ଓଡିଶା

odisha

ETV Bharat / bharat

ଦନ୍ତେଓ୍ବାଡ଼ାରେ IED ବିସ୍ଫୋରଣ: ରାୟପୁରକୁ ଏୟାରଲିଫ୍ଟ ହେଲେ ଦୁଇ ଗୁରୁତର ଯବାନ - ବିସ୍ଫୋରଣରେ ଦୁଇ ଯବାନ ଆହତ

Chhattisgarh IED Blast: ଛତିଶଗଡ ଦନ୍ତେଓ୍ବାଡ଼ାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର । ରାୟପୁରକୁ ହେଲେ ଏୟାରଲିଫ୍ଟ । ଅଧିକ ପଢନ୍ତୁ

ଦନ୍ତେଓ୍ବାଡାରେ IED ବିସ୍ଫୋରଣ: ରାୟପୁରକୁ ଏୟାରଲିଫ୍ଟ ହେଲେ ଦୁଇ ଆହତ ଯବାନ
ଦନ୍ତେଓ୍ବାଡାରେ IED ବିସ୍ଫୋରଣ: ରାୟପୁରକୁ ଏୟାରଲିଫ୍ଟ ହେଲେ ଦୁଇ ଆହତ ଯବାନ

By ETV Bharat Odisha Team

Published : Nov 22, 2023, 7:20 PM IST

ରାୟପୁର: ଛତିଶଗଡ଼ ଦନ୍ତେଓ୍ବାଡ଼ାରେ ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର ହୋଇଛନ୍ତି । ଆଜି(ବୁଧବାର) ବିଳମ୍ବିତ ଅପରାହ୍ନରେ ଦାନ୍ତେଓ୍ବାଡା଼ ନିକଟବର୍ତ୍ତୀ ଅରନପୁର ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଥିବା ବେଳେ ନକ୍ସଲ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଏଥିରେ କମ୍ବିଂରେ ନିୟୋଜିତ ଥିବା ବସ୍ତର ଫାଇଟରର ଦୁଇ ଯବାନ ଗୁରୁତର ହୋଇଛନ୍ତି । ଆହତ ଦୁଇ ଯବାନଙ୍କୁ ଘଟଣାସ୍ଥଳରୁ ପ୍ରଥମେ ଦନ୍ତେଓ୍ବାଡା ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏହା ପରେ ଉଭୟଙ୍କୁ ଦନ୍ତେଓ୍ବାଡା ହେଲିପ୍ୟାଡରୁ ରାଜଧାନୀ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି । ଘଟଣା ସମ୍ପର୍କରେ ଦନ୍ତେଓ୍ବାଡା ଏସପି ଆରେକ ବର୍ମନ ସୂଚନା ଦେଇଛନ୍ତି ।

ଗତକାଲି (ମଙ୍ଗଳବାର) ବିଜାପୁରରେ ମଧ୍ୟ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିଲେ । ଏଥିରେ କେହି ସୁରକ୍ଷାକର୍ମୀ ଆହତ ହୋଇନଥିବା ବେଳେ ଜଣେ ସ୍ଥାନୀୟ ବାସିନ୍ଦା ଆହତ ହୋଇଥିଲେ । ତାଙ୍କୁ ଆନ୍ଧ୍ର ପ୍ରଦେଶରେ ଭଦ୍ରାଚଳମର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହା ପୂର୍ବରୁ ଛତିଶଗଡ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ନକ୍ସଲମାନେ ଏକାଧିକ ସ୍ଥାନରେ ହିଂସା ଓ ହତ୍ୟାକାଣ୍ଡ ଘଟାଇଥିଲେ । ଏକାଧିକ ଗ୍ରାମବାସୀଙ୍କୁ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ ନକ୍ସଲ । ବସ୍ତରରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭା ପୂର୍ବରୁ ଲାଲବାହିନୀ ପୃଥକ ପୃଥକ ସ୍ଥାନରେ 4 ଜଣ ସ୍ଥାନୀୟ ଲୋକଙ୍କୁ ପୋଲିସ ସନ୍ଦେହରେ ହତ୍ୟା କରି ଭୋଟବର୍ଜନ ପାଇଁ ଧମକ ଦେଇଥିଲା । ସେତେବେଳେ ନିର୍ବାଚନୀ ସୁରକ୍ଷା ଦାୟିତ୍ବରେ ଥିବା ଓଡିଆ ଯବାନ ମଧ୍ୟ ଆଇଡି ବିସ୍ଫୋରଣରେ ଶହୀଦ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ଓଡିଶା-ଛତିଶଗଡ ସୀମାରେ ବଡ ନକ୍ସଲ ଆକ୍ରମଣ ପଣ୍ଡ: 6 ଆଇଇଡି ସହ ବିପୁଳ ବିସ୍ଫୋରକ ଜବତ

ଆଜି(ବୁଧବାର) ଓଡ଼ିଶା-ଛତିଶଗଡ଼ ସୀମାରେ ବଡ଼ ନକ୍ସଲ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ସୁରକ୍ଷାବଳ । ଦୁଇ ରାଜ୍ୟ ସୀମାନ୍ତ ମାଲକାନଗିରି ଓ ସୁକମା ସଲଗ୍ନ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି । ଜବତ ସାମଗ୍ରୀ ମଧ୍ୟରେ ଅନ୍ୟାନ୍ୟ ବିସ୍ଫୋରକ ସହ 6ଟି ଆଇଇଡି ରହିଛି । ତେଣୁ ମାଓବାଦୀମାନେ କୌଣସି ବଡ଼ ଧରଣର ଆକ୍ରମଣ ଯୋଜନାରେ ଥିବା ନେଇ ଜଣାପଡ଼ିଛି । ଇନପୁଟ ସୂଚନା ଆଧାରରେ ଉଭୟ ରାଜ୍ୟର ପୋଲିସ ଟିମ ଆଜି (ବୁଧବାର) ମିଳିତ କମ୍ବି ଅପରେସନ କରି ଏହି ସଫଳତା ପାଇଛନ୍ତି । ଗୋଟିଏ ପଟେ ନକ୍ସଲ ଦମନ କ୍ଷେତ୍ରରେ ସୁରକ୍ଷାବଳକୁ ସଫଳତା ମିଳିଥିବା ବେଳେ ଅନ୍ୟ ଏକ ସ୍ଥାନରେ ଯବାନ ନକ୍ସଲଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details