ଅମରାବତୀ:ଅଧିକା ଟଙ୍କା ଲୋଭରେ ଠକେଇର ଶିକାର ହେଲେ ମହିଳା ଇଞ୍ଜିନିୟର । ବିଜୟଓ୍ବାଡାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ, ଦିନେ ଯୁବତୀଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ଯେଉଁ ଥିରେ ଏକ ଫୋନ୍ ନମ୍ବର ଉଲ୍ଲେଖ ଥିଲା ଏବଂ ଲେଖା ହୋଇଥିଲା ଯେ ଆପଣ ପାର୍ଟ ଟାଇମ୍ କାମ କରି ଅଧିକା ଟଙ୍କା ରୋଜଗାର କରିପାରିବେ । ଯଦି ଚାହୁଁଛନ୍ତି ତାହାଲେ ଅଧିକ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ । ଯେତେବେଳେ ସେ ସେହି ନମ୍ବରକୁ ଯୋଗାଯୋଗ କରିଥିଲେ ତାଙ୍କୁ କୁହାଯାଇଥିଲା ଯେ ଯଦି ସେ ୟୁଟ୍ୟୁବରେ ଥିବା ଭିଡିଓ ଗୁଡ଼ିକୁ ଲାଇକ କରନ୍ତି । ତେବେ ଟଙ୍କା ହିସାବ କରି ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ । ଏନେଇ ଯୁବତୀ ଜଣକ ଚାକିରି ସହିତ ଏହା କରି ଅଧିକା ଟଙ୍କା ରୋଜଗାର କରିବାକୁ ଆଶା କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ମୁସଲିମ ମହିଳାଙ୍କ ସହ ସପିଂ କରିବାକୁ ଯାଇଥିଲେ ହିନ୍ଦୁ ଯୁବକ, ଜାଣନ୍ତୁ କଣ ହେଲା
ଏନେଇ ସହମତ ହୋଇ ସେ ନିଜର ବ୍ୟାଙ୍କ ଆକାଉଣ୍ଟ ବିବରଣୀ ସେମାନଙ୍କୁ ପ୍ରଦାନ କରିଥିଲେ । ଏହା ପରେ ସେ ତିନୋଟି ଭିଡିଓ ଲାଇକ କରିବା ପରେ ତାଙ୍କ ଆକାଉଣ୍ଟକୁ ପ୍ରଥମେ ୩୦୦ ଓ ତା ପରେ ୬ଟି ଭିଡିଓ ଲାଇକ କରିବା ପରେ ଆକାଉଣ୍ଟକୁ ୬୦୦ ଟଙ୍କା ଆସିଥିଲା । ଯାହାଦ୍ବାରା ସେ ବିଶ୍ବାସ କରି ସଙ୍ଗେ ସଙ୍ଗେ ୧୦୦୦ଟଙ୍କା ପ୍ରଦାନ କରିଥିଲେ ଯାହାର ପ୍ରତିବଦଳରେ ସେ ୧୬୦୦ ଟଙ୍କା ଫେରସ୍ତ ପାଇଥିଲେ । ଏନେଇ ଅଧିକା ଟଙ୍କା ପାଇବା ଆଶାରେ ସେ କିସ୍ତିରେ ୧୯ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ ଠକ ଆକାଉଣ୍ଟକୁ ।