ଓଡିଶା

odisha

ETV Bharat / bharat

ଇଗଲୁ କାଫେ ପରେ ମନ ମୋହୁଛି ବରଫ ତାଜମହଲ - ମନ ମୋହୁଛି ବରଫରେ ତିଆରି ତାଜମହଲ

ଉତ୍ତରପ୍ରଦେଶ ଆଗ୍ରାରେ ନିର୍ମିତ ଇଟା ପଥରର ତାଜମହଲ ତ ସମସ୍ତେ ଦେଖିଥିବେ ହେଲେ ତୁଷାରରେ ନିର୍ମିତ ତାଜମହଲ କଥା ଜାଣିଛନ୍ତି କି ?ନିକଟରେ ଜମ୍ମୁ କାଶ୍ମୀରରେ ଇଗଲୁ କାଫେ ନିର୍ମାଣ ପରେ ଗୁଲମାର୍ଗରେ ତୁଷାରରେ ନିର୍ମିତ ହୋଇଛି ଅବିକଳ ତାଜମହଲର ରୂପ । ଅଧିକ ପଢନ୍ତୁ

ମନ ମୋହୁଛି ବରଫରେ ତିଆରି ତାଜମହଲ
ମନ ମୋହୁଛି ବରଫରେ ତିଆରି ତାଜମହଲ

By

Published : Feb 15, 2022, 8:43 AM IST

ଶ୍ରୀନଗର: ତାଜମହଲ ବୁଲି ଯିବାକୁ କାହାକୁ ବା ଭଲ ନ ଲାଗେ । ଉତ୍ତରପ୍ରଦେଶ ଆଗ୍ରାରେ ନିର୍ମିତ ଇଟା ପଥରର ତାଜମହଲ ତ ସମସ୍ତେ ଦେଖିଥିବେ ହେଲେ ତୁଷାରରେ ନିର୍ମିତ ତାଜମହଲ କଥା ଜାଣିଛନ୍ତି କି ? ନିକଟରେ ଜମ୍ମୁ କାଶ୍ମୀରରେ ଇଗଲୁ କାଫେ ନିର୍ମାଣ ପରେ ଗୁଲମାର୍ଗରେ ତୁଷାରରେ ନିର୍ମିତ ହୋଇଛି ଅବିକଳ ତାଜମହଲର ରୂପ । ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରଛି । ତୁଷାରପାତରେ ନିର୍ମିତ ତାଜମହଲ ଆଗରେ ଛିଡା ହୋଇ ଫଟୋଟିଏ ଉଠାଇବାକୁ ପର୍ଯ୍ୟଟକଙ୍କ ଭିଡ ଲାଗୁଛି ।

ତୁଷାରପାତକୁ ଭଲ ପାଉଥିବା ପର୍ଯ୍ୟଟକମାନଙ୍କ ପାଇଁ ଗୁଲମାର୍ଗ ବହୁତ ଭଲ ପର୍ଯ୍ୟଟନସ୍ଥଳୀ । ଆଉ ପର୍ଯ୍ୟଟକଙ୍କୁ ବାନ୍ଧି ରଖିବାକୁ ଏହି ସ୍ଥାନରେ କିଛି ନୂଆ କରିବାକୁ ସବୁବେଳେ ଚେଷ୍ଟା କରାଯାଏ । ସେମିତି ଏକ ଚେଷ୍ଟାର ପରିଣାମ ପ୍ରତିଫଳିତ ହୋଇଛି ଏହି ତୁଷାରପାତ ଭିତରେ ବରଫରେ ନିର୍ମିତ ତାଜମହଲ । ଏହାକୁ ତିଆରି କରିବା ପାଇଁ ୧୭ ଦିନ ସମୟ ଲାଗିଥିଲା । 16 ଫୁଟ ଉଚ୍ଚତା ସହିତ ଏହା 576 ଫୁଟର ତୁଷାର ଆଚ୍ଛାଦିତ ହୋଇଛି । ବିନା ଖର୍ଚ୍ଚରେ ଏହା ତିଆରି ହୋଇଛି । ପର୍ଯ୍ୟଟକମାନେ ଏହାକୁ ପସନ୍ଦ କରୁଛନ୍ତି ।

କୋରୋନା କଟକଣା ମାନି ଏହି ପର୍ଯ୍ୟଟନ ସ୍ଥାନ ବୁଲି ଆସିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଗ୍ରାଣ୍ଡ ମୁମତାଜ ହୋଟେଲ ଜେନେରାଲ ମ୍ୟାନେଜର ସତ୍ୟଜିତ ଗୋପାଳ । ଏହି ତାଜମହଲ ବହୁତ ସୁନ୍ଦର । ଏହା ଏକ ଅନନ୍ୟ କଳାକୃତ୍ତି । ଆମେ ଏଠାକୁ ଆଉ ଥରେ ଆସିବୁ ବୋଲି କହିଛନ୍ତି ହରିୟାଣା ଗୁରଗାଓଁରୁ ଆସିଥିବା ଜଣେ ପର୍ଯ୍ୟଟକ ।

ପ୍ରକାଶ ଥାଉ କି, କିଛି ଦିନ ପୂର୍ବରୁ ଗୁଲମାର୍ଗରେ ପ୍ରବଳ ତୁଷାରପାତ ଭିତରେ ବରଫରେ ନିର୍ମାଣ ହୋଇଥିବା ଇଗଲୁ କାଫେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା। ଶୀତର ଲହରି ଭିତରେ ଜମ୍ମୁ ଓ କାଶ୍ମୀର ଗୁଲମର୍ଗର କୋଲାହାଇ ସ୍କି ରେସର୍ଟ ପରିସରରେ ନିର୍ମାଣ ହୋଇଥିବା ଭାରତର ପ୍ରଥମ ଇଗଲୁ କାଫେର ମଜା ନେଇଥିଲେ ପର୍ଯ୍ୟଟକ ।

@ANI

ABOUT THE AUTHOR

...view details