ଜୟପୁର: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶାନେଲ ଇରାନୀ ଏବଂ ଅର୍ଜୁନ ଭାଲାଙ୍କ ବିବାହ ସମାରୋହ ରାଜସ୍ଥାନର ନାଗୌର ସ୍ଥିତ ଖିନଭସର ଦୁର୍ଗରେ ଚାଲିଛି । ଗତକାଲି(ବୁଧବାର) ରାତିରୁ ବିବାହ ସମାରୋହରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଗତକାଲି ରାତିରେ ସଂଗୀତ କାର୍ଯ୍ୟକ୍ରମରେ ଅତିଥିମାନେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଆଜି(ଗୁରୁବାର) ଶାନେଲ ଇରାନୀଙ୍କ ରସମ ଏବଂ ହଳଦୀ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏହାପରେ ଅପରାହ୍ନରେ ସେହରା ବନ୍ଧାଇ ଏବଂ ପରେ ପ୍ରାୟ 3ଟାରେ ବରଯାତ୍ରୀ ବାହାରିଥିଲା । ସନ୍ଧ୍ୟା 5ଟାରେ ଏକ ବରମାଳା କାର୍ଯ୍ୟକ୍ରମ ଓ ଏବେ ବିବାହ ବିଧି ଜାରି ରହିଥିବା ସୂଚନା ମିଳିଛି । ବିବାହ ଉତ୍ସବର କିଛି ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି ।
ଶାନେଲ ଏବଂ ଅର୍ଜୁନ ବିବାହ କରୁଥିବା ପ୍ରସିଦ୍ଧ ନାଗୌର ଦୁର୍ଗକୁ 500 ବର୍ଷ ପୁରୁଣା ବୋଲି କୁହାଯାଏ । ଗତ କିଛି ବର୍ଷ ହେବ ଏହି ଦୁର୍ଗରେ ବିବାହ ଏକ ସେଲିବ୍ରିଟି ଟ୍ରେଣ୍ଡରେ ପରିଣତ ହୋଇଛି । ନିକଟରେ ଅନେକ ବଲିଉଡ ତାରକାଙ୍କ ବିବାହ ମଧ୍ୟ ରାଜକୀୟ ଢଙ୍ଗରେ ଏହି ଦୁର୍ଗରେ ସାମାପିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଇରାନୀଙ୍କ ଝିଅ ବିବାହ ପୂର୍ବରୁ ଦୂର୍ଗକୁ ଆଲୋକମାଳାରେ ସହ ଭିନ୍ନ ଢଙ୍ଗରେ ସଜ୍ଜା ଯାଇଛି । ଦୁର୍ଗ ମଧ୍ୟରେ ମଧ୍ୟ ଅତିଥିଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ସହ ବିବାହ କାର୍ଯ୍ୟକ୍ରମ ପାଇଁ ରାଜକୀୟ ବ୍ୟବସ୍ଥା ହୋଇଛି । ଏହାଏକ ହାଇପ୍ରୋଫାଇଲ ବିବାହ ଉତ୍ସବ ହୋଇଥିବା କାରଣରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରଯାଇଛି । ନିର୍ଦ୍ଦିଷ୍ଟ ନିମନ୍ତ୍ରିତ ଅତିଥି ହିଁ କାର୍ଯ୍ୟକ୍ରରମରେ ସାମିଲ ହୋଇଛନ୍ତି ।