ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାରମୂଲାରେ ଜଣେ 24 ବର୍ଷୀୟ ଯବାନଙ୍କ ମୃତ୍ୟୁ ହୋଇଛି । ବାରମୂଲାର ନିୟନ୍ତ୍ରଣ ରେଖା ନିକଟ ଆଗୁଆ ଘାଟିରେ ମୁତୟନ ଥିବାବେଳେ ଯବାନଙ୍କ ମୃତ୍ୟୁ ଘଟିଛି । ଏନେଇ ଭାରତୀୟ ସେନା ପକ୍ଷରୁ ଆଜି (ଶନିବାର) ସୂଚନା ଦିଆଯାଇଛି । ମୃତ ଯବାନଙ୍କ ନାମ ଗୁରୁପ୍ରୀତ ସିଂହ ଏବଂ ଘର ପଞ୍ଜାବର ଗୁରୁଦାସପୁରରେ ହୋଇଥିବା ସୂଚନା ରହିଛି । ଗତକାଲି ଏକ ଅପରେସନ ଟାକ୍ସ ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।
ଏନେଇ ସେନାର ଚିନାର କର୍ପସ ୟୁନିଟ ପକ୍ଷରୁ ଏକ୍ସରେ ଟ୍ବିଟ୍ କରାଯାଇଛି ଯେ, ଆଗୁଆ ଘାଟିରେ ମୁତୟନ ଥିବାବେଳେ ଗୁରୁପ୍ରୀତ ସିଂହଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ହୋଇଛି । ତାଙ୍କର ଘର ପଞ୍ଜାବ ଗୁରୁଦାସ ପୁରରେ । ତାଙ୍କ ପରିବାରରେ କେବଳ ତାଙ୍କର ମାଆ ଲଖୱିନ୍ଦର କୌର ଅଛନ୍ତି । ଏଭଳି ଏକ ଦୁଃଖଦ ଘଡିରେ ଭାରତୀୟ ସେନା ଶୋକସନ୍ତପ୍ତ ପରିବାର ସହ ଛିଡା ହୋଇଛି ଏବଂ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି । ତେବେ ଆଗୁଆ ଘାଟିରେ ମୁତୟନ ଥିବାବେଳେ 24 ବର୍ଷୀୟ ଯବାନ ଗୁରୁପ୍ରୀତ ସିଂହ ମୃତ୍ୟୁ ହୋଇଥିବା ଘଟଣା ସମ୍ପର୍କରେ ସେନା ପକ୍ଷରୁ ସୂଚନା ଦିଆଯାଇଥିଲେ ହେଁ କେମିତି ତାଙ୍କର ମୃତ୍ୟୁ ହେଲା ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ସେନା ପକ୍ଷରୁ ମୃତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: ପୁଞ୍ଚରେ ଆତଙ୍କୀ ଆକ୍ରମଣ, ସେନା ମୁଖ୍ୟ ପ୍ରଶାସକଙ୍କ ଗାଡ଼ିକୁ ଗୁଳିମାଡ଼