ହାଇଦ୍ରାବାଦ: ଝିଅଟି ସବୁବେଳେ ନିଜ ପରିବାର ଲୋକଙ୍କ ପାଖରେ ଖୁସିରେ ଥାଏ । କିନ୍ତୁ ଯଦି ସେହି ପରିବାର ଝିଅର ଖୁସିକୁ ଛଡେଇ ନିଅନ୍ତି, ସେତେବେଳେ ବଦଳିଯାଏ ତା ଦୁନିଆ । ଆଉ ଏମିତି ଏକ ଅନରକିଲିଂ ଭଳି ବୀଭତ୍ସ ଘଟଣା ସାମ୍ନାକୁ ଆସିଛି ସାଙ୍ଗେରେଡି ଜିଲ୍ଲାର ଜିନ୍ନାରାମ ମଣ୍ଡଳ ନିକଟରୁ ।
ସୂଚନାଅନୁସାରେ, ସାଙ୍ଗେରେଡି ଜିଲ୍ଲାର ଜଣେ ୨୫ ବର୍ଷୀୟ ଯୁବକ ସେହି ଜିଲ୍ଲାର ଜଣେ ଯୁବତୀଙ୍କୁ ପ୍ରେମ କରି ବିବାହ କରିଥିଲେ । ତେବେ ଏହି ବିବାହରେ ଯୁବତୀଙ୍କ ପରିବାର ଲୋକଙ୍କ ସମ୍ମତି ନଥିଲା । ତେବେ ଜୁନ ୨୭ ତାରିଖ ଦିନ ଉକ୍ତ ଯୁବକ ଜଣକ ନିଖୋଜ ହେବା ନେଇ ଯୁବକଙ୍କ ସମ୍ପର୍କୀୟ ଲୋକ କେପିଏଚବି ଥାନାରେ ଅଭିଯୋଗ କରିଥିଲେ । ଏହି ସମୟରେ ଯୁବତୀଙ୍କ ପିତାମାତା ତାଙ୍କୁ ନିଜ ଘରକୁ ନେଇଯାଇଥିଲେ ।