ଓଡିଶା

odisha

ETV Bharat / bharat

ଚଳିତ ବର୍ଷର ଆଜି ପ୍ରଥମ ସୂର୍ଯ୍ୟପରାଗ: ଭାରତରେ ଏହି ସ୍ଥାନରେ ହେବ ଦୃଶ୍ୟମାନ

ଚଳିତ ବର୍ଷର ଆଜି ହେଉଛି ପ୍ରଥମ ସୂର୍ଯ୍ୟପରାଗ । ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗର ମହତ୍ତ୍ୱ ରହିଛି । ଏହି ଅବସରରେ ଇଟିଭି ଭାରତର ଟିମ ଜ୍ୟୋତିଷ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପଣ୍ଡିତ ପ୍ରେମ ଶର୍ମାଙ୍କଠାରୁ ଏହି ବିରଳ ସୂର୍ଯ୍ଯପରାଗ ବିଷୟରେ କଥା ହୋଇଛନ୍ତି । ଜାଣନ୍ତୁ ସେ କ‘ଣ କହିଛନ୍ତି....

ଚଳିତ ବର୍ଷର ଆଜି ପ୍ରଥମ ସୂର୍ଯ୍ୟପରାଗ: ଭାରତରେ ବହୁ କମ ସ୍ଥାନରେ ଦୃଶ୍ୟମାନ
ଚଳିତ ବର୍ଷର ଆଜି ପ୍ରଥମ ସୂର୍ଯ୍ୟପରାଗ: ଭାରତରେ ବହୁ କମ ସ୍ଥାନରେ ଦୃଶ୍ୟମାନ

By

Published : Jun 10, 2021, 10:33 AM IST

ନୂଆଦିଲ୍ଲୀ: ଚଳିତ ବର୍ଷର ଆଜି ହେଉଛି ପ୍ରଥମ ସୂର୍ଯ୍ୟପରାଗ । ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗର ମହତ୍ତ୍ୱ ରହିଛି । ଏହି ଅବସରରେ ଇଟିଭି ଭାରତର ଟିମ୍ ଜ୍ୟୋତିଷ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପଣ୍ଡିତ ପ୍ରେମ ଶର୍ମାଙ୍କଠାରୁ ଏହି ବିରଳ ସୂର୍ଯ୍ଯପରାଗ ବିଷୟରେ କଥା ହୋଇଛନ୍ତି ।

ପଣ୍ଡିତ ପ୍ରେମ ଶର୍ମା କହିଛନ୍ତି ଯେ, ଏହି ସୂର୍ଯ୍ୟପରାଗ ଜ୍ୟେଷ୍ଠ କୃଷ୍ଣ ପକ୍ଷ ଅମାବାସ୍ୟାରେ ମୃଗଶିରା ନକ୍ଷତ୍ର ଓ ବୃଷ ରାଶିରେ ଦେଖା ଦେବ । ତେବେ ଏହାର ପ୍ରଭାବ ଭାରତର ବହୁ କମ୍ ସ୍ଥାନରେ ଦୃଶ୍ୟମାନ ହେବ। ସୂର୍ଯ୍ୟପରାଗ ଦିନ 1:42 ରୁ ଆରମ୍ଭ ହୋଇ ସନ୍ଧ୍ୟା 6:41 ରେ ଶେଷ ହେବ । ଏହି ଗ୍ରହଣର ପ୍ରଭାବ ଭାରତର ଅରୁଣାଚଳ ପ୍ରଦେଶରେ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ (ପିଓକେ) ରେ ଦୃଶ୍ୟମାନ ହେବ।

ସୂର୍ଯ୍ୟପରାଗ ଆରମ୍ଭ ହେବା ସମୟରେ କଣ କରିବେ...

-ସୂର୍ଯ୍ୟପରାଗ ଆରମ୍ଭ ହେବା ସମୟରେ ପୂଜା ପାଠ କରିବା ଉଚିତ ।

-ଆପଣଙ୍କ ଆରାଧ୍ୟ ଦେବତାଙ୍କ ନାମ ନିଅନ୍ତୁ ।

-ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ।

-ସୂର୍ଯ୍ୟପରାଗ ପରେ ପବିତ୍ର ନଦୀରେ ଗାଧୋଇବା ଜରୁରୀ ।

-ଗାଧୋଇବା ସମୟରେ ସୂର୍ଯ୍ୟ ବିଜ ମନ୍ତ୍ର ଜପ କରନ୍ତୁ ।

-ଚନ୍ଦ୍ରଗ୍ରହଣ ସମୟରେ ଦାନର ବିଶେଷ ମହତ୍ତ୍ୱ ରହିଛି ।

ତେବେ ଏହି ସୂର୍ଯ୍ୟପରାଗ ଦେଶର ଅରୁଣାଚଳ ପ୍ରଦେଶ ଏବଂ ଲଦାଖର କିଛି ଭାଗରେ ସୂର୍ଯ୍ୟାସ୍ତ ପୂର୍ବରୁ ଦୃଶ୍ୟମାନ ହେବ । ଏହି ସୂର୍ଯ୍ୟଗ୍ରହଣ ବଳାୟକାର ଭାବେ ଦୃଶ୍ୟମାନ ହେବ । ଯାହାକୁ ରିଙ୍ଗ ଅଫ ଫାୟାର ମଧ୍ୟ କୁହାଯାଇଥାଏ । ବିଜ୍ଞାନ ଅନୁସାରେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସରଳରେଖାକୁ ଆସିଗଲେ ସୂର୍ଯ୍ୟପରାଗ ହୋଇଥାଏ ।

ଏମପି ବିର୍ଲା ପ୍ଲାନେଟୋରିୟମ ନିର୍ଦ୍ଦେଶକ ଦେବୀପ୍ରସାଦ ଦୁରାଇ କହିଛନ୍ତି ଯେ, ସୂର୍ଯ୍ୟପରାଗ କେବଳ ଅରୁଣାଚଳ ପ୍ରଦେଶ ଏବଂ ଲଦାଖର କିଛି ଅଂଶରୁ ଦୃଶ୍ୟମାନ ହେବ। ଏହା ସହ ୟୁରୋପ ଏବଂ ଏସିଆରେ ମଧ୍ୟ ସୂର୍ଯ୍ୟପରାଗ ଦେଖାଯିବ । ଅରୁଣାଚଳ ପ୍ରଦେଶର ଦିବ୍ୟାଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ନିକଟରୁ ସଂନ୍ଧ୍ୟା ପ୍ରାୟ 5ଟା 52ରେ ଏହି ସୂର୍ୟ୍ୟପରାଗ ଦେଖିପାରିବେ । ଏଥି ସହିତ, ଲଦାଖର ଉତ୍ତର ଭାଗରେ, ଯେଉଁଠାରେ ସଂନ୍ଧ୍ୟା ପ୍ରାୟ 6.15 ସୂର୍ଯ୍ୟାସ୍ତ ହେବ, ସେଠାରେ ସୂର୍ଯ୍ୟପରାଗ ପ୍ରାୟ 6 ଟା ସମୟରେ ଦେଖାଯିବ।

ଅନ୍ୟପଟେ ୟୁରୋପ, ଆମେରିକା, ଏସିଆର ବୃହତ ଅଞ୍ଚଳରେ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ଭାରତୀୟ ସମୟ ଅନୁଯାୟୀ ସକାଳ 11:42 ରେ ଆଂଶିକ ସୂର୍ଯ୍ୟପରାଗ ହେବ ଏବଂ ଏହା ଅପରାହ୍ନ 3:30 ରୁ ବଳାୟକାର ରୂପ ନେବା ଆରମ୍ଭ କରିବ ଏବଂ ତା’ପରେ ସଂନ୍ଧ୍ୟା 4:52 ରେ ସୂର୍ଯ୍ୟ ଅଗ୍ନି ବଳୟ ପରି ଦେଖାଦେବ । ଦୁରାଇ କହିଛନ୍ତି ଯେ, ସୂର୍ଯ୍ୟପରାଗ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୬ଟା ୪୧ ମିନିଟରେ ସମାପ୍ତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details