । ଅଧିକ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଛି ।

2016 ମସିହାରେ ଓଡିଶାରେ ସମାନ ଘଟଣା ଘଟିଥିଲା । ଦାନମାଝୀ ନାମକ ଜଣେ ବ୍ୟକ୍ତି ସ୍ତ୍ରୀର ମୃତଦେହକୁ କାନ୍ଧରେ ବୋହି 10କିମି ବାଟ ଚାଲିଥିଲେ । ଏହି ଘଟଣା ରାଜ୍ୟସରକାରଙ୍କ ବ୍ୟବସ୍ଥାକୁ ପଦାରେ ପକାଇଥିଲେ । ଖବରର ଶିରୋନାମା ପାଲଟିଥିଲା ଘଟଣା ।

ABOUT THE AUTHOR

...view details