ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି (ଶନିବାର) ଅଲ ଇଣ୍ଡିଆ ସୁଫି ସଜ୍ଜାଦନାଶିନ କାଉନସିଲ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଏକ ସମ୍ମିଳନୀରେ ସାମିଲ ହୋଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସମ୍ମିଳନୀରେ ସର୍ବଧର୍ମ ଧର୍ମଗୁରୁ ସାମିଲ ହୋଇଥିଲେ ।
ଡୋଭାଲ କହିଛନ୍ତି ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଏକ ଭଲ ପରମ୍ପରର ଶୁଭାରମ୍ଭ ହୋଇଛି । ଆମର ଏକତା ସୁଦୃଢ ହେବା ଦରକାର । ଏକତା ହିଁ ଆମକୁ ବଡ ସଫଳତା ଦେବ । ଆମର ଦେଶରେ ହେଉଥିବା ପ୍ରଗତିର ଲାଭ ସମସ୍ତଙ୍କୁ ସବୁ ଧର୍ମକୁ, ସବୁ ସମ୍ପ୍ରଦାୟକୁ ମିଳିବା ଦରକାର । ଡୋଭାଲ କଡା ସନ୍ଦେଶ ଦେଇ କହିଛନ୍ତି ବର୍ତ୍ତମାନ ଦେଶରେ କିଛି ତତ୍ତ୍ବ ଏମିତି ପରିବେଶ ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି ଯେ ଯେମିତି ଦେଶର ପ୍ରଗତିରେ ବାଧା ପହଞ୍ଚିବ । ଏହାର ପ୍ରତିବାଦ ସବୁ ସ୍ତରରେ ସମସ୍ତେ କରିବାର ଆବଶ୍ୟକତା ରହିଛି । ଭାରତର ଏକତା ହିଁ ଶକ୍ତି । ସରକାର ସବୁ ଧର୍ମ ସବୁ ସମ୍ପ୍ରଦାୟ ପାଇଁ କାମ କରୁଛନ୍ତି । ଏହାର ଲାଭ ସମସ୍ତଙ୍କୁ ମିଳିବ ଉଚ୍ଚିତ ।
ଡୋଭାଲ କହିଛନ୍ତି କିଛି କଟ୍ଟରପନ୍ଥୀ ଧର୍ମ ଓ ବିଚାରଧାରା ନାଁରେ ବିବାଦ ସୃଷ୍ଟି କରୁଛନ୍ତି। ସେମାନେ ଦେଶର ସଂହତିକୁ କ୍ଷତି ପହଞ୍ଚାଇବାକୁ ଷଡଯନ୍ତ୍ର କରୁଛନ୍ତି। ଏଥିପାଇଁ ଦେଶବାସୀଙ୍କୁ ସତର୍କ ରହିବାକୁ ପଡିବ । ଡୋଭାଲ କହିଛନ୍ତି ସାରା ଦୁନିଆରେ ସଂଘର୍ଷର ମାହୋଲ ସୃଷ୍ଟି ହେଉଛି । ଏହାର ମୁକାବିଲା ପାଇଁ ଆମକୁ ଏକତା, ସଂହିତା ବଜାୟ ରଖିବାକୁ ପଡିବ । ସମ୍ପ୍ରତିକ ସ୍ଥିତି ନେଇ ଡୋଭାଲ କହିଛନ୍ତି ଦେଶ ଦୃତ ବିକାଶରେ ଆଗେଉଛି । ଯାହାର ଶ୍ରେୟ ପୁରା ଦେଶବାସୀଙ୍କର । କିନ୍ତୁ ଯେଉଁ ଅରାଜକତା ଦେଖାଯାଉଛି, ତାହାର ପ୍ରଭାବ ଦେଶ ମଧ୍ୟରେ ଓ ଦେଶ ବାହାରେ ପଡୁଛି ।
ସମସ୍ତ ଧର୍ମ ଗୁରୁଙ୍କୁ ଆଭିମୁଖ୍ୟ ସ୍ପଷ୍ଟ କରି ଡୋଭାଲ କହିଛନ୍ତି କଟ୍ଟରପନ୍ଥୀଙ୍କ ଗେମ ଶେଷ ଅବସ୍ଥାରେ । ସରକାର ଏହାକୁ ଦୃଢ ହସ୍ତରେ ଦମନ କରୁଛନ୍ତି । ଆବଶ୍ୟକ ପଡିଲେ ଆହୁରି କଡା ପଦକ୍ଷେପ ନିଆଯିବ । କଟ୍ଟରପନ୍ଥୀ ବିରୋଧରେ ସ୍ବର ଉତ୍ତୋଳନ କରିବାର ସମୟ ଆସିଯାଇଛି । ହେଉଥିବା ଅନ୍ୟାୟ ବିରୋଧରେ ଆମେ ଚୁପ ରହିବା ବଦଳରେ ପ୍ରତିବାଦର ସମୟ ଆସିଛି । ଦେଶବାସୀଙ୍କ ମଧ୍ୟରେ ମତଭେଦ ଦୂର କରିବା ପାଇଁ ସମସ୍ତଙ୍କୁ କାମ କରିବାକୁ ପଡିବ । ସବୁ ସମ୍ପ୍ରଦାୟ ଏହି ଅନୁଭବ କରିବା ଦରକାର ଯେ ଆମେ ଏକତା ଅଛୁ ରହିବୁ । ଆମର ଏକତା କୌଣସି ଶକ୍ତି ଭାଙ୍ଗି ପାରିବ ନାହିଁ । ସମସ୍ତ ସମ୍ପ୍ରଦାୟ ଓ ଧର୍ମର ରାଷ୍ଟ୍ର ପ୍ରଥମ ହେବା ଜରୁରୀ । ଆମକୁ ଏକତା ସହ ସବୁ ଧର୍ମ ପ୍ରତି ସମ୍ମାନ, କରିବ ଏକ ଭାରତୀୟ ଭାବେ ଗର୍ବ କରିବା ଉଚ୍ଚିତ ।
ସମ୍ମିଳନୀରେ ସାମିଲ ବିଭିନ୍ନ ଧର୍ମ ଗୁରୁ ବିଶେଷ କରି ନଶିଋଦ୍ଦିନ ଚିସ୍ତୀ ଦେଶରେ ଥିବା କଟ୍ଟରପନ୍ଥୀ ସଂଗଠନ ଗୁଡିକୁ ନିଷେଧ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସରକାର କଟ୍ଟରପନ୍ଥୀ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ନେବେ ଆମେ ସମର୍ଥନ କରିବୁ ବୋଲି କହିଛନ୍ତି । ଦେଶରେ ଶାନ୍ତି, ସଦଭାବନା ଏକତା ବଜାୟ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।