ଓଡିଶା

odisha

ETV Bharat / bharat

Army Bus Accident: ଉନ୍ନତ ଚିକିତ୍ସା ପାଇଁ କମାଣ୍ଡ ହସ୍ପିଟାଲକୁ ଏୟାରଲିଫ୍ଟ ହେଲେ ଆହତ ଯବାନ - ସେନା ବସ ଦୁର୍ଘଟଣା

ସେନା ଗାଡି ଦୁର୍ଘଟଣାରେ ଆହତ ଯବାନଙ୍କୁ କରାଗଲା ଏୟାର ଲିଫ୍ଟ । ଉନ୍ନତ ଚିକିତ୍ସା ପାଇଁ କମାଣ୍ଡ ହସ୍ପିଟାଲରେ ହେଲେ ଭର୍ତ୍ତି । ଗତକାଲି ଘାଟିରୁ ଖସି ପଡିଥିଲା ସେନା ଗାଡି । 7 ଯବାନ ହୋଇଥିଲେ ଶହୀଦ । ଅଧିକ ପଢନ୍ତୁ

Western Command bus accident: ଉଚ୍ଚତ୍ତର ଚିକିତ୍ସା ପାଇଁ କମାଣ୍ଡ ହସ୍ପିଟାଲକୁ ଏୟାର ଲିଫ୍ଟ ହେଲେ ଆହତ ଯବାନ
Western Command bus accident: ଉଚ୍ଚତ୍ତର ଚିକିତ୍ସା ପାଇଁ କମାଣ୍ଡ ହସ୍ପିଟାଲକୁ ଏୟାର ଲିଫ୍ଟ ହେଲେ ଆହତ ଯବାନ

By

Published : May 28, 2022, 10:12 PM IST

ଶ୍ରୀନଗର:ଗତକାଲି ଲଦାଖ ସେକ୍ଟରରେ ଭାରତୀୟ ସେନାର ପୂର୍ବ-କମାଣ୍ଡର ଏକ ସେନା ବସ ଦୁର୍ଘଟଣାରେ ଆହତ 19 ଜଣ ଯବାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଚଣ୍ଡିଗଡରୁ କମାଣ୍ଡ ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଛି । ଏହି ଏୟାର ଲିଫ୍ଟ ପ୍ରକ୍ରିୟା ବେଳେ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଥିଲା । ଭାରତୀୟ ବାୟୂସେନାର ଏକ ଗ୍ଲୋବମାଷ୍ଟର c-17 ବିମାନ ଯୋଗେ ଯବାନଙ୍କୁ ଏୟାର-ଲିଫ୍ଟ କରାଯାଇଛି ।

ଗମ୍ଭୀର ଭାବେ ଆହତ ହୋଇଥିବା ଯବନାଙ୍କର ଅସ୍ତ୍ରୋପଚାର ଶେଷ ହୋଇଛି । ସମସ୍ତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ପୂର୍ବ କମାଣ୍ତ ପକ୍ଷରୁ ସୂଚନା ରହିଛି । ଗତକାଲି ଏକ ବସ ଯୋଗେ 26 ଜଣ ଯବାନ ଯାଉଥିବା ବେଳେ ତୁରତୁକ ସେକ୍ଟର ସ୍ଥିତ ଏକ ଗାଁ ପାଖରେ ଥିବା ଶ୍ୟୋକ ନଦୀରେ ବସଟି ଖସିପଡିଥିଲା । ଏଥିରେ ଘଟଣାସ୍ଥଳରେ 7 ଯବାନ ଶହୀଦ ହୋଇଥିଲେ । ଅନ୍ୟ 19 ଯବାନଙ୍କୁ କିଛି ଘଣ୍ଟାର ଅପରେସନ ପରେ ଉଦ୍ଧାର କରାଯାଇଥିଲା । କିଛି ଗୁରୁତରଙ୍କୁ ମିଶାଇ ସମସ୍ତ 19 ଯବାନ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details