ଓଡିଶା

odisha

ETV Bharat / bharat

ଚନ୍ଦ୍ରରେ ଗଚ୍ଛିତ ଅଛି ପ୍ରଚୁର ଅମ୍ଳଜାନ, ଲକ୍ଷେ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିବେ 8 ବିଲିୟନ ଲୋକ ! - ଚନ୍ଦ୍ରପୃଷ୍ଠରେ ଅମ୍ଲଜାନ ଗଚ୍ଛିତ

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଚନ୍ଦ୍ରପୃଷ୍ଠରେ ପ୍ରଚୁର ପରିମାଣର ଅମ୍ଳଜାନ ଅଛି । ଯାହା ପୃଥିବୀର ୮ ବିଲିୟନ ଲୋକଙ୍କୁ ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଇ ପାରିବ । ଅଧିକ ପଢନ୍ତୁ...

ଚନ୍ଦ୍ରରେ ଗଚ୍ଛିତ ଅମ୍ଳଜାନ ୮ ବିଲିୟନ ଲୋକଙ୍କୁ ୧ଲକ୍ଷ ବର୍ଷ ପର୍ଯ୍ୟନ୍ତ ଜୀବିତ ରଖିପାରିବ: ଦି କନଭରସେସନ
ଚନ୍ଦ୍ରରେ ଗଚ୍ଛିତ ଅମ୍ଳଜାନ ୮ ବିଲିୟନ ଲୋକଙ୍କୁ ୧ଲକ୍ଷ ବର୍ଷ ପର୍ଯ୍ୟନ୍ତ ଜୀବିତ ରଖିପାରିବ: ଦି କନଭରସେସନ

By

Published : Nov 14, 2021, 10:12 AM IST

ନୂଆଦିଲ୍ଲୀ: ପୃଥିବୀର ନିକଟତମ ଉପଗ୍ରହ ହେଉଛି ଚନ୍ଦ୍ର । ଏକ ଅଧ୍ୟୟନରୁ ଏକ ବଡ଼ ଧରଣର ଖୁଲାସା ହୋଇଛି । ଯେଉଁଥିରେ ଚନ୍ଦ୍ରପୃଷ୍ଠରେ ପ୍ରଚୁର ପରିମାଣର ଅମ୍ଳଜାନ ଥିବା ଜଣାପଡ଼ିଛି । ଦି କନଭରସେସନ ରିପୋର୍ଟ ଅନୁଯାୟୀ, ଚନ୍ଦ୍ରପୃଷ୍ଠରେ ଏତେ ପରିମାଣର ଅମ୍ଳଜାନ ଅଛି ଯେ, ଯାହା ପୃଥିବୀର ୮ ବିଲିୟନ ଲୋକଙ୍କୁ ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଇ ପାରିବ । ଏଭଳି ପରିସ୍ଥିତିରେ, ଏହି ଅମ୍ଳଜାନକୁ ମଣିଷଙ୍କ ପାଇଁ କିପରି ବ୍ୟବହାର ଉପଯୋଗୀ କରାଯାଇପାରିବ ତାହା ଉପରେ ବର୍ତ୍ତମାନ ଅଧ୍ୟୟନ ଚାଲିଛି ।

ଦି କନଭରସେସନ ରିପୋର୍ଟ ଅନୁଯାୟୀ, ଆମେରିକାର ସ୍ପେସ୍ ଏଜେନ୍ସି ନାସା ଅକ୍ଟୋବରରେ ଅଷ୍ଟ୍ରେଲିୟା ସ୍ପେସ୍ ଏଜେନ୍ସି ସହିତ ମିଶନ୍ ଆର୍ଟେମିସ ଅଧୀନରେ ଏକ ନୂତନ ଚୁକ୍ତି କରିଛି । ଏହା ଅଧୀନରେ ଅଷ୍ଟ୍ରେଲିଆରେ ନିର୍ମିତ ଏକ ରୋବୋର୍ଟକୁ ଚନ୍ଦ୍ରକୁ ପଠାଯିବ, ଯାହା ଚନ୍ଦ୍ର ଭୂପୃଷ୍ଠରେ ଥିବା ପଥର ବା ମାଟି ସଂଗ୍ରହ କରିବ, ଯାହା ସେଠାରେ ଶ୍ବାସକ୍ରିୟା ଯୋଗ୍ୟ ଅମ୍ଳଜାନ ଯୋଗାଇପାରିବ ।

ଚନ୍ଦ୍ରର ବାୟୁମଣ୍ଡଳ ଅତ୍ୟନ୍ତ ପତଳା ଏଥିରେ ହାଇଡ୍ରୋଜନ, ନିୟନ ଓ ଅର୍ଗନ ଭଳି ଗ୍ୟାସ୍‌ ରହିଛି। ଏଥିରେ ମାନବ ଅଥବା କୌଣସି ସ୍ତନ୍ୟପାୟୀ ପ୍ରାଣୀ ଆବଶ୍ୟକ କରୁଥିବା ଅକ୍ସିଜେନର ମିଶ୍ରଣ ନାହିଁ। ବୈଜ୍ଞାନିକଙ୍କ କହିବା କଥା ହେଲା ଚନ୍ଦ୍ରରେ ଭରପୂର ଅକ୍ସିଜେନ ଅଛି, କିନ୍ତୁ ଏହି ଅକ୍ସିଜେନ ଗ୍ୟାସିୟ ଅବସ୍ଥାରେ ନାହିଁ । ଏହା ଏକପ୍ରକାର ଧୂଳି, ଯାହାକୁ ରେଜୋଲିଥ କୁହାଯାଉଛି । ଚନ୍ଦ୍ରମାର ରେଜୋଲିଥ ୪୫ ପ୍ରତିଶତ ଅକ୍ସିଜେନରେ ନିର୍ମିତ।

ଚନ୍ଦ୍ରର ରେଜୋଲିଥରେ ୧.୪ଟନ ଖଣିଜ ରହୁଛି । ଯେଉଁଥିରେ ପାଖାପାଖି ୬୩୦ କେଜି ଅକ୍ସିଜେନ ରହୁଛି । ନାସା କହିବାନୁଯାୟୀ, ମଣିଷ ବଞ୍ଚିବାକୁ ଦୈନିକ ଅନୁନ୍ୟ ୮୦୦ ଗ୍ରାମ ଅକ୍ସିଜେନ ଆବଶ୍ୟକ ରହିଛି । ତେବେ ୬୩୦ କେଜି ଅକ୍ସିଜେନ ମଣିଷକୁ ପାଖାପାଖି ଦୁଇବର୍ଷ ଅଥବା ଏହାଠାରୁ ଅଧିକ ସମୟ ଜୀବିତ ରଖିପାରିବ। ଚନ୍ଦ୍ରରେ ରେଜୋଲିଥ ପ୍ରାୟ ୧୦ ମିଟର ପର୍ଯ୍ୟନ୍ତ ଗଭୀର । ଏଥିରୁ ସବୁତକ ଅକ୍ସିଜେନ କାଢି ଅଣାଯାଇପାରିବ । ଏହାର ଅର୍ଥ, ପୃଥିବୀର ୮ ବିଲିୟନ ଲୋକଙ୍କୁ ଏହା ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଇ ଦେଇପାରିବ ।

ଚନ୍ଦ୍ରର ପୃଷ୍ଠ ଠିକ୍ ପୃଥିବୀ ଭଳି ସିଲିକା, ଆଲୁମିନିୟମ, ଆଇରନ, ମ୍ୟାଗ୍ନେସିୟମ ଓ ଅକ୍ସାଇଡ ଆଦି ଖଣିଜ ଚନ୍ଦ୍ରପୃଷ୍ଠରେ ଭରି ରହିଛି। ଏଥିରେ ବି ଅକ୍ସିଜେନ ରହିଛି। ଏଥିରେ ଥିବା ଅକ୍ସିଜେନ ସେହି ରୂପରେ ନାହିଁ ଯାହା ଆମ ନିଶ୍ୱାସ ପ୍ରଶ୍ୱାସ ଲାଗି ସିଧାସଳଖ ଫୁସଫୁସ୍‌କୁ ପହଞ୍ଚିପାରିବ। ଯଦି ଏଥିରୁ ଆମେ ଅକ୍ସିଜେନ ବାହାର କରିପାରିବା ତେବେ ଚନ୍ଦ୍ର ପୃଷ୍ଠରେ ମଣିଷକୁ ଜୀବିତ ରଖିବାକୁ ପର୍ଯ୍ୟାପ୍ତ ହେବ।

ଇଲେକ୍ଟ୍ରୋଲାଇସିସ୍ ମାଧ୍ୟମରେ ଅମ୍ଳଜାନରୁ ଆଲୁମିନିୟମ ଅଲଗା ହୋଇପାରିବ । ଏହା ଏକ ଅତି ସରଳ ପ୍ରକ୍ରିୟା, କିନ୍ତୁ ଏଥିପାଇଁ ବହୁତ ଶକ୍ତି ଆବଶ୍ୟକ । ରେଜୋଲିଥରୁ ଅମ୍ଳଜାନ ବାହାର କରିବା ପାଇଁ ବହୁ ଶିଳ୍ପ ଉପକରଣ ମଧ୍ୟ ଆବଶ୍ୟକ ହେବ । ପୃଥିବୀରେ ଏହା କରିବା ପାଇଁ ଆମର ଟେକ୍ନୋଲୋଜି ଅଛି, କିନ୍ତୁ ଏହି ଉପକରଣକୁ ଚନ୍ଦ୍ରରେ ପହଞ୍ଚାଇବା ଏବଂ ଚଲାଇବା ପାଇଁ ପର୍ଯ୍ୟାପ୍ତ ଶକ୍ତି ଉତ୍ପାଦନ କରିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ହେବ ।

ABOUT THE AUTHOR

...view details